ଜେଇ ମେନ୍‌ ସେସନ-୨ ପରୀକ୍ଷା ଫଳ ପ୍ରକାଶିତ, ଜାଣନ୍ତୁ କେମିତି କରିବେ ଚେକ୍‌

ପ୍ରକାଶ ପାଇଲା JEE main session 2 ପରୀକ୍ଷା ଫଳ । NTA େଓ୍ଵବସାଇଟ୍‌ jeemain.nta.nic.in କିମ୍ବା ntaresults.nic.in କୁ ରେଜଲ୍ଟ ଦେଖିପାରିବେ ।

ଜେଇ ମେନ୍‌ ସେସନ-୨ ପରୀକ୍ଷା ଫଳ ପ୍ରକାଶ ପାଇଛି । ବିଇ, ବିଟେକ ପରୀକ୍ଷାଫଳ ଆଜି ଘୋଷଣା କରାଯାଇଛି । NTA ୱେବସାଇଟ୍ jeemain.nta.nic.in କିମ୍ବା ntaresults.nic.in କୁ ରେଜଲ୍ଟ ଦେଖିପାରିବେ । ଏହାପୂର୍ବରୁ ଜେଇ ମେନ୍ସ ଫାଇନାଲ ପ୍ରିଭେଜନାଲ ଆନ୍ସୀ ୨୦୨୩ , ଏପ୍ରିଲ ୨୪ ତାରିଖରେ ଅପଲୋଡ କରାଯାଇଥିଲା ।

ନ୍ୟାସନାଲ ଟେଷ୍ଟିଂ ଏଜେନ୍ସୀ ଦ୍ୱାରା ୨୪ ଜାନୁଆରୀରୁ ୧ ଫେବୃଆରୀ, ୨୦୨୩ ମଧ୍ୟରେ ଜେଇଇ ମେନ୍ ପରୀକ୍ଷା ଆୟୋଜିତ ହୋଇଥିଲା। ଏଥର ସମୁଦାୟ ୮.୬ ଲକ୍ଷ ପରୀକ୍ଷାର୍ଥୀ ପେପର୍-୧ ପରୀକ୍ଷା ଦେଇଥିବା ବେଳେ ୦.୪୬ ଲକ୍ଷ ପରୀକ୍ଷାର୍ଥୀ ପେପର୍-୨ ପରୀକ୍ଷା ଦେଇଥିଲେ। ଏନ୍ଟିଏ ଏହି ପ୍ରବେଶିକା ପରୀକ୍ଷା ଆରମ୍ଭ କରିବା ପରଠାରୁ ଏବର୍ଷ ସର୍ବାଧିକ ୯୫.୭୯ ପ୍ରତିଶତ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି।

କେମିତି ଡାଉନଲୋଡ କରିବେ ରେଜଲ୍ଟ :

ପ୍ରଥମେ NTA ଜେଇଇର ଅଫିସିଆଲ ୱେବସାଇଟ୍ jeemain.nta.nic.in କୁ ଯାଆନ୍ତୁ ।
ଏହାପରେ ହୋମପେଜକୁ ଯାଇ ‘JEE Main Result 2023’ ଲିଙ୍କ ଉପରେ କ୍ଲିକ୍ କରନ୍ତୁ ।
ଏବେ ଏହାପରେ ନୂଆ ପେଜ ଓପନ ହେବ। ସେଠାରେ ନିଜର ଆପ୍ଲିକେସନ ନମ୍ବର ଏବଂ ଜନ୍ମତାରିଖ ଦେଇ ଲଗଇନ୍ କରନ୍ତୁ ।
ଏହାପରେ ଜେଇଇ ମେନ ୨୦୨୩ ରେଜଲ୍ଟ ଆପଣଙ୍କ ସ୍କ୍ରିନରେ ଆସିବ।
ଏଠାକୁ ଯାଇ ରେଜଲ୍ଟ ଡାଉନଲୋଡ କରି ପ୍ରିଣ୍ଟଆଉଟ୍ କାଢି ରଖିପାରିବେ ।
ସୂଚନାଯୋଗ୍ୟ, ଜେଇ ମେନ୍ସ ଏପ୍ରିଲ ସେସନ ପାଇଁଆଜିଠାରୁ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହେଉଛି ।

ଡାଉନଲୋଡ କରନ୍ତୁ ଲିଙ୍କ :

https://jeemain.nta.nic.in/jeemain-2023-session-2-result/

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.