ବ୍ୟାନ ହେଲା ବେବି ପ୍ରଡକ୍ଟ : ଆଉ ବଜାରରେ ମିଳିବନି Johnson And Johnsonର ସାମ୍ପୁ ଓ ପାଉଡର

ଆଉ ବିକ୍ରି ହେବନି ଜନସନ ଆଣ୍ଡ ଜନସନ ବ୍ରାଣ୍ଡର ସାମ୍ପୁ ଓ ପାଉଡର। ଏହି ଦୁଇଟି ଜିନିଷର ବିକ୍ରି ଉପରେ ରୋକ ଲଗାଇଛନ୍ତି ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିସନ – ଏନସିପିସିଆର। ଜନସନ ଆଣ୍ଡ ଜନସନ ବ୍ରାଣ୍ଡର ସାମ୍ପୁ ଓ ପାଉଡରର ବିକ୍ରି ଉପରେ ରୋକ ଲଗାଇବାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିସନ।

johnson baby powder

 

କୌଣସି ଦୋକାନରେ ପୁରୁଣା ଷ୍ଟକ ଥିଲେ ତାକୁ ତୁରନ୍ତ ହଟାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଜୟପୁରର ଏକ ଗବେଷଣାଗାରରେ ହୋଇଥିବା ପରୀକ୍ଷଣରେ ଜନସନ ଆଣ୍ଡ ଜନସନର ସାମ୍ପୁ ଓ ପାଉଡରରେ ବିଷାକ୍ତ ଫରମାଲଡିହାଇଡ ଥିବା ନେଇ ଏମସିପିସିଆରକୁ ଜଣାଇଥିଲେ ରାଜସ୍ଥାନ ସରକାର। ପାଞ୍ଚଟି ରାଜ୍ୟର ଗବେଷଣାଗାରକୁ ନେଇ ହୋଇଥିବା କୋର୍ଟଙ୍କ ସମନ ଆଧାରରେ ଜବାବ ଦାଖଲ ପରେ ଏହି ନିର୍ଦ୍ଦେଶ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.