Below header

କୌଣସି ହାଇଫାଇ ନସିଂହୋମ ନୁହେଁ ସରକାରୀ ହସ୍ପିଟାଲରେ ହିଁ ନିଜ ସନ୍ତାନ ଜନ୍ମ କରାଇଲେ ଜିଲ୍ଲାପାଳଙ୍କ ପତ୍ନୀ

ବିହାରର ସରକାରୀ ହସ୍ପିଟାଲର ସ୍ଥିତି କଥା କାହାକୁ ବି ଅଛପା ନାହିଁ । ଧନୀ ଲୋକମାନେ ସରକାରୀ ହସ୍ପିଟାଲରେ ଚିକିତ୍ସା ନାମ ତ ଉଠାନ୍ତି ନାହିଁ ସ‌ାଧ‌ାରଣଲୋକ ବି ଯିବାକୁ ଏତେଟା ପସନ୍ଦ କରନ୍ତି ନାହିଁ। ଗରିବଲୋକଙ୍କ ପାଖରେ ଚିକିତ୍ସାରେ କୌଣସି ବିକଳ୍ପ ନଥିବାରୁ ସେମାନେ ବାଧ୍ୟ ହୋଇ ସରକାରୀ ହସ୍ପିଟାଲକୁ ଯାଇଥାଆନ୍ତି। ତେବେ ଏମିତି ପରିସ୍ଥିତିରେ କୈମୁର ଜିଲ୍ଲାପାଳ ସାୱନ କୁମାର ସରକାରୀ ହସ୍ପିଟାଲରେ ତାଙ୍କ ସ୍ତ୍ରୀଙ୍କ ପ୍ରସବ କରାଇ ଉଦାହରଣ ସୃଷ୍ଟି କରିଛନ୍ତି ।

କୈମୁର ଜିଲ୍ଲାପାଳ ସାୱନ କୁମାର ପତ୍ନୀ ବବଲି ଆନନ୍ଦଙ୍କୁ ପ୍ରସବ ପାଇଁ ସଦର ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ଗତ ମଙ୍ଗଳବାର ଡିସେମ୍ବର ୧୨ ତାରିଖରେ ସଦର ହସ୍ପିଟାଲରେ ବବଲି ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ବବଲିଙ୍କ ଚିକିତ୍ସା କରୁଥିବା ଡାକ୍ତର କିରଣ ସିଂହ କହିଛନ୍ତି, ‘ବବଲିଙ୍କ ଅସ୍ତ୍ରୋପଚାର ବା ଅପରେସନ ଜରିଆରେ ପ୍ରସବ ହୋଇଛି। ପ୍ରସବ ପରେ ମା’ ଓ ଶିଶୁ ଉଭୟ ସୁସ୍ଥ ଅଛନ୍ତି। ମା’ ଓ ଶିଶୁଙ୍କୁ କିଛିଦିନ ଡାକ୍ତରଙ୍କ ନୀରିକ୍ଷଣରେ ରଖାଯିବ। ତା’ପରେ ଦୁହିଁଙ୍କୁ ହସ୍ପିଟାଲରୁ ଛୁଟି କରି ଦିଆଯିବ।’

ତେବେ ଜିଲ୍ଲାପାଳଙ୍କ ଏଭଳି ପଦକ୍ଷେପ ପରେ ସରକାରୀ ହସ୍ପିଟାଲର ଚିକିତ୍ସା ବ୍ୟବସ୍ଥାକୁ ନେଇ ଲୋକଙ୍କ ମନରେ ଏକ ପ୍ରକାର ବିଶ୍ବାସର ଡୋରି ବାନ୍ଧି ହୋଇଛି। କାରଣ ଲୋକେ ସରକାରୀ ହସ୍ପିଟାଲର ଚିକିତ୍ସା ବ୍ୟବସ୍ଥ‌ାକୁ ନେଇ ଅନେକ ସମୟରେ ବିଭିନ୍ନ ପ୍ରକାର ଅଭିଯୋଗ ଆଣିଥାଆନ୍ତି। ଚିକିତ୍ସା କରାଇବାକୁ ଭୟ କରିଥାଆନ୍ତି। ତେବେ ଜିଲ୍ଲାପାଳଙ୍କଏହ ପଦକ୍ଷେପକୁ ଲୋକେ ଚାରିଆଡେ ପ୍ରଶଂସା କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.