ଧୀରେ ଧୀରେ ସୁସ୍ଥ ହେଉଛି ବୋରେଓ୍ଵଲ ଶିଶୁକନ୍ୟା, ଆଜି କ୍ଷୀର ପିଇଛି

ରେଙ୍ଗାଲି ଲାରିପାଲି ଜଙ୍ଗଲର ପରିତ୍ୟକ୍ତ ବୋରୱେଲରୁ ଉଦ୍ଧାର ନବଜାତ ଶିଶୁକନ୍ୟାର ସ୍ୱାସ୍ଥ୍ୟ ଅବସ୍ଥା ସୁଧୁରିଛି l

ସମ୍ବଲପୁର (କେନ୍ୟୁଜ୍‌) : ରେଙ୍ଗାଲି ଲାରିପାଲି ଜଙ୍ଗଲର ପରିତ୍ୟକ୍ତ ବୋରୱେଲରୁ ଉଦ୍ଧାର ନବଜାତ ଶିଶୁକନ୍ୟାର ସ୍ୱାସ୍ଥ୍ୟ ଅବସ୍ଥା ସୁଧୁରିଛି l ହେଲେ ୩ ଦିନ ହେଲା ଅଭିଯୁକ୍ତ ପାଖରେ ପହଂଚି ପାରୁନି ପୋଲିସ l
ଉଦ୍ଧାର ପରେ ପ୍ରଥମ ଥର ପାଇଁ ଶିଶୁ କନ୍ଯାକୁ ଦିଆଯାଇଛି କ୍ଷୀର l ଏନେଇ ଭୀମସାର ଅଧୀକ୍ଷକଙ୍କ ସୂଚନା ପରେ ସମସ୍ତଙ୍କ ମନରେ ଆଶା ଉଜ୍ଜୀବିତ ହୋଇଛି l ଧୀରେ ଧୀରେ ସଂକ୍ରମଣ କମୁଥିବା ଭୀମସାର ପକ୍ଷରୁ ସୂଚନା ଦିଆଯାଇଛି । ଅତିଶୀଘ୍ର ଶିଶୁକନ୍ଯା ସୁସ୍ଥ ହେବ ବୋଲି ଆଶା କରାଯାଉଛି l ପ୍ରଶାସନ ଶିଶୁଟିର ସ୍ବାସ୍ଥ୍ଯବସ୍ଥା ଉପରେ ନଜର ରଖିଥିବା ବେଳେ ଶିଶୁ ସୁରକ୍ଷା ବିଭାଗ ମଧ୍ଯ ଯତ୍ନବାନ ଅଛି ବୋଲି ଅତିରିକ୍ତ ଜିଲ୍ଲପାଳ କହିଛନ୍ତି l

ଅନ୍ଯପଟେ ଅଭିଯୁକ୍ତ ତଥା ନୃଶଂସ ମାତା ପିତାଙ୍କୁ ଧରିବା ପାଇଁ ପୋଲିସ ଛାନବିନ ଆରମ୍ଭ ଚଳାଇଛି। ସ୍ଥାନୀୟ ଅଂଚଳରେ ପୋଲିସ ପଚରା ଉଚରା କରୁଛି ସତ ହେଲେ ଘଟଣାକୁ ୩ ଦିନ ବିତିଯାଇଥିଲେ ମଧ୍ୟ କିଛି ବି ସରାକ ପାଇନାହିଁ ।
ଗୋଟିଏ ପଟେ ନବଜାତ ଶିଶୁଟି ତା ମାଆର ଅପେକ୍ଷାରେ ଥିବା ବେଳେ ମାଆକୁ ଖୋଜି ପାଉନି ପୋଲିସ । ଘଟଣା ଘଟିଥିବା ଅଞ୍ଚଳରେ ସିସିଟିଭି ନାହିଁ । ତେଣୁ କିଏ ବୋରେଓ୍ଵଲରେ ଶିଶୁକୁ ପକାଇଲା ତାହା ସ୍ପଷ୍ଟ ହୋଇ ପାରୁନି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.