ଦିଲ୍ଲୀ ଯୁବତୀଙ୍କୁ ୧୨ କିମି ଘୋଷାଡିବା ଘଟଣା : ବୟାନ ଦେଲେ ମୃତ ଅଞ୍ଜଳିଙ୍କ ସାଙ୍ଗ ନିଧି, ‘ନିଶାରେ ଚୁର୍‌ ଥିଲା ଅଞ୍ଜଳି, ତେଣୁ ସ୍କୁଟି ଚଲାଇବାକୁ ନେଇ ହୋଇଥଲା ଝଗଡା’

ଦିଲ୍ଲୀର ସୁଲତାନୀପୁରୀ ଅଞ୍ଚଳରେ ଯୁବତୀଙ୍କୁ ୧୨ କିମି ଘୋଷାଡିବା ମାମଲାରେ ମୁହଁ ଖୋଲିଛନ୍ତି ମୃତ ଅଞ୍ଜଳିଙ୍କ ସାଙ୍ଗ ନିଧି । ଅଞ୍ଜଳି ଏବଂ ତାଙ୍କ ସାଙ୍ଗ ନିଧି ସ୍କୁଟି ଚଲାଇ ଫେରୁଥିବା ବେଳେ ଏକ ବାଲେନୋ କାର ସହିତ ଧକ୍କା ହୋଇଥିଲା । ଆଉ କାର ଚକା ତଳେ ଅଞ୍ଜଳିଙ୍କ ଗୋଡ ଫସିଯାଇଥିଲେ, ଯେଉଁଥିପାଇଁ ସେ ୧୨ କିମି ଘୋଷାଡି ହୋଇଯାଇଥିଲେ । ଫଳରେ ଯୁବତୀଙ୍କ ମୃତ୍ୟୁ ହୋଇଥିଲା ।

ତେବେ ଏହି ଘଟଣାକୁ ନେଇ ନିଧି କହିଛନ୍ତି, ଦୁହେଁ ନୂଆବର୍ଷରେ ଜିରୋନାଇଟ ପାର୍ଟି କରି ଫେରିଥିଲେ । ଦୁହେଁ ନିଶାରେ ଥିଲେ । ଆଉ ସ୍କୁଟି କିଏ ଚଲାଇବ, ତାହାକୁ ନେଇ ଦୁହିଁଙ୍କ ମଧ୍ୟରେ ପାଟିତୁଣ୍ଡ ମଧ୍ୟ ହୋଇଥିଲା । ଅଞ୍ଜଳି ବିଲକୁଲ୍‌ ହୋସରେ ନଥିଲେ । କାର୍‌ ତଳେ ଆସିବା ପୂର୍ବରୁ ଏକ ଟ୍ରକକୁ ଟକ୍କର ମାରିଥିଲେ ମୃତ ଯୁବତୀ । ହେଲେ ନିଧି ଏହାକୁ ସମ୍ଭାଳିନେଇଥିଲେ । ପରେ ଅଞ୍ଜଳି ବାଲେନୋ କାରକୁ ଧକ୍କା ଦେଇଥିଲେ । ନିଧି କାରର ବିପରୀତ ଦିଗକୁ ଛିଟିକି ପଡିଥିବାବେଳେ ଅଞ୍ଜଳି କିନ୍ତୁ କାର ପଟକୁ ପଡିଯାଇଥିଲେ। ଆଉ କାର ତଳେ ତାଙ୍କ ଗୋଡ ଲାଖିଯାଇଥିଲା। କାର ଭିତରେ କୌଣସି ମ୍ୟୁଜିକ ବାଜୁନଥିଲା। ଅଞ୍ଜଳି ଜୀବନ ବଞ୍ଚାଇବାକୁ ଚିତ୍କାର କରୁଥିଲା।

କାର୍ ତଳେ ଘୋଷାଡି ହୋଇ ଚିତ୍କାର କରୁଥିଲେ ଅଞ୍ଜଳି। ଗାଡ଼ି ରୋକିବାକୁ ବାରମ୍ବାର କୁରଥିଲେ ଅନୁରୋଧ। ତଥାପି କାର୍ ଅଟକାଇ ନଥିଲେ ଡ୍ରାଇଭର। ବରଂ ଜାଣିଶୁଣି ଦ୍ରୁତ ବେଗରେ ଗାଡ଼ି ଚଳାଇଥିଲେ। କାର ଡ୍ରାଇଭର ଜାଣିଶୁଣି ଗାଡି ଅଟକାଇବା ବଳଦରେ ତାଙ୍କୁ ୧୨ କିମି ଘୋଷାଡି ଦେଇଥିଲେ। ଫଳରେ ଅଞ୍ଜଳିଙ୍କର ମୃତ୍ୟୁ ଘଟିଥିଲା।

ତେବେ ଏହି ଘଟଣା ପରେ ନିଧି ଭୟଭୀତ ହୋଇଯାଇଥିଲେ। କାହାକୁ କିଛି ନକହି ଘରକୁ ପଳାଇଥିଲେ ଓ ନୀରବ ରହିଥିଲେ ବୋଲି କହିଛନ୍ତି ଅଞ୍ଜଳିଙ୍କ ସାଙ୍ଗ ନିଧି। ପୋଲିସ ନିଧିଙ୍କ ବୟାନକୁ ଧାରା ୧୬୪ ଅଧିନରେ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ରେକର୍ଡ କରାଯାଇଛି। ନିଧିଙ୍କ ବୟାନକୁ ଆଧାର କରି ପୁଲିସ ଯାଞ୍ଚକୁ ଜୋରଦାର କିରିଛି।

ସୂଚନାଯୋଗ୍ୟ, ପୋଲିସ ଏହି ମାମଲାରେ ୫ ଜଣଙ୍କୁ ଗିରଫ କରିଛି । ଦୀପକ ଖାନ୍ନା, ଅମିତ ଖାନ୍ନା, କୃଷ୍ଣ, ମିଥୁନ ଏବଂ ମନୋଜ ମିତ୍ତଲଙ୍କୁ ଗିରଫ କରାଯାଇଛି। ଧାରା ୨୭୯ (ଦ୍ରୁତ ଗାଡିଚାଳନା) ଏବଂ ୩୦୪-ଏ (ଅବହେଳା ଦ୍ୱାରା ମୃତ୍ୟୁ) ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି। ଏହି ୫ ଅଭିଯୁକ୍ତଙ୍କୁ ତିନି ଦିନିଆ ରିମାଣ୍ଡରେ ପଠାଯାଇଛି। ଘଟଣା ଦିନ ସମସ୍ତ ୫ ଅଭିଯୁକ୍ତ ନିଶାଶକ୍ତ ଅବସ୍ଥାରେ ଥିଲେ। ଏମାନଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଛି। ତେବେ ଅଭିଯୁକ୍ତଙ୍କ କହିବା ଅନୁଯାୟୀ, ସେମାନେ ଜାଣିନଥିଲେ ତାଙ୍କ କାର ଏକ ମୃତଦେହକୁ ଘୋଷାଡି ଆଣିଛି । ଆଉ ଯେତେବେଳେ ଜାଣିଲେ ମୃତଦେହକୁ କାରରୁ ହଟାଇବା ପରେ ଛାଡି ଫେରାର ହୋଇଯାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.