କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କ ଫୋନ୍‌କୁ ନେଇ ବିବାଦ , ଅଭିଯୁକ୍ତଙ୍କୁ ଗୁଳି କରି ମାରିଦେବାକୁ ଦେଲେ ନିର୍ଦ୍ଦେଶ

କର୍ଣ୍ଣାଟକ(କେନ୍ୟୁଜ୍) : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‌. ଡି. କୁମାର ସ୍ୱାମୀଙ୍କ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ନେଇ ଆରମ୍ଭ ହୋଇଛି ବିବାଦ । ଏହି ଭିଡିଓରେ କୁମାରସ୍ୱାମୀ ଦଳର ଜଣେ ନେତାଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ଆକ୍ରମଣକାରୀଙ୍କୁ ହତ୍ୟା କରିବା ପାଇଁ ଆଦେଶ ଦେଉଥିବା ଶୁଣିବାକୁ ମିଳୁଛି । କୁମାରସ୍ୱାମୀଙ୍କ ଏହି ଫୋନ୍‌ ବାର୍ତ୍ତାଳାପ ସାର୍ବଜନୀନ ହେବା ପରେ ରାଜନୀତି ବଢିବାରେ ଲାଗିଛି । ମୁଖ୍ୟମନ୍ତ୍ରୀଙ୍କ ଏପରି କଥାବାର୍ତ୍ତାକୁ ଦୃଢ ନିନ୍ଦା କରିଛନ୍ତି ବିରୋଧୀ । ବିଜୟପୁର ଜିଲ୍ଲା ଗସ୍ତରେ ଯାଇଥିଲେ କୁମାରସ୍ୱାମୀ । ଗୋଇନ୍ଦା ବିଭାଗ ପକ୍ଷରୁ ସେକୁଲର ପାର୍ଟିର ଜଣେ ନେତାଙ୍କୁ ହତ୍ୟା ବିଷୟରେ ତାଙ୍କୁ ଅବଗତ କରାଯାଇଥିଲା । ଏନେଇ କୁମାରସ୍ୱାମୀ ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଫୋନ୍‌ କରିଥିଲେ, ଅଭିଯୁକ୍ତକୁ ଗୁଳି କରି ହତ୍ୟା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କୁମାରସ୍ୱାମୀ କହିଛନ୍ତି, ଯାହାକୁ ହତ୍ୟା କରାଯାଇଛି, ସେ ଜଣେ ବହୁତ ଭଲ ଲୋକ ଥିଲେ । ତାଙ୍କୁ କିଏ ହତ୍ୟା କରିଛି ଜଣାନାହିଁ । କିନ୍ତୁ ଯିଏ ମାରିଛି, ତାଙ୍କୁ ଗୁଳି କରିଦିଅ ।

cmସଫେଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ :

ଏହା ଉପରେ ସଫେଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ । କହିଛନ୍ତି, କାହାରିକୁ ମାରିବା ପାଇଁ ନିର୍ଦ୍ଦେଶ ଦେଇନାହିଁ । ଦଳର ଜଣେ କର୍ମୀଙ୍କୁ ହତ୍ୟା ନେଇ ଭାବବିହ୍ଵଳ ହୋଇ ଏପରି କହିଥିଲି, କିନ୍ତୁ ମୁଖ୍ୟମନ୍ତ୍ରୀ ହିସାବରେ କୌଣସି ନିର୍ଦ୍ଦେଶ ଦିଆଯାଇନାହିଁ । କୁମାରସ୍ୱାମୀ ଯାହାକୁ ହତ୍ୟାକାରୀ ବୋଲି ସନ୍ଦେହ କରୁଛନ୍ତି, ସେ ଦୁଇ ଅଭିଯୁକ୍ତ ଦୁଇ ଦିନ ତଳେ ବେଲ୍‌ରେ ଆସିଛନ୍ତି । ଦୁଇଟି ହତ୍ୟାକାଣ୍ଡରେ ଏମାନେ ଅଭିଯୁକ୍ତ ଅଛନ୍ତି । କୁମାରସ୍ୱାମୀ କହିଛନ୍ତି, ବେଲ୍‌ରେ ଆସିବା ପରେ ସେ ନେତାଙ୍କୁ ହତ୍ୟା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.