ନିର୍ବାଚନ ପ୍ରଚାରରେ ନାଗିନ୍ ଗୀତରେ ଡ୍ୟାନ୍ସ କରି ଲୋକଙ୍କ ମନୋରଞ୍ଜନ କଲେ କଂଗ୍ରେସର ଏହି ରାଜନେତା , ଯାହାର ଭିଡିଓ ହେଲା ଭାଇରାଲ୍

କର୍ଣ୍ଣାଟକ : ଲୋକମାନଙ୍କୁ ନିଜ ଦଳ ସପକ୍ଷରେ ଭୋଟ ଦେବାପାଇଁ ରାଜନେତାମାନେ କୌଣସି ପ୍ରକାରର ଚାନ୍ସ ଛାଡୁନଥିବାବେଳେ ଏବେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି ଯାହାକୁ ଦେଖିଲେ ନିର୍ବାଚନ ପାଇଁ ରାଜନେତାମାନେ କିଭଳି ଲୋକଙ୍କ ମନୋରଞ୍ଜନ କରୁଛନ୍ତି ତାହା ଜାଣିପାରିବେ । ନିର୍ବାଚନ ପ୍ରଚାର ପାଇଁ ମଇଦାନକୁ ଆସିଥିବା କଂଗ୍ରେସ କର୍ଣ୍ଣାଟକର ଜଣେ ମନ୍ତ୍ରୀ ମତଦାତାଙ୍କୁ ନିଜ ସପକ୍ଷରେ ମତଦେବା ପାଇଁ ଭିନ୍ନ ପ୍ରୟାସ କରୁଥିବାର ଦେଖିବାକୁ ମିଳିଛି । କର୍ଣ୍ଣାଟକର ଆବାସ ମନ୍ତ୍ରୀ ଏମଟିଭି ନାଗରାଜଙ୍କ ପରି ରାଜନେତା ମଧ୍ୟ ଲୋକପ୍ରୀୟତା ପାଇଁ ଜନତାଙ୍କ ସହିତ ନାଗିନ୍ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ନାଗରାଜଙ୍କ ଏହି ଭିଡିଓ ଭାଇରାଲ ହୋଇଛି । ଯାହାର ନାଁ କିଙ୍ଗ କୋବ୍ରା ରହିଛି। ଭାଇରାଲ ଭିଡିଓରେ ନିର୍ବାଚନ ପ୍ରଚାର ସମୟରେ ଫିଲ୍ମ ନାଗିନ୍ ର ଏକ ଲୋକପ୍ରୀୟ ଗୀତରେ ସେ ଲୋକମାନଙ୍କ ମନୋରଞ୍ଜନ କରୁଥିବାର ଦେଖିବାକୁ ମିଳିଛି ।

video courtesy : ANI

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.