ବକ୍ରି ଇଦ୍ ପାଇଁ କାଶ୍ମୀର ଘାଟିରେ କଟକଣା କୋହଳ
ଆସନ୍ତାକାଲି ବକ୍ରି ଇଦ୍ । ଏଥିପାଇଁ କଶ୍ମୀର ଘାଟିରେ କଟକଣା କୋହଳ କରାଯାଇଛି । ଘାଟି ଅଞ୍ଚଳରେ ଅନେକ ଜିଲ୍ଲାରେ କର୍ଫ୍ୟୁ କୋହଳ କରାଯାଇଛି । ଶ୍ରୀନଗର, ଅନନ୍ତନାଗ ଓ ବଡ଼ଗାମ୍ ଜିଲ୍ଲାରେ ଲୋକଙ୍କୁ ବାହାରକୁ ବାହାରିବା ପାଇଁ ଅନୁମତି ଦିଆଯାଇଛି । ଲୋକେ ବଜାରରେ କିଣାକିଣି କରୁଛନ୍ତି । ଶ୍ରୀନଗରରେ ଏଟିଏମ୍ କାମ କରୁଛି । ସବୁଠି ଦେଖିବାକୁ ମିଳିଛି ଇଦ୍ର ମାହୋଲ । କାଶ୍ମୀରର କିଛି ଅଞ୍ଚଳରେ ଗୁଳି ଚାଳନା ହୋଇଥିବା ନେଇ କିଛି ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା । ଏହା ସଂପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି କଶ୍ମୀର ଆଇଜି ସ୍ୱୟଂପ୍ରକାଶ ପାଣି । କଶ୍ମୀରରେ ସ୍ଥିତି ସଂପୂର୍ଣ୍ଣ ଠିକ୍ ଥିବା କହିଛନ୍ତି ।