Below header

ପୁଅର ଇଛା ମୃତ୍ୟୁ ପାଇଁ ଗୁହାରି କଲେ ମା’, ଲୋଡିଲେ ରାଷ୍ଟ୍ରପତିଙ୍କ ଅନୁମତି

ଘଟଗାଁ (କେନ୍ୟୁଜ୍) : ପୁଅର ଇଛା ମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କ ଅନୁମତି ଲୋଡିଲେ ବାପା ମାଆ । ଶୁଣିବାକୁ ଆଶ୍ଚର‌୍ୟ୍ୟ ଲାଗିଲେ ବି କଥାଟା ସତ । ଦାରିଦ୍ର‌୍ୟ ଆଗରେ ହାର୍ ମାନି ଏଭଳି ନିଷ୍ପତ୍ତି ନେଇଛନ୍ତି ଖୋଦ୍ ଜନ୍ମଦାତ୍ରୀ ମାଆ ଓ ବାପା । କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଉପରଡିହା ଗାଁରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ଗାଁର ରାଜେଶ ବେହେରା ଖୁବ କମ୍ ବୟସରୁ ଉଇନସନ୍ସ ରୋଗରେ ପୀଡିତ । ଏବେ ମାନସିକ ଭାରସାମ୍ୟ ହରାଇବସିଛନ୍ତି । ଏକମାତ୍ର ପୁଅର ଚିକିତ୍ସା ପାଇଁ ନିଜର ଜମିବାଡି ବିକ୍ରି କରି ସର୍ବସ୍ୱାନ୍ତ ହୋଇପଡିଲେଣି ବାପା ଧନେଶ୍ୱର ।

ବାପା ଧନେଶ୍ୱର ଆଖୁପାଳ ପ୍ରାଥମିକ ବିଦ୍ୟାଳୟର ଜଣେ ଗଣଶିକ୍ଷକ ଭାବେ କାର‌୍ୟ୍ୟରତ । ମାସକୁ ମାତ୍ର ୭ ହଜାର ୨ଶହ ଟଙ୍କା ଦରମା । ଏତିକିରେ ପୁଅର ଅଧିକ ଚିକିତ୍ସା ସମ୍ଭବ ହୋଇପାରୁନି । ସିଙ୍ଗାପୁରରେ ପୁଅର ଚିକିତ୍ସା କରାଇଲେ ୨୦ ଲକ୍ଷରୁ ଅଧିକ ଖର୍ଚ୍ଚ ହେବ ବୋଲି ବାଙ୍ଗାଲୋରର ଡାକ୍ତର ପରାମର୍ଶ ଦେଇଛନ୍ତି । ପୁଅର ଅଧିକ ଚିକିତ୍ସା କରିବା ବାପା ମାଆଙ୍କ ପାଇଁ ସମ୍ଭବ ହେଉନଥିବାରୁ ଇଚ୍ଛାମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଛନ୍ତି ପରିବାର ।

ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ବିଧାୟକ, ଜିଲ୍ଲାପାଳ, କେନ୍ଦ୍ରମନ୍ତ୍ରୀ, ସିଡିଏମ୍ଓ, ଆରକ୍ଷୀ ଅଧୀକ୍ଷକ ସମସ୍ତଙ୍କୁ ଇ-ମେଲ୍ ଜରିଆରେ ଅବଗତ କରାଯାଇଛି । ଏ ବିଷୟରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିବା ଘଟଗାଁ ବିଡ଼ିଓ କହିଛନ୍ତି । ତାଙ୍କୁ ସମସ୍ତ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.