Below header

ପିଲାକୁ ଧରି ଟ୍ରେନ ଆଗକୁ ଡେଇଁଲେ ମହିଳା, ବଞ୍ଚିଗଲା ଛୁଆ କଟିଗଲା ମା’ର ଗୋଡ

ସୁନ୍ଦରଗଡ଼ (କେନ୍ୟୁଜ୍) : ଛୁଆକୁ ଧରି ଟ୍ରେନ ଆଗକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । ମହିଳାଙ୍କ ଡାହାଣ ଗୋଡ କଟିଯିବା ସହ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଛୁଆ ତଳେ ରହିଯାଇଥିବାରୁ ସୁରକ୍ଷିତ ରହିଛି । ସୁନ୍ଦରଗଡ଼ ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସୋହେଲାରେ ଏହି ହୃଦୟ ବିଦାରକ ଘଟଣା ଘଟିଛି। ମହିଳା ଜଣକ ରେଳ ଧାରଣା ନିକଟରେ ଛିଡା ହୋଇଥିବାବେଳେ ହଠାତ ଟ୍ରେନ୍ ଆଗକୁ ଡେଇଁ ପଡିଥିଲେ । ଅଗ୍ନିଶମ ବାହିନୀ ମହିଳାଙ୍କୁ ଉଦ୍ଧାର କରି ଡୁଙ୍ଗୁରିପାଲି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ମହିଳା ଜଣକ ହେଲେ ଅନ୍ଧାରୀବାଞ୍ଜି ଗାଁର ଲଳିତା ନାଏକ । ଆତ୍ମହତ୍ୟାର କାରଣ ଜଣାପଡିନଥିବାବେଳେ ଜିଆରପି ଘଟଣାର ତଦନ୍ତ କରଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.