Below header

ଆରମ୍ଭ ହେବ ସିବିଏସଇ ବୋର୍ଡ ପରୀକ୍ଷା, ରହିଲା ମାତ୍ର କିଛିମାସ

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE)ର ବୋର୍ଡ ପରୀକ୍ଷା ଚଳିତ ଥର ମଧ୍ୟ ୧୫ ଫେବୃୟାରୀରୁ ଆରମ୍ଭ ହେବାକୁ ଯାଉଛି । ଏଥର ଦକ୍ଷ ବିଷୟ ବଦଳରେ ପ୍ରଥମେ ମୁଖ୍ୟ ବିଷୟ ଗୁଡିକର ପରୀକ୍ଷା କରାଯିବ ପ୍ରଶ୍ନପତ୍ରର ସୁରକ୍ଷାକୁ ନଜରରେ ରଖି ଅନଲାଇନ ପେପର ପଠାଇବା ପ୍ରକ୍ରିୟାକୁ କାର୍ଯ୍ୟକାରୀ କରାଯାଉଛି ।

ସିବିଏସଇ ଚଳିତ ବର୍ଷ ୧୫ ଫେବୃଆରୀରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର ଆରମ୍ଭ କରିଥିଲା କିନ୍ତୁ ପ୍ରଥମେ ସ୍କିଲ ସହ ଜଡିତ ବିଷୟ ଗୁଡିକର ପରୀକ୍ଷା ହୋଇଥିଲା । ନିକଟରେ ଦିଲ୍ଲୀରେ ହୋଇଥିବା ସିବିଏସଇ ବୈଠକରେ ୨୦୨୦ର ବୋର୍ଡ ପରୀକ୍ଷା ଉପରେ ଚର୍ଚ୍ଚା ହୋଇଥିଲା । ସୂଚନା ମୁତାବକ ବୋର୍ଡ ଫେବୃଆରୀ ୧୫ରେ ଆରମ୍ଭ ହେବାକୁ ଯାଉଥିବା ପରୀକ୍ଷାରେ ପ୍ରଥମେ ମୁଖ୍ୟ ବିଷୟ ଗୁଡିକର ପରୀକ୍ଷା କରାଇବ ବୋଲି ନିଷ୍ପତ୍ତି ନେଇଛି ।

ଏହାର ପ୍ରସ୍ତୁତି ସ୍ଥାନୀୟ କେନ୍ଦ୍ର ଗୁଡିକରେ ଆରମ୍ଭ ହୋଇଯାଇଛି ବୋର୍ଡ ପରୀକ୍ଷା ସମୟକୁ ନଜରରେ ରଖି ସିବିଏସଇ ଡିସେମ୍ବର ମାସରେ ପ୍ରାକ୍ଟିକାଲ ପରୀକ୍ଷା କରାଇବା ପାଇଁ ପ୍ରସ୍ତୁତି କରୁଛି । ପେପରର ସୁରକ୍ଷା ପାଇଁ କିଛି କେନ୍ଦ୍ରକୁ ଏଥର ମଧ୍ୟ ଅନଲାଇନରେ ପେପର ପଠାଯିବ ଯଦିଓ ବୋର୍ଡ ପକ୍ଷରୁ ଏନେଇ ଆନୁଷ୍ଠାନିକ ଭାବେ କୌଣସି ଘୋଷଣା କରାଯାଇନାହିଁ ୨୦୧୯ର ବୋର୍ଡ ପରୀକ୍ଷା ଭଳି ୨୦୨୦ରେ ମଧ୍ୟ ୧୫ ଫେବୃଆରୀଠାରୁ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ଏହାସହିତ ଅତିଶୀଘ୍ର ଏହାର ବିସ୍ତୃତ ବିବରଣୀ ଜାରି କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.