Below header

ପବିତ୍ର ମହାଶିବରାତ୍ରୀରେ ଘୋଷଣା ହେଲା କେବେ ଆରମ୍ଭ ହେବ କେଦାରନାଥଙ୍କ ଯାତ୍ରା

ଭଗବାନ ଆଶୁତୋଷଙ୍କ ପାବନ ପର୍ବ ମହାଶିବରାତ୍ରୀରେ ଆଜି କେଦାରନାଥ ଧାମର କବାଟ ଖୋଲିବାର ତାରିଖ ଘୋଷଣା କରାଯାଇଛି। ଆଗାମୀ ୨୯ ଏପ୍ରିଲରେ ଭଗବାନ ଆଶୁତୋଷଙ୍କ ୧୧ତମ ଜ୍ୟୋର୍ତିଲିଙ୍ଗ କେଦାରନାଥଙ୍କ କବାଟ ଖୋଲିବ। ମେଷ ଲଗ୍ନରେ ସକାଳ ୬.୧୦ ମିନିଟ୍‌ରେ ମନ୍ଦିର ଦ୍ୱାର ସାଧାରଣ ଲୋକଙ୍କ ଦର୍ଶନ ପାଇଁ ଖୋଲାଯିବ। ଏହାପରେ ଛଅ ମାସ ପର୍ଯ୍ୟନ୍ତ ପୂଜା-ଅର୍ଚ୍ଚନା କରାଯିବ।

kedarnath-templeଆସନ୍ତା ୨୫ ଏପ୍ରିଲରେ ଓଁକାରେଶ୍ୱର ମନ୍ଦିର ଉଖିମଠରେ ଭଗବାନ ଭୈରବନାଙ୍କ ପୂଜା ହେବ। ୨୬ ଏପ୍ରିଲରେ କେଦାରନାଥଙ୍କ ପଞ୍ଚମୁଖୀ ସବାରୀ ଧାମରେ ପ୍ରସ୍ଥାନ କରିବ। ୨୭ ତାରିଖରେ ଗୌରୀକୁଣ୍ଡ ରାତ୍ରି ବିଶ୍ରାମ ଏବଂ ୨୮ ଏପ୍ରିଲ ସନ୍ଧ୍ୟାରେ ପଞ୍ଚମୁଖୀ ସବାରୀ କେଦାରନାଥ ଧାମରେ ପହଞ୍ଚିବ। ୨୯ ଏପ୍ରିଲରେ ମେଷ ଲଗ୍ନରେ ସକାଳ ୬.୧୦ ମିନିଟ୍‌ରେ କେଦାରନାଥ ଧାମର କବାଟ ଖୋଲିବ।

kedarnathaସୂଚନା ମୁତାବକ ଏହି ଯାତ୍ରା ପାଇଁ ଓଁକାରେଶ୍ୱର ମନ୍ଦିରରେ ବିଶେଷ ପ୍ରସ୍ତୁତି କରାଯାଇଛି। ଓଁକାରେଶ୍ୱର ମନ୍ଦିର ପରିସରରେ ମହାଯଜ୍ୟ କରି ଆହୁତି ଦିଆଯାଉଛି। ଦ୍ୱିପ୍ରହର ସମୟରେ ଧାର୍ମିକ କାର୍ଯ୍ୟକ୍ରମ ପରେ ସନ୍ଧ୍ୟା ୬ଟାରୁ ଓଁକାରେଶ୍ୱର ମନ୍ଦିରରେ ମହାଶିବରାତ୍ରୀ ପର୍ବର ପୂଜା-ଅର୍ଚ୍ଚନା ଆରମ୍ଭ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.