ସରୋଗେସୀ ଜରିଆରେ ଦ୍ୱିତୀୟ ଥର ମା’ ହେଲେ ଶିଳ୍ପା ସେଟ୍ଟୀ କୁନ୍ଦ୍ରା, ଘରକୁ ଆସିଲା ନହ୍ନି ପରୀ, ଦେଖନ୍ତୁ ପ୍ରଥମ ଫଟୋ
ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ କୁଦ୍ରା ଦ୍ୱିତୀୟ ଥର ମା’ ହୋଇଛନ୍ତି। ସରୋଗେସୀ ଜରିଆରେ ସେ ଏକ ସୁନ୍ଦର କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଝିଅର ନାଁ ରଖିଛନ୍ତି ‘ସମିଷା ସେଟ୍ଟୀ’। ୧୫ ଫେବୃୟାରୀରେ ତାଙ୍କର ଝିଅ ଜନ୍ମ ହୋଇଥିଲା। ଏବେ ଶିଳ୍ପା ଓ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଏ ନେଇ ସୋସିଆଲ ମିଡିଆରେ ଖୁଲାସା କରିଛନ୍ତି। ସେମାନେ ଇନ୍ଷ୍ଟାଗ୍ରାମରେ ଝିଅର ଏକ ଫଟୋ ଛାଡ଼ିଛନ୍ତି।
ଫଟୋରେ ଦେଖିବାକୁ ମିଳୁଛି ଯେ ସମିଷା ନିଜ ମା’ ଶିଳ୍ପାଙ୍କ ଆଙ୍ଗୁଠି ଧରିଛନ୍ତି। ଯଦିଓ କନ୍ୟା ସନ୍ତାନର ମୁହଁ ନଜରକୁ ଆସୁନାହିଁ। ଯେତେବେଳେ ଶିଳ୍ପା ଏହି ଫଟୋ ସହ ନିଜେ ମା’ ହେବା ନେଇ ସୂଚନା ଦେଇଥିଲେ, ସଙ୍ଗେ ସଙ୍ଗେ ଫଟୋଟି ଭାଇରାଲ ହୋଇଯାଇଥିଲା। ସୋସିଆଲ ମିଡିଆରେ ଏବେ ସମସ୍ତେ ଶିଳ୍ପା ଓ ରାଜ କୁନ୍ଦ୍ରାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି।
ସମିଷା ହେଉଛନ୍ତି ଶିଳ୍ପାଙ୍କ ସରୋଗେଟ୍ ଚାଇଲ୍ଡ। ଫଟୋ ଶେୟାର କରି ଶିଳ୍ପା କ୍ୟାପସନ ଲେଖିଛନ୍ତି ଯେ ‘ଓମ୍ ଶ୍ରୀ ଗଣେଶାୟ ନମଃ। ଆମ ପ୍ରାର୍ଥନାର ଜବାବ ଏକ ଚମତ୍କାର ସହିତ ମିଳିଛି। ଆମେ ଆମ ଛୋଟି ପରୀ ସମିଷା ସେଟ୍ଟୀ କୁନ୍ଦ୍ରାଙ୍କ ଜନ୍ମର ଘୋଷଣା କରି ରୋମାଞ୍ଚିତ ଅଛୁ(୧୫ ଫେବୃୟାରୀ, ୨୦୨୦)। ନିଜ ଭଲ ପାଇବା ଏବଂ ଆଶୀର୍ବାଦ ଦିଅନ୍ତୁ’।