ନିଜର ଭାବି ସ୍ୱାମୀଙ୍କୁ ସରପ୍ରାଇଜ୍‌ ଦେବା ପାଇଁ ଧମାକେଦାର ଡ୍ୟାନ୍ସ କରି ଏଣ୍ଟ୍ରି ମାରିଲେ କନ୍ୟା, ଦେଖନ୍ତୁ ଭିଡିଓ

କେରଳରେ ଜଣେ କନ୍ୟା ନିଜ ବିବାହରେ ଧମାକେଦାର ଡ୍ୟାନ୍ସ କରି ଏଣ୍ଟ୍ରି କରିଛନ୍ତି। ନିଜର ଏହି ଏଣ୍ଟ୍ରିରେ ସେ ବରପାତ୍ରଙ୍କ ସମେତ ସେଠାରେ ଉପସ୍ଥିତ ଅତିଥିଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରାଇଦେଇଛନ୍ତି। ସୋସିଆଲ ମିଡିଆରେ କନ୍ୟାଙ୍କର ଏହି ଏଣ୍ଟ୍ରି ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। କନ୍ୟାଙ୍କ ନାମ ଅଞ୍ଜଳୀ, ଯିଏ କି ନିଜ ବାନ୍ଧବୀ ମାନଙ୍କ ସହିତ ମିଶି ଡ୍ୟାନ୍ସ କରୁଥିବା ନଜର ଆସୁଛନ୍ତି।

ଭିଡିଓରେ ଅଞ୍ଚଳୀ ଲାଲ ରଙ୍ଗ ଶାଢ଼ୀ ପିନ୍ଧିଥିବା ଦେଖିବାକୁ ମିଳିଛି। ସେ ନାଚି ନାଚି ଷ୍ଟେଜ୍‌ ଆଡକୁ ଯାଇଥିଲେ। ଅଞ୍ଜଳୀ ନିଜ ଭାବି ସ୍ୱାମୀଙ୍କୁ ଡ୍ୟାନ୍ସ ଜରିଆରେ ସରପ୍ରାଇଜ୍‌ ଦେବାକୁ ଚାହୁଁଥିଲେ। ଏହି ଭିଡିଓଟି ସେୟାର ହେବା ମାତ୍ରକେ କିଛି ସମୟ ମଧ୍ୟରେ ଏହା ଖୁବ୍‌ ଭାଇରାଲ ହୋଇଯାଇଥିଲା। ଭିଡିଓକୁ ୭୬ ହଜାରରୁ ଅଧିକ ଥର ଦେଖାଯାଇସାରିଲାଣି।

ଏହି ଭିଡିଓକୁ କରନ କପୁର ନିଜ ଟ୍ଵିଟର ଆକାଉଣ୍ଟରେ ସେୟାର କରିଛନ୍ତି। ଯଦିଓ ଏଭଳି ଭିଡିଓ ପ୍ରଥମ ଦେଖିବାକୁ ମିଳୁନାହିଁ ତଥାପି ଏହି ଭିଡିଓ ଅନ୍ୟ ଭିଡିଓ ଅପେକ୍ଷା ଖୁବ୍‌ ଭାଇରାଲ ହେଉଛି।

Leave A Reply

Your email address will not be published.