ପ୍ରଥମ ଥର ଦୁନିଆ ସାମ୍ନାକୁ ଆସିଲେ କିମ୍‌ ଜୋଙ୍ଗ ଉନଙ୍କ ଝିଅ; ବାପାଙ୍କ ହାତ ଧରି ମିସାଇଲ୍‌ ଲଞ୍ଚ୍‌ ଦେଖିବାକୁ ପହଞ୍ଚିଲେ…

ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ଝିଅ ପ୍ରଥମ ଥର ଦୁନିଆ ସାମ୍ନାକୁ ଆସିଛନ୍ତି। କିମ ଜୋଙ୍ଗ ଉନ ଶନିବାର ନିଜ ଝିଅ ସହିତ କୋରିଆର ସବୁଠାରୁ ବଡ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଲଞ୍ଚିଂରେ ଦେଖିବାକୁ ମିଳିଥିଲେ। ଏହି ସମୟରେ କିମ ଜୋଙ୍ଗ ଉନ ତାଙ୍କର ୧୨ ବର୍ଷୀୟା ଝିଅର ହାତ ଧରିଥିବାର ନଜର ଆସିଥିଲେ।

କହି ରଖୁଛୁ, କିମ ଜୋଙ୍ଗ ଉନ ପ୍ରଥମ ଥର ପାଇଁ ତାଙ୍କ ଝିଅ ସହିତ ଦୁନିଆ ସମ୍ମୁଖକୁ ଆସିଛନ୍ତି। ଯଦିଓ ତାଙ୍କ ଝିଅଙ୍କୁ ନେଇ ଅନ୍ୟ କୌଣସି ସୂଚନା ସାମ୍ନାକୁ ଆସି ନାହିଁ। ତେବେ ଏହି ଫଟୋ ସେହି ସମୟର, ଯେତେବେଳେ ଉଭୟ Hwasong-17 ICBM କ୍ଷେପଣାସ୍ତ୍ର ନିରୀକ୍ଷଣ କରିବାକୁ ପହଞ୍ଚିଥିଲେ।

କିମ ଜୋଙ୍ଗ ଉନଙ୍କ ଝିଅଙ୍କୁ ନେଇ ଅନୁମାନ କରାଯାଉଛି ଯେ ତାଙ୍କ ବୟସ ୧୨ କିମ୍ବା ୧୩ ବର୍ଷ ହୋଇପାରେ। ସୂଚନା ମୁତାବକ, କ୍ଷେପଣାସ୍ତ୍ର ଲଞ୍ଚିଂ ସମୟରେ କିମଙ୍କ ଝିଅଙ୍କ ଉପସ୍ଥିତିକୁ ନେଇ ପୂର୍ବରୁ କୌଣସି ସୂଚନା ନ ଥିଲା। ସାମ୍ନାକୁ ଆସିଥିବା ଫଟୋରେ କିମ ଜୋଙ୍ଗ ଉନଙ୍କ ଝିଅ ଏକ ଧଳା କୋଟ୍‌ରେ ନିଜ ବାପାଙ୍କ ହାତ ଧରିଥିବାର ନଜର ଆସିଛନ୍ତି।

ସେପଟେ ଆମେରିକାରେ ଥିବା ଷ୍ଟିମସନ୍ ସେଣ୍ଟରର ଉତ୍ତର କୋରିଆର ନେତୃତ୍ୱ ବିଶେଷଜ୍ଞ ମାଇକେଲ୍ ମ୍ୟାଡେନ୍ କହିଛନ୍ତି, କିମ ଜୋଙ୍ଗ ଉନଙ୍କ ଝିଅଙ୍କୁ ପ୍ରଥମ ଥର ଏକ ସାଧାରଣ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି। ଏମିତି ହେବା ବହୁତ ଖାସ୍‌ ବୋଲି ସେ କହିଛନ୍ତି। ବିଶେଷଜ୍ଞ ମ୍ୟାଡେନ୍‌ଙ୍କ କହିବା ହେଲା, କିମଙ୍କର ତିନି ସନ୍ତାନ ଅଛନ୍ତି, ଦୁଇ ଝିଅ ଏବଂ ଗୋଟିଏ ପୁଅ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.