ବଙ୍ଗାଳି ଅଭିନେତ୍ରୀ ଏଣ୍ଡ୍ରିଲା ଶର୍ମାଙ୍କ ପରଲୋକ, ମାତ୍ର ୨୪ ବର୍ଷ ବୟସରେ ଦୁନିଆ ଛାଡି ଚାଲିଗଲେ

ବଙ୍ଗାଳି ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣାଶୁଣା ଅଭିନେତ୍ରୀ ଏଣ୍ଡ୍ରିଲା ଶର୍ମାଙ୍କର ପରଲୋକ ହୋଇଛି । ବ୍ରେନ ଷ୍ଟ୍ରୋକ ହୋଇଥିବା ଯୋଗୁ କିଛିଦିନରୁ କୋଲକତାର ଏକ ହସପିଟାଲରେ ଭେଣ୍ଟିଲେଟରରେ ରହିଥିଲେ। ଅଭିନେତ୍ରୀଙ୍କର ମଲ୍ଟିପଲ୍‌ କାର୍ଡିଏକ ଆଟାକ ଆସିବା ପରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ଭେଣ୍ଟିଲେଟରେ ରହିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୪ ବର୍ଷ ହୋଇଥିଲା ।

ସୂଚନା ଅନୁଯାୟୀ, ୧୫ ନଭେମ୍ବରରେ ଏଣ୍ଡ୍ରିଲା ଏକାସାଙ୍ଗରେ ଅନେକ ହୃଦଘାତରେ ଆକ୍ରାନ୍ତ ହୋଇଥିଲେ। ଏଥିପାଇଁ ତାଙ୍କୁ ତୁରନ୍ତ ତାଙ୍କୁ କୋଲକାତାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତା’ ପୂର୍ବରୁ ୧ ନଭେମ୍ବରରେ ବ୍ରେନ ଷ୍ଟ୍ରୋକ୍‌ ମଧ୍ୟ ହୋଇଥିଲା। ଯାହା ପାଇଁ ମସ୍ତିଷ୍କର ଅନେକ ସ୍ଥାନରେ ରକ୍ତ କ୍ଲଟ ହୋଇଯାଇଥିଲା । ଏଥିପାଇଁ Intracranial Hemorrhage ପୀଡିତ ଥିଲେ ।

ଜୀବନ ଏବଂ ମୃତ୍ୟୁ ସହ ସଂଘର୍ଷ କରୁଥିବା ଏଣ୍ଡ୍ରିଲା ପୂର୍ବରୁ ଅନେକ ଥର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏହାପୂର୍ବରୁ ସେ କର୍କଟ ରୋଗ ସହ ଲଢି ଜିତିଥିଲେ। ପୁଣି ଏହି ମାସ ଆରମ୍ଭରେ ତାଙ୍କର ବ୍ରେନ ଷ୍ଟ୍ରୋକ୍‌ ହୋଇଥିଲା। ଏଣ୍ଡ୍ରିଲାଙ୍କ ଜୀବନ ତାଙ୍କ ପାଇଁ ସହଜ ନୁହେଁ। ତାଙ୍କର ସିଟି ସ୍କାନ୍ କରାଯିବା ପରେ ଜଣାପଡିଥିଲା କି ମସ୍ତିଷ୍କର ଅନ୍ୟ ଏକ ଅଂଶରେ ରକ୍ତ ଜମାଟ ବାନ୍ଧିଥିଲା । ୨ ଥର କ୍ୟାନସର, ବ୍ରେନ ଷ୍ଟ୍ରୋକ, ହାର୍ଟ ଆଟାକକୁ ମାତ୍‌ ଦେଇଥିଲେ ।

ସେ ନିଜ କ୍ୟାରିୟର ଟିଭି ଶୋ’ ‘ଝୁମର’ରୁ ଆରମ୍ଭ କରିଥିଲେ। ଏହାପରେ ସେ ଅନେକ ପପୁଲାର ଶୋ’ରେ ନଜର ଆସିଥିଲେ। ଏଣ୍ଡ୍ରିଲା ଓଟିଟିର କେତେକ ପ୍ରୋଜେକ୍ଟର ଅଂଶ ମଧ୍ୟ ରହିଛନ୍ତି। ସେ ଜୀବନ ଜ୍ୟୋତି, ଜୀବନ କଠିରେ ଲିଡ୍‌ ଅଭିନେତ୍ରୀର ଭୂମିକାରେ ଦେଖା ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.