ପୁଣି ଚମକିଲେ ସୂର୍ଯ୍ୟ, ଶତକ ମାରି ନ୍ୟୁଜିଲାଣ୍ଡକୁ ଦେଲେ ୧୯୨ ରନର ଟାର୍ଗେଟ

ଆଜି ନ୍ୟୁଜିଲାଣ୍ଡ ଏବଂ ଭାରତ ମଧ୍ୟରେ ଚାଲିଛି ଦ୍ୱିତୀୟ ଟି-୨୦ ମ୍ୟାଚ୍‌। ପ୍ରଥମ ମ୍ୟାଚ୍‌ ବର୍ଷା ଯୋଗୁଁ ବାତିଲ ହେବା ପରେ ଉଭୟ ଦଳ ଆଜିର ମ୍ୟାଚରେ କଠିନ ପରିଶ୍ରମ କରୁଛନ୍ତି। ଦ୍ୱିତୀୟ ଟି-୨୦ ମ୍ୟାଚରେ ପ୍ରଥମେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । ଆଉ ନ୍ୟୁଜିଲାଣ୍ଡ ଆଗରେ ଭାରତ୧୯୨ ରନର ଟାର୍ଗେଟ ରଖିଛି।

ପ୍ରଥମେ ଭାରତ ବ୍ୟାଟିଂ ନିର୍ଦ୍ଧାରିତ ୨୦ ଓଭରରେ କରି ଓ୍ଵିକେଟ ହରାଇ ରନ କରିଥିଲା। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆର ଖେଳାଳି ଈଶାନ କିଷନ ଏବଂ ରିଷଭ ପନ୍ତ ବ୍ୟାଟିଂ କରିବାକୁ ଆସିଥିଲେ। ୬ ଓଭରରେ ଟିମ୍‌ ୬୦ ରନ୍‌ କରିଥିବା ବେଳେ ବର୍ଷା ସାଜିଥିଲା ବାଧକ। କିଛି ସମୟ ପାଇଁ ଖେଳକୁ ବନ୍ଦ କରିବାକୁ ପଡିଥିଲା । ଈଶାନ କିଷନ ୩୬ ରନ୍‌ ଏବଂ ରିଷଭ ପନ୍ତ ୬ ରନ୍‌ କରି ଆଉଟ ହୋଇଥିଲେ। ତା’ ପରେ ପଡିଆକୁ ଓହ୍ଲାଇଥିଲେ ସୂର୍ଯ୍ୟକୁମାର ଯାଦବ । ସୂର୍ଯ୍ୟକୁମାର ଯାଦବ ୫୧ ବଲରେ ୧୧୧ ରନ୍‌ ବର୍ଷା କରିଥିଲେ। ଫଳରେ ନ୍ୟୁଜିଲାଣ୍ଡକୁ ୧୯୨ ରନର ଟାର୍ଗେଟ ଦେଇପାରିଛି ଭାରତ।

ହାର୍ଦ୍ଦିକ ପାଣ୍ଡ୍ୟା ଶେଷ ପର୍ଯ୍ୟନ୍ତ ସୂର୍ଯ୍ୟଙ୍କ ସହିତ ସହଭାଗିତା କରିଥିଲେ। ହେଲେ ଶେଷ ଓଭରରେ ହାର୍ଦ୍ଦିକ ୧୩ ରନ୍‌ କରି ଆଉଟ ହେବା ପରେ ଦୀପକ ହୁଡ୍ଡା, ଓ୍ଵାଶିଂଟନ ସୁନ୍ଦର ମଧ୍ୟ ଶୂନ ରନ୍‌ କରି ଆଉଟ ହୋଇଥିଲେ।

ପ୍ରଥମ ଇନିଂସ ଶେଷ ସୁଦ୍ଧା ସୂର୍ଯ୍ୟକୁମାର ଯାଦବ ମୋଟ ୫୧ ବଲ୍‌ରୁ ୧୧୧ ରନ୍‌ ହାସଲ କରିଛନ୍ତି ସୂର୍ଯ୍ୟକୁମାର ଯାଦବ । ଏହାପୂର୍ବରୁ ଇଂଲଣ୍ଡ ବିପକ୍ଷରେ ମଧ୍ୟ ଧୁଆଁଧାର ଶତକୀୟ ପାରି ଖେଳିଥିଲେ । ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ୫୫ ବଲ୍‌ରୁ ଶତକ ହାସଲ କରିଥିଲେ ସୂର୍ଯ୍ୟକୁମାର ଯାଦବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.