Below header

ରସିକିଆ ଟ୍ୟୁସନ୍‌ ସାର୍: ପାଠ ପଢାଇବା ବାହାନାରେ ଛାତ୍ରୀଙ୍କ ସହ କରୁଛନ୍ତି ଅସଦାଚରଣ, ଭାଇରାଲ୍ ହେଉଛି ଭିଡିଓ

ବ୍ରହ୍ମପୁର(କେନ୍ୟୁଜ): ରସିକିଆ ଟ୍ୟୁସନ୍‌ ସାର୍। ପାଠ ପଢାଇବା ବାହାନାରେ ଛାତ୍ରୀଙ୍କ ସହ ଅସଦାଚରଣ କରୁଛନ୍ତି । ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଝଡ଼ ସୃଷ୍ଟି କରିଛି । ଏହି ଭାଇରାଲ୍‌ ଭିଡିଓ ବ୍ରହ୍ମପୁରର ବୋଲି ଜଣାପଡିଛି । ବ୍ରହ୍ମପୁରର ରାଗିଂ ଘଟଣା ନଥମୁଣୁ ପୁଣି ସାମ୍ନାକୁ ଆସିଛି ରସିକିଆ ଟ୍ୟୁସନ ସାରଙ୍କ ଭିଡିଓ ।

ଯେଉଁଥିରେ ଦେଖିବାକୁ ମିଳିଛି ଛାତ୍ରୀଙ୍କୁ ପାଠ ପଢାଇବା ପରିବର୍ତ୍ତେ ଅସଦାଚରଣ କରୁଛନ୍ତି ସାର୍‌ । ଭିଡିଓଟି ନିର୍ଦ୍ଧିଷ୍ଟ ଭାବେ କେଉଁ ସ୍ଥାନର ଓ କେଉଁ ଦିନର ଜଣାପଡିନି । ଗୁରୁ ଶିଷ୍ୟର ପବିତ୍ର ସମ୍ପର୍କରେ କଳଙ୍କିତ ପୃଷ୍ଠା ଯୋଡିଛି ଏହି ଲଜ୍ୟାଜନକ ଭିଡିଓ । ତେବେ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.