Below header

ଏପଟେ ଲକଡାଉନ ଯୋଗୁଁ ଆମେ ଛଟପଟ, ସେପଟେ ଚୀନବାସୀ କରୁଛନ୍ତି ଚୁମ୍ବନ ପ୍ରତିଯୋଗିତା: ଦେଖନ୍ତୁ ଭିଡିଓ

ସମଗ୍ର ବିଶ୍ୱ କରୋନା ଭାଇରସ ସହିତ ଲଢୁଥିବା ବେଳେ ଚୀନବାସୀ ସବୁ ସୀମା ପାର କରିସାରିଛନ୍ତି । ଚୀନର ବୁହାନ ସହରରୁ ବ୍ୟାପୀଥିବା ଏହି ଭାଇରସ ଯୋଗୁଁ ଆସି ସମଗ୍ର ବିଶ୍ୱ ଛଟପଟ ହେଉଛି । ସମଗ୍ର ବିଶ୍ୱ ଏହି ଭାଇରସ ସଂକ୍ରମଣ ଯୋଗୁ ଛଟପଟ ହେଉଥିବା ବେଳେ ଚୀନରେ ଚାଲିଛି ଚୁମ୍ବନ ପ୍ରତିଯୋଗିତା ଅର୍ଥାତ କିସିଂ କନଟେଷ୍ଟ ।

କେବଳ ଭାରତ ନୁହେଁ ବିଶ୍ୱର ଅଧିକାଂଶ ଦେଶରେ ଲକଡାଉନ ଚାଲିଥିବା ବେଳେ ଲୋକେ କାମଧନ୍ଦା ବନ୍ଦ କରି ପଡିରହିଛନ୍ତି । ଆମେରିକା ଭଳି ଶକ୍ତିଶାଳୀ ଦେଶ ମଧ୍ୟ ଏହି ଭାଇରସ ଆଗରେ ହାର ମାନିଛି । ଶ୍ରମିକ ବା ଦିନ ମଜୁରିଆ ଖାଇବାକୁ ପାଉନାହିଁ । ପୋଲିସ କର୍ମଚାରୀ, ସ୍ୱାସ୍ଥ୍ୟକର୍ମୀ, ଜରୁରୀକାଳୀନ ସେବାରେ ଥିବା ଲୋକ ନିଜ ଘରରୁ ଯାଇ ନପାରି, ପରିବାରକୁ ନ ଦେଖି ଛଟପଟ ହେଉଥିବା ବେଳେ ଚୀନବାସୀଙ୍କର ଚାଲିଛି ଚୁମ୍ବନ ପ୍ରତିଯୋଗିତା ।


ଇଣ୍ଡିଆ ଟାଇମ୍ସ ମୁତାବକ, ଏହି ଚୁମ୍ବନ ପ୍ରତିଯୋଗିତା ଏକ ଫର୍ଣ୍ଣିଚର ପ୍ରସ୍ତୁତ କରୁଥିବା କମ୍ପାନୀ ଆୟୋଜିତ କରିଛି । ଫ୍ୟାକ୍ଟ୍ରିରେ କାମ କରୁଥିବା କର୍ମଚାରୀ ଏହି ପ୍ରତିଯୋଗିତାରେ ଭାଗ ନେଇଛନ୍ତି । ଏହି ଫ୍ୟାକ୍ଟ୍ରିର ନାମ Yueya ରହିଛି । ଏହି ପ୍ରତିଯୋଗିତାର ଫଟୋ ଏବଂ ଭିଡିଓ ଖୁବ ଭାଇରାଲ ହେଉଛି । ଚୀନ ସରକାର ସାମାଜିକ ଦୂରତ୍ୱ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ଏହି ଫ୍ୟାକ୍ଟ୍ରିରେ ସେହି ନିୟମକୁ ବେଖାତିର କରି ଚୁମ୍ବନ ପ୍ରତିଯୋଗିତା ଆୟୋଜିତ କରାଯାଇଛି ।

କେବଳ ଏତିକି ନୁହେଁ, ଏହି ପ୍ରତିଯୋଗିତାର ଭିଡିଓ ଗ୍ଲୋବାଲ ଟାଇମ୍ସ ସୋସିଆଲ ମିଡିଆରେ ସେୟାର ମଧ୍ୟ କରାଯାଇଛି । ଏହି ପ୍ରତିଯୋଗିତାରେ କରୋନା ସଂକ୍ରମଣକୁ ଆଖି ଆଗରେ ରଖି କିସିଂ କରିବା ପ୍ରତିଯୋଗୀଙ୍କ ମଝିରେ କାଚ ରଖାଯାଇଛି । ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀ ବିବାହିତ । ଲୋକଙ୍କ ମନରୁ ଚିନ୍ତା ଦୂର କରିବା ପାଇଁ ଏଭଳି ପ୍ରତିଯୋଗିତାର ଆୟୋଜନ କରାଯାଇଛି ବୋଲି ଫ୍ୟାକ୍ଟ୍ରି ଫକ୍ଷରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.