Below header

ପାକିସ୍ତାନ ଜେଲରେ ବନ୍ଦୀଥିବା କୁଳଭୂଷଣ ଯାଦବଙ୍କ ମାମଲାର ଆଜି ଶୁଣାଣି

ନୂଆଦିଲ୍ଲୀ: ପାକିସ୍ତାନ ଜେଲରେ ବନ୍ଦୀଥିବା କୁଳଭୂଷଣ ଯାଦବଙ୍କ ମାମଲାର ଆଜି ଶୁଣାଣି କରାଯିବ । ପାକିସ୍ତାନ ସରକାରଙ୍କ ପକ୍ଷରୁ ଦାଖଲ ଏକ ପିଟିସନର ଶୁଣାଣି କରିବେ ଇସଲାମବାଦ ହାଇକୋର୍ଟ । ଜାତୀୟସଭାର ନିମ୍ନ ଗୃହ ଦ୍ୱାରା ନିୟମ ପ୍ରଣୟନ ହେବା ପରେ ଏଭଳି ଏକ ଆଇନ ପ୍ରଣୟନ ହୋଇଛି । ପାକିସ୍ତାନ ସାମରିକ କୋର୍ଟ ଦ୍ୱାରା କୁଳଭୂଷଣଙ୍କ ମୃତ୍ୟୁ ଦଣ୍ଡର ତଦନ୍ତ ବିରୋଧରେ ଏକ ସମୀକ୍ଷା ପୀଠ ଦାଖଲ କରିବାକୁ ଅନୁମିତ ଦିଆଯାଇଛି ।

ପୂର୍ବରୁ କୁଳଭୂଷଣ ଯାଦବଙ୍କୁ ଦେଖା କରିବା ପାଇଁ ତୃତୀୟ ଥର କନସୁଲାର ଆକସେସ ଯୋଗାଇ ଦେଇଥିଲେ ପାକିସ୍ତାନ ସରକାର । କୁଳଭୂଷଣ ଯାଦବ ଭାରତୀୟ ନୌସେନାର ପୂର୍ବତନ ଅଧିକାରୀ । ୨୦୧୭ ଏପ୍ରିଲ ମାସରେ ପାକିସ୍ତାନର ସାମରିକ କୋର୍ଟ ତାଙ୍କୁ ଗୁଇନ୍ଦାଗିରି କାର୍ଯ୍ୟକଳାପ ପାଇଁ ଫାଶୀ ଦଣ୍ଡରେ ଦଣ୍ଡିତ କରିଥିଲା । ଭାରତ ଏହା ବିରୋଧରେ ଆଇସିଜେ ଯଆଇଥିଲା । ଏବଂ ଆଇସିଜେ ହିଁ କୁଳଭୂଷଣଙ୍କୁ କନସୁଲାର ଆକସେସ ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.