ରାସ୍ତା ଖରାପ ଯୋଗୁଁ ଅଧା ବାଟରେ ଅଟକିଲା ଆମ୍ବୁଲାନ୍ସ , ଶେଷରେ ପୁଣି ଖଟିଆରେ ବୁହାହେଲେ ରୋଗୀ

କେନ୍ଦୁଝର: ପୁଣି ଖଟିଆରେ ବୁହାହେଲେ ରୋଗୀ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ବସିରା ଗାଁରେ ଦେଖିବାକୁ ମିଳିଛି ଏହି ଭଳି ଏକ ଅଭାବନୀୟ ଘଟଣା । ବସିରା ଗାଁର ଜଣେ ବୃଦ୍ଧ ଅସୁସ୍ଥ ହେବାରୁ ଆମ୍ବୁଲାନ୍ସକୁ ଫୋନ କରାଯାଇଥିଲା । ହେଲେ ରାସ୍ତା ଖରାପ ଯୋଗୁଁ ଆମ୍ବୁଲାନ୍ସଟି ଗାଁ ଭିତରୁ ଅଆସିପାରିନଥିଲା । ଯାହାଫଳରେ ଅଧାରାସ୍ତାରେ ଅଟକି ଯାଇଥିଲା । ଶେଷରେ ବାଧ୍ଯ ହୋଇ ଆମ୍ବୁଲାନ୍ସର କର୍ମଚାରୀମାନେ ମାନବିକତା ଦେଖାଥିଲେ । ରୋଗୀଙ୍କୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ବୋହି ବୋହି ଆଣିଥିଲେ । ପରେ ବୃଦ୍ଧଙ୍କୁ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.