Below header

ମହଙ୍ଗା ପଡ଼ିଲା ହୋଟେଲ୍‌ କିଚେନ୍‌ରେ ଟିକ୍‌ଟକ୍‌ ଭିଡିଓ କରିବା, ଚାକିରିରୁ ବିଦା ହେଲେ ମହିଳା

ବର୍ତ୍ତମାନର ଯୁବପିଢ଼ି ଯେକୌଣସି କାମ କଲେ ତାହାର ଭିଡିଓ ଅପ୍‌ଲୋଡ କରୁଥିବା ଦେଖିବାକୁ ମିଳିଛି। ନିଜ ଫଟୋରେ ଅଧିକ ଲାଇକ୍‌ ଓ କମେଣ୍ଟ ପାଇବାକୁ ସେମାନେ କିଛି ବି କରିବାକୁ ପଛାଉନାହାନ୍ତି। କିଏ ବିଭିନ୍ନ ଷ୍ଟଣ୍ଟ କରୁଛି ତ ଆଉ କିଏ ପ୍ରତିଦିନର କାମକୁ ସୋସିଆଲ ମିଡିଆରେ ସେୟାର କରୁଛି। ତେବେ କେବଳ ମନୋରଞ୍ଜନ ପାଇଁ କରୁଥିବା କିଛି ଭିଡିଓ ବେଳେବେଳେ ଲୋକଙ୍କ ଉପରେ ଭାରି ପଡ଼ୁଥିବା ଦେଖିବାକୁ ମିଳୁଛି। ଏବେ ସେଭଳି ଏକ ଘଟଣା ସାମ୍ନାକୁ ଆସିଛି। ଭିଡିଓ କରି ସୋସିଆଲ ମିଡିଆରେ ସେୟାର କରିବା ପରେ ଜଣେ ମହିଳାଙ୍କୁ ନିଜ ଚାକିରିରୁ ବିତାଡ଼ିତ କରାଯିବା ଭଳି ଘଟଣା ଦେଖିବାକୁ ମିଳିଛି।

ଏହାସହ ପଢ଼ନ୍ତୁ:  ATM ମେସିନ୍‌ରୁ ବାହାରିଲାନି ଟଙ୍କା ତ ଚୋରମାନେ ଆଣିଲେ ଜେସିବି, ଦେଖନ୍ତୁ ତା’ପରେ କ’ଣ ହେଲା…

ମହିଳା ଜଣକ ଟିକ୍‌ଟକ୍‌ରେ ଲୋକପ୍ରିୟ ଖାଦ୍ୟ ଚେନ୍‌ ପନେରା ବ୍ରେଡ୍‌ର ଗୁପ୍ତ ରେସିପିକୁ ଭାଇରାଲ କରିଦେଇଥିଲେ। ଏକ ଭିଡିଓ କରି ସେ ପନେରାରେ କିଭଳି ଚିଜ୍‌ ପକାଇ ମାକରୋନି ପ୍ରସ୍ତୁତ କରାଯାଏ ତାହା ଦେଖାଇଥିଲେ। ଏହି ଭିଡିଓ ଭାଇରାଲ ହେବାରେ ମାଲିକ ତାଙ୍କୁ ଚାକିରିରୁ ବିତାଡ଼ିତ କରିଥିଲେ। ଏ ନେଇ ମହିଳା ଜଣକ ଟ୍ଵିଟ୍‌ କରି ଜଣାଇଛନ୍ତି।

ଟ୍ଵିଟ୍‌ କରି ସେ କହିଛନ୍ତି ଯେ ଏହି ଭିଡିଓ କାରଣରୁ ମତେ ଚାକିରିରୁ ବିତାଡ଼ିତ କରାଯାଇଛି। ଏହି ମହିଳାଙ୍କ ନାମ ହେଉଛି ବ୍ରିୟାନା ରାମିରେଜ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.