ଘାଟିରେ ଆରମ୍ଭ ହେଲା ଲ୍ୟାଣ୍ଡଲାଇନ୍‌ ସେବା, ୧୨ ଦିନ ପରେ ଟେଲିଫୋନ୍‌ରେ ସଂପର୍କୀୟଙ୍କ ସ୍ୱର ଶୁଣିଲେ କଶ୍ମୀରବାସୀ

୧୨ ଦିନ ପରେ ଟେଲିଫୋନ୍‌ରେ ସଂପର୍କୀୟଙ୍କ ସ୍ୱର ଶୁଣିଲେ କଶ୍ମୀରବାସୀ । କଶ୍ମୀର ଘାଟିରେ ଆରମ୍ଭ ହେଲା ଲ୍ୟାଣ୍ଡଲାଇନ୍‌ ସେବା । ଆଜି ୫୦ ହଜାର ଲ୍ୟାଣ୍ଡଲାଇନ୍‌ କାର୍ଯ୍ୟକ୍ଷମ ହୋଇଛି। ସେହିଭଳି ଜମ୍ମୁର ୫ଟି ଜିଲ୍ଲାରେ ଆରମ୍ଭ ହୋଇଚି ଟୁ-ଜି ମୋବାଇଲ ଇଣ୍ଟରନେଟ୍‌ ସେବା । ସୋମବାରଠାରୁ ଘାଟିର ସବୁ ପ୍ରାଥମିକ ବିଦ୍ୟାଳ ଖୋଲିବ । ସେପଟେ ଜମ୍ମୁ-କଶ୍ମୀରରେ ସ୍ଥିତି ସ୍ୱାଭାବିକ ହେଉଥିବା ବେଳେ ବିଫଳ ହେଉଛି ପାକିସ୍ତାନର କୂଟନୀତି। କଶ୍ମୀର ପ୍ରସଙ୍ଗରେ ଜାତିସଂଘରୁ ହତାଶ ହୋଇଛି ପାକିସ୍ତାନ ।

ହଟୁଛି କଟକଣା, ସ୍ୱାଭାବିକ ହେଉଛି ଜୀବନଯାତ୍ରା। ଆଜିଠୁ ଟେଲିଫୋନରେ ଆତ୍ମୀୟଙ୍କ ସ୍ୱର ଶୁଣିଲେ କଶ୍ମୀରବାସୀ । କାର୍ଯ୍ୟକ୍ଷମ ହେଲା ଲ୍ୟାଣ୍ଡଲାଇନ୍‌ ସେବା। ତେବେ ସଂପୂର୍ଣ୍ଣ ନୁହେଁ, ଆଂଶିକ ଭାବେ ଏହାକୁ କାର୍ଯ୍ୟକ୍ଷମ କରାଯାଇଛି। ଆଜି ୫୦ ହଜାର ଲ୍ୟାଣ୍ଡଲାଇନ୍‌ ଚାଲୁ କରାଯାଇଛି। ୯୬ଟି ଟେଲିଫୋ ଏକ୍ସଚେଞ୍ଚ ମଧ୍ୟରୁ ୧୭ଟି ଏକ୍ସଚେଞ୍ଜକୁ କାର୍ଯ୍ୟକ୍ଷମ କରାଯାଇଛି। ବାକି ଏକ୍ସଚେଞ୍ଜ ଗୁଡ଼ିକ ପର୍ଯ୍ୟାୟକ୍ରମେ ଚାଲୁ କରାଯିବ। ସେହିପରି କଶ୍ମୀରର ୩୫ଟି ଥାନା ଅଞ୍ଚଳରେ କଟକଣା ମଧ୍ୟ କୋହଳ କରାଯାଇଛି । ସେପଟେ ଅଧିକ ସ୍ୱାାଭିକ ହେଉଛି ଜମ୍ମୁ। ଜମ୍ମୁରେ ଆରମ୍ଭ ହୋଇଛି ଇଣ୍ଟରନେଟ୍‌ ସେବା । ଜମ୍ମୁର ପାଞ୍ଚଟି ଜିଲ୍ଲାରେ ଟୁଜି ମୋବାଇଲ ଇଣ୍ଟରନେଟ୍‌ ସେବା କାର୍ଯ୍ୟକ୍ଷମ ହୋଇଛି। ଆସନ୍ତା ସୋମବାର ଠାରୁ ପୂରା କଶ୍ମୀର ଉପତ୍ୟାକାରେ ପ୍ରାଥମିକ ସ୍କୁଲ ଗୁଡ଼ିକ ଖୋଲିବ ଏବଂ ସରକାରୀ ଅଫିସ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ବୋଲି ଜମ୍ମୁ-କଶ୍ମୀର ପ୍ରମୁଖ ସଚିବ ରୋହିତ କଂସଲ କହିଛନ୍ତି ।

ସେପଟେ କଶ୍ମୀର ପ୍ରସଙ୍ଗରେ ଜାତିସଂଘରୁ ନିରାଶ ହୋଇଛି ପାକିସ୍ତାନ। ଖାରଜ ହୋଇଛି ପାକିସ୍ତାନର ଆବେଦନ। କଶ୍ମୀର ପ୍ରସଙ୍ଗରେ ହସ୍ତକ୍ଷେପ କରିବ ନାହିଁ ବୋଲି ସ୍ପଷ୍ଟ କରି ଦେଇଛି ଜାତିସଂଘ। ଜାତିସଂଘ ନିରାପତ୍ତା ପରିଷଦର ରୁଦ୍ଧଦ୍ୱାର ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଏଥିପାଇଁ ସର୍ବନିମ୍ନ ୯ଟି ରାଷ୍ଟ୍ରଙ୍କ ସମର୍ଥନ ଜୁଟାଇ ପାରି ନାହିଁ ପାକିସ୍ତାନ । କେବଳ ଚୀନ୍‌କୁ ଛାଡ଼ିଦେଲେ ଅନ୍ୟ କୌଣସି ରାଷ୍ଟ୍ର ପାକିସ୍ତାନର ଆବେଦନକୁ ସମର୍ଥନ କରିନଥିଲେ । ଅନ୍ୟପଟେ ଏହାକୁ ଆଭ୍ୟନ୍ତରୀଣ ବ୍ୟାପାର ବୋଲି ସାବ୍ୟସ୍ତ କରିବାରେ ଭାରତ ସଫଳ ହୋଇଛି। କଶ୍ମୀର ପ୍ରସଙ୍ଗରେ ପାକିସ୍ତାନର ଆଶା ଚୁରମାର ହେଉଥିବା ବେଳେ ଧୀରେ ଧୀରେ ସ୍ୱାଭାବିକ ସ୍ଥିତିକୁ ଫେରୁଛି ଘାଟି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.