Below header

ଦକ୍ଷିଣ ଭାରତରେ ତେଜିଲା ଭାଷା ଯୁଦ୍ଧ, ଆସନ୍ତା ୨୦ରେ ଡିଏମକେର ରାଜ୍ୟବ୍ୟାପୀ ଆନ୍ଦୋଳନ

କେନ୍ୟୁଜ୍ (ବ୍ୟୁରୋ):  ତୀବ୍ର ହେବାରେ ଲାଗିଛି ଭାଷା ଯୁଦ୍ଧ। ଏଥିରେ ସାମିଲ ହୋଇଛନ୍ତି ବରିଷ୍ଠ ଅଭିନେତା ତଥା ଏମଏନ୍‌ଏମ୍‌ ମୁଖ୍ୟ କମଲ ହାସନ। ହିନ୍ଦୀ ଭାଷା କାହା ଉପରେ ନଥୋପିବା ପାଇଁ ସେ କେନ୍ଦ୍ରକୁ ଚେତାବନୀ ଦେଇଛନ୍ତି। ତାମିଲନାଡ଼ୁ ଭଳି ଦ୍ୱିଭାଷୀ ନୀତି ରଖିଥିବା ରାଜ୍ୟ ଉପରେ ହିନ୍ଦୀ ଭାଷା ଥୋପିବାକୁ ଉଦ୍ୟମ କଲେ ବଡ଼ ଧରଣର ଆନ୍ଦୋଳ ମୁଣ୍ଡ ଟେକିବ ବୋଲି ସତର୍କ କରି ଦେଇଛନ୍ତି। ସେ କହିଛନ୍ତି, ବିବିଧତା ଭିତରେ ଏକତା ଭାରତୀୟ ଗଣତନ୍ତ୍ରର ପ୍ରତିଶ୍ରୁତି। ଏହି ପ୍ରତିଶ୍ରୁତିକୁ କୌଣସି ଶାହା, ସୁଲତାନ ଭାଂଗି ପାରିବେ ନାହିଁ।

ବିଜେପି ଶାସିତ ରାଜ୍ୟ କର୍ଣ୍ଣାଟକ ମଧ୍ୟ ବିରୋଧ କରିଛି। କନ୍ନଡ଼ ତାଙ୍କର ମୁଖ୍ୟ ଭାଷା ଓ ଏଥିରେ ସାଲିସ କରାଯାଇ ପାରିବ ନାହିଁ ବୋଲି ଟ୍ଵଟ୍‌ କରି କହିଛନ୍ତି ୟେଦୁରପ୍ପା। କନ୍ନଡ଼ ଭାଷା ଓ ରାଜ୍ୟ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ୟେଦି କହିଛନ୍ତି। ପୂର୍ବରୁ ଡିଏମକେ ନେତା ଏମକେ ଷ୍ଟାଲିନ୍‌ ପ୍ରତିବାଦର ସ୍ୱର ଶୁଣାଇ ସାରିଛନ୍ତି। ଦକ୍ଷିଣ ଭାରତର ସବୁ ରାଜନୈତିକ ଏହାକୁ ବିରୋଧ କରିଛନ୍ତି।

ଗତ ଶନିବାର ହିନ୍ଦୀ ଦିବସ ଅବସରରେ ଗୋଟିଏ ଦେଶ ଗୋଟିଏ ଭାଷାର ଆହ୍ଵାନ ଦେଇଥିଲେ ଗୃହ ମନ୍ତ୍ରୀ ଅମିତ ଶାହ। ମାତୃଭାଷା ସହ ହିନ୍ଦୀ ଭାଷାକୁ ଗୁରୁତ୍ୱ ଦେବାକୁ କହିଥିଲେ। ହିନ୍ଦୀ ଏକମାତ୍ର ଭାଷା ଯାହା ସାରା ଦେଶକୁ ଯୋଡ଼ି ପାରିବ ବୋଲି ଶାହ କହିଥିଲେ। ଶାହଙ୍କ ଏହି ମନ୍ତବ୍ୟକୁ ଦକ୍ଷିଣ ଭାରତରେ ତୀବ୍ର ପ୍ରତିବାଦ କରାଯାଇଛି। ରାସ୍ତାକୁ ଓହ୍ଲାଇଛନ୍ତି ବିଭିନ୍ନ ରାଜନୈତି ଦଳ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.