ଖୁବ ଶୀଘ୍ର କଟକରେ ଆରମ୍ଭ ହେବ ବିଶ୍ୱ ସ୍ତରୀୟ ମ୍ୟୁନିସିପାଲ ସର୍ଭିସେସ ପାଭିଲିଆନ, ମନ୍ତ୍ରୀ ପ୍ରତାପ ଜେନାଙ୍କ ଘୋଷଣା

କଟକ(କେନ୍ୟୁଜ୍):  ମହାନଗର ନିଗମ ପାଇଁ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବଡ ଘୋଷଣା । ଖୁବ ଶୀଘ୍ର ଆରମ୍ଭ ହେବ ବିଶ୍ୱ ସ୍ତରୀୟ ମ୍ୟୁନିସିପାଲ ସର୍ଭିସେସ ପାଭିଲିଆନ । ପ୍ରଥମେ କଟକରୁ ୩ଟି ପାଭିଲିଆନ ଆରମ୍ଭ ହେବାକୁ ଯାଉଥିବା ବେଳେ ସବୁ ମହାନଗରରେ ଏଭଳି ପାଭିଲିଆନ କରାଯିବ । ଏଠାରେ ଜନ୍ମମୃତ୍ୟୁ ପଞ୍ଜିକରଣ, ନୂତନ ଆଧାର କାର୍ଡ, ଆଧାର କାର୍ଡ ସଂଶୋଧନ, ବିବାହ ପଞ୍ଜିକରଣ, ହୋଲ୍ଡିଂ ଟ୍ୟାକ୍ସ ପ୍ରଦାନ ଏବଂ ଟ୍ରେଡ ଲାଇସେନ୍ସ ଭଳି ସେବା ମିଳିବ । ଏଥିସହ ଜନସାଧାରଣ ନିଜ ସମସ୍ୟା ସଂପର୍କରେ ଅନ୍‌ଲାଇନ ମାଧ୍ୟମରେ ଅଭିଯୋଗ କରିପାରିବେ । ଏଥିପାଇଁ ଟେଲିଫୋନ ନମ୍ବର ଜାରୀ ହୋଇଛି । କଟକବାସୀ ୦୬୭୧ – ୨୩୩୨୯୭୫ ମାଧ୍ୟମରେ ଅଭିଯୋଗ କରିପାରିବେ । ଆଜି ଅପରାହ୍ନରେ ମନ୍ତ୍ରୀ ଅଚାନକ ସିଏମସି ପହଞ୍ଚିଥିଲେ । ସିଏମସିର ବିଭିନ୍ନ କାଗଜପତ୍ର ରେକର୍ଡକୁ ସ୍କାନିଂ କରାଯାଇ ତାକୁ କ୍ଲାଉଡରେ ସଂରକ୍ଷିତ ରଖାଯିବ । ଆଗକୁ ପାର୍ବଣ ଆସୁଥିବାରୁ ତା ପୂର୍ବରୁ ରାସ୍ତାଘାଟ, ପାଇବା ପାଣି, ବିଦ୍ୟୁତ ଓ ସାନିଟେସନ ସଂପର୍କରେ ପୂସ୍ତୁତ ରହିବା ନେଇ ବିଭାଗୀୟ ଅଧିକାରୀଙ୍କ ସହ ମନ୍ତ୍ରୀ ଆଲୋଚନା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.