Below header

ଲସ୍ମର-ଏ- ତେଏବାର ବିସ୍ପୋରଣ ଧମକ, ୧୦ ନଭେମ୍ବର ମଧ୍ୟରେ ଉଡ଼ିବ ଉତ୍ତରପ୍ରଦେଶର ଅନେକ ଧାର୍ମିକ ସ୍ଥାନ ଓ ରେଲୱେ ଷ୍ଟେସନ୍

ଆତଙ୍କି ସଂଗଠନ ଲସ୍କର-ଏ-ତେଏବା ନାମରେ ଅମ୍ବାଲା ରେଲୱେ ଷ୍ଟେସନ୍ ଡ଼ାରେକ୍ଟରଙ୍କୁ ପତ୍ର ଆସିଛି। ଯେଉଁଥିରେ ସାହାନପୁର ରେଲୱେ ଷ୍ଟେସନ୍ ଏବଂ ଶାକଂଭରୀ ଦେବୀ ମନ୍ଦିର ସହ ୟୁପି ଏବଂ ହରିୟାନାର ଷ୍ଟେସନ ଏବଂ ମନ୍ଦିରରେ ବୋମା ବିସ୍ପୋରଣ କରିବାର ଧମକ ଦିଆଯାଇଛି। ଏହାପରେ ଗୋଇନ୍ଦା ସୁରକ୍ଷା କର୍ମୀ ସଚେତନ ହୋଇଯାଇଛନ୍ତି। ତେବେ ଧମକପୂର୍ଣ୍ଣ ଏହି ପତ୍ରଟି ସୋସିଆଲ ମିଡ଼ିଆରେ ମଧ୍ୟ ବହୁ ସଂଖ୍ଯାକ ଭାଇରାଲ ହୋଇଛି ।ପୁଲିସ ସୂଚନା ଅନୁଯାୟୀ ସୁରକ୍ଷା କର୍ମୀଙ୍କୁ ସୂଚନା ଦିଆଯିବା ସହ ଜନଗହଳି ସ୍ଥାନ ଗୁଡ଼ିକରେ ସୁରକ୍ଷାକୁ ବଢ଼ାଇ ଦିଆଯାଇଛି।

lashkar-e-taiba

ମଙ୍ଗଳବାର ଦିନ ଡ଼ାକ ଦ୍ବାରା ଏହି ପତ୍ର ରେଲୱେ ପାଖକୁ ଆସିଥିଲା। ଏଥିରେ ଅକ୍ଟୋବର୨୦ ରେ ରାଜ୍ଯର ବିଭିନ୍ନ ରେଲୱେ ଷ୍ଟେସନରେ ବିସ୍ପୋରଣ କରିଯିବାର ଧମକ ଦିଆଯାଇଥିବା ବେଳେ ନଭେମ୍ବର ୧୦ ତାରିଖରେ ବିଭିନ୍ନ ଧାର୍ମିକ ସ୍ଥାନକୁ ଟାରଗେଟ କରିଛନ୍ତି। ତେବେ ଏହା ପ୍ରଥମ ଥର ନୁହଁ ଏହା ପୂର୍ବରୁ ଚଳିତ ବର୍ଷ ଜୁନ ମାସରେ ମଧ୍ୟ ଏହିପରି ଧମକପୂର୍ଣ୍ଣ ପତ୍ର ୟୁପି ରେଲୱେ ଅଫିସକୁ ଆସିଥିଲା। ତେବେ ଏନେଇ ସୁରକ୍ଷାକୁ ଅଧିକ କଡ଼ାକଡ଼ା କରାଯିବା ସହ ସେହି ସ୍ଥାନ ଗୁଡ଼ିକରେ ଅଧିକ ଭରପୁର ମାତ୍ରାରେ ପୋଲିସ ମୁତୟନ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.