Below header

ଚୀନ୍ ଏବଂ ପାକିସ୍ତାନକୁ ଆଉ ରକ୍ଷା ନାହିଁ, ନାଟୋରେ ଭାରତକୁ ସହଯୋଗୀ ସଦସ୍ୟ କରିବା ପାଇଁ ଆମେରିକାରେ ବିଲ ଉପସ୍ଥାପନ

ୱାଶିଂଗଟନ୍ : ଭାରତ ଏବଂ ଆମେରିକାର ସଂପର୍କକୁ ସୁଦ୍ରୁଢ଼ କରିବା ପାଇଁ ୟୁଏସ କଂଗ୍ରେସର ଅଧାରୁ ଅଧିକ ସାଂସଦ ଏକ ବିଲ ଦାଖଲ କରିଛନ୍ତି। ଯଦି ଏହି ବିଲ ପାସ ହୁଏ ତେବେ ୟୁଏସ ଡିପାର୍ଟମେଣ୍ଟ ଭାରତରକୁ ନାଟୋ(ନର୍ଥ ଆଟଲାଣ୍ଟିକ୍ ଟ୍ରିଟି ଅର୍ଗାନାଇଜେସନ୍) ରେ ସହଯୋଗ ପ୍ରାପ୍ତ ହେବ। ଏହି ବିଲ ଦ୍ବାରା ଆମେରିକା ଆର୍ମସ ଏକ୍ସପୋର୍ଟ କଣ୍ଟ୍ରୋଲ ଆକ୍ଟ ରେ ଭାରତକୁ ନଟୋ ସହଯୋଗୀ ଦେଶ ଭାବେ ପରିଚିତ କରିବ।

କଣ ରହିଛି ଏହି ବିଲର ଖାସ କଥା

ଏହି ବିଲରେ କାମ କରୁଥିବା ୟୁଏସ ଇଣ୍ଡିଆ ଷ୍ଟାରର୍ଜିକ ପାର୍ଟନରସିପ୍ ଫୋରମ ଅନୁଯାୟୀ, ଆମେରିକାରେ ଦାଖଲ ହୋଇଥିବା ବିଲ ପାସ ହେବା ଦ୍ବାରା ଡିଫେନ୍ସ ଡିଲରେ ଭାରତ ଆମେରିକାର ତାଲିକାରେ ପ୍ରଥମ ରହିବ। ଗତ ସପ୍ତାହରେ ସାଂସଦ ଯୋ ବିଲିଏନ୍ସ ‘ଏଚଆର ୨୧୨୩’ ବିଲରେ ଏହା ଦର୍ଶାଇଛନ୍ତି।

U-John-Chambers

-ସାଂସଦ କହିଛନ୍ତି, ଭାରତ ଦୁନିଆରୁ ସର୍ବଠାରୁ ବଡ଼ ଲୋକତନ୍ତ୍ର ଦେଶ ଅଟେ। ଏହାଛଡ଼ା ଭାରତ ରପ୍ତାନି ନିୟନ୍ତ୍ରଣ ନୀତିରେ ମଧ୍ୟ ସବୁବେଳେ ପ୍ରତିଦ୍ବନ୍ଦୀତା କରିଥାଏ। ଏଣୁ ଆମେରିକାରେ ଏହି ଆଇନର ସଂଶୋଧନ ଭାରତୀୟ-ପ୍ରଶାନ୍ତ ଏବଂ ଆମେରିକା-ଭାରତ ମଧ୍ୟରେ ଥିବା ସୁରକ୍ଷା ଚୁକ୍ତିକୁ ଅଧିକ ମଜବୁତ କରିବ। ଏହି ସାଂସଦଙ୍କ ସମର୍ଥରେ ସେଠାରେ ଉପସ୍ଥିତ ଅନେକ ସାଂସଦ ମଧ୍ୟ ଏକଜୁଟ ହୋଇଥିଲେ।

ନାଟୋର ସମର୍ଥନ ଦେଶଙ୍କୁ ମିଳିଛି ଏହି ସୁବିଧା

ନ୍ୟାସନାଲ ଡିଫେନ୍ସ ଆର୍ଥରାଇଜେସନ୍ ଆକ୍ଟ (NDAA), ୨୦୧୭ରେ ଭାରତୀୟ-ଆମେରିକୀ ରକ୍ଷା ଚୁକ୍ତିକୁ ଦେଖି ଭାରତକୁ ୟୁଏସର ପ୍ରମୁଖ ରକ୍ଷା ସହଯୋଗୀର ସ୍ଥାନ ମିଳିଛି। ଏଥିରେ ଭାରତର ସହିତ ବ୍ୟାପାର ବାଣିଜ୍ୟର ଚୁକ୍ତିକୁ ବିଶେଷ ପ୍ରଥମିକତା ଦେବା କଥା କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.