କାହିଁକି ପଡିଆ ମଝିରେ ଜାଡେଜାଙ୍କ ମୁଣ୍ଡକୁ ବ୍ୟାଟରେ ମାରିଲେ ଧୋନି, ଜାଣନ୍ତୁ କାରଣ

ଗୁରୁବାର ଦିନ ରାଜସ୍ଥାନ ଜୟପୁର ସୱାଇ ମାନସିଂହ ଷ୍ଟାଡିୟମରେ ଖେଳା ଯାଇଥିଲା ଚଳିତ ଆଇପିଏଲ୍‌ ଟି-୨୦ ଲିଗ୍‌ର ୨୫ତମ ମୁକାବିଲା ଖେଳାଗଲା। ରାଜସ୍ଥାନ ରୟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଖେଳା ଯାଇଥିବା ରୋମାଞ୍ଚକର ମୁକାବିଲାରେ ଚେନ୍ନାଇ ଶେଷ ବଲରେ ମ୍ୟାଚ୍‌ ଜିତିଲା।

ରୋମାଞ୍ଚରେ ଭରା ହୋଇଥିବା ଏହି ମ୍ୟାଚରେ କିଛି ମନେ ରଖିଲା ଭଳି ଘଟଣା ଘଟିଥିଲା। ଧୋନି ଶେଷ ଓଭରରେ ଆସି ଅମ୍ପାୟାରଙ୍କ ସହ ଯୁକ୍ତି କଲେ ଓ ତାଙ୍କ ମ୍ୟାଚ୍‌ ଫି କଟାଗଲା । ତେବେ ତା ପୂର୍ବରୁ ଆଉ ଏକ ଘଟଣା ଘଟିଥିଲା । ଚେନ୍ନାଇକୁ ଜିତିବା ପାଇଁ ଶେଷ ଓଭର ୬ ବଲରେ ୧୮ ରନ କରିବାର ଥିଲା। ରାଜସ୍ଥାନ ପକ୍ଷରୁ ବେନ ଷ୍ଟୋକ୍ସ ବୋଲିଂ କରୁଥିଲେ। ଷ୍ଟୋକ୍ସଙ୍କ ପ୍ରଥମ ବଲରେ ଜାଡେଜା ସଟ୍‌ ଖେଳିଲେ ହେଲେ ଭାରସାମ୍ୟ ହରାଇ ତଳେ କଚାଡ଼ି ହୋଇ ପନିଲେ । ସେପଟେ ତାଙ୍କୁ ବୋଲିଂ କରୁଥିବା ବେନ୍‌ ଷ୍ଟୋକ୍ସଙ୍କର ମଧ୍ୟ ପାଦ ଖସିଯିବା କାରଣରୁ ଜାଡେଜାଙ୍କ ଆଗରେ ଆସି ତଳେ ପଡିଗଲେ।

jadeja

ସେତେବେଳେ ଅନ୍ୟପଟେ ଥିଲେ ଧୋନି । ସେ ସେତେବେଳ ଦଳ କେମିତି ଜିତିବ ସେଇ ଚିନ୍ତାରେ ଥିଲେ । ଧୋନିଙ୍କ ସହିତ ଅନ୍ୟମାନଙ୍କୁ ଲାଗିଲା ଯେ ବଲଟି ଶୂନ୍ୟରେ ଚାଲିଗଲା । ତେଣୁ ଧୋନି ଜାଡେଜାଙ୍କୁ ରନ୍‌ ନେବା ପାଇଁ ଦୌଡିବାକୁ କହିଲେ। ହେଲେ ସେତେବେଳ ଜାଡେଜା ତଳେ ପଡ଼ି ଯାଇଥିଲେ । ଆଉ ଉଠି ପାରିଲେ ନାହିଁ । ଅପର ପାର୍ଶ୍ୱରୁ ଧୋନି ଦୌଡ଼ି ଦୌଡ଼ି ଆସି ତାଙ୍କ ପାଖରେ ପହଁଞ୍ଚିଲେ। ଜାଡେଜା ଦୌଡୁ ନଥିବା ଦେଖି ମନ ଭିତରେ ରାଗି ଯାଇଥିଲେ । ହେଲେ ସେ ଯେତେବେଳେ ଜାଣିବାକୁ ପାଇଲେ ଯେ ବଲ୍‌ଟି ଛକା ହୋଇ ଯାଇଛି ସେତେବେଳେ ଧୋନି ମଜାରେ ତଳେ ପଡିଥିବା ଜାଡେଜାଙ୍କ ହେଲମେଟ୍‌କୁ ବ୍ୟାଟ୍‌ରେ ମାରି ସାବାସୀ ଦେଇଥିଲେ।
ଏହି ମ୍ୟାଚରେ ଚେନ୍ନାଇକୁ ଜିତିବା ପାଇଁ ଶେଷ ବଲରେ ତିନି ରନ ଦରକାର ହେଉଥିଲା। ପରେ ସାଣ୍ଟନର ଛକ୍କା ମାରି ଦଳକୁ ଜିତାଇ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.