Below header

କୁଳାଙ୍ଗାର ପୁଅ ! ବୃଦ୍ଧା ରୋଗିଣା ମାଆକୁ ମାରପିଟ୍‌ କରୁଥିଲା, ସିସିଟିଭି ଫୁଟେଜରେ ଧରାପଡିଲା ସତ

ପଞ୍ଜାବ ରୋପର ଜ୍ଞାନୀ ଜିଲ୍ଲା ସିଂହ ନଗରରୁ ଏପରି ଅମାନବୀୟ ଘଟଣା ସାମ୍ନାକୁ ଆସିଛି । ଅସୁସ୍ଥ ମାଆକୁ ମାଡ ମାରୁଛନ୍ତି ପୁଅ ଓ ବୋହୂ । ନାତି ବି ମାଆ ବାପାଙ୍କ ସହ ମିଶି ମାରପିଟ୍‌ କରୁଛି । ସିସିଟିଭି ଫୁଟେଜ ସାମ୍ନାକୁ ଆସିବା ପରେ ଏଭଳି ଅମାନବୀୟ ଦୃଶ୍ୟ ଦେଖିବାକୁ ମିଳିଛି । ବୃଦ୍ଧାଙ୍କୁ ଉଦ୍ଧାର କରିଛନ୍ତି ଝିଅ ଓ ସମାଜସେବୀ ସଂସ୍ଥା ।

ରୋଗିଣା ମାଆକୁ ପିଟିଲା ଓକିଲ ପୁଅ । ପଞ୍ଜାବ ରୋପର ଜ୍ଞାନୀ ଜିଲ୍ଲା ସିଂହ ନଗରରୁ ଏପରି ଅମାନବୀୟ ଘଟଣା ସାମ୍ନାକୁ ଆସିଛି । ଅସୁସ୍ଥ ମାଆକୁ ମାଡ ମାରୁଛନ୍ତି ପୁଅ ଓ ବୋହୂ । ନାତି ବି ମାଆ ବାପାଙ୍କ ସହ ମିଶି ମାରପିଟ୍‌ କରୁଛି । ସିସିଟିଭି ଫୁଟେଜ ସାମ୍ନାକୁ ଆସିବା ପରେ ଏଭଳି ଅମାନବୀୟ ଦୃଶ୍ୟ ଦେଖିବାକୁ ମିଳିଛି । ବୃଦ୍ଧାଙ୍କୁ ଉଦ୍ଧାର କରିଛନ୍ତି ଝିଅ ଓ ସମାଜସେବୀ ସଂସ୍ଥା ।

ସିସି ଟିଭିରେ ଦେଖିବାକୁ ମିଳିଛି, ବେଡ଼ ଉପରେ ନାତି ପାଣି ପକାଇଦେଉଛି । ବୃଦ୍ଧା ଜଣଙ୍କ ପରିସ୍ରା କରୁଥିବା ନାତି କହିଛି । ଏହା ପରେ ପୁଅ ବୋହୂ ମିଶି ବୃଦ୍ଧାଙ୍କୁ ମାଡ଼ ମାରୁଛନ୍ତି । ଝିଅ ଘରକୁ ଆସିଥିବାବେଳେ ବୃଦ୍ଧା ସବୁ କଥା କହିଥିଲେ । ସିସି ଟିଭି ଯାଞ୍ଚ କରି ଝିଅ ସବୁ ସତ ଜାଣିଥିଲେ । ପୋଲିସ ପୁଅକୁ ଗିରଫ କରିଛି । ପୁଅ, ବୋହୂ ଓ ନାତି ବିରୋଧରେ ମାମଲା ରୁଜୁ ହୋଇଛି । ତେବେ ପେଶାରେ ଓକିଲ ଥିବା ବୃଦ୍ଧାଙ୍କ ପୁଅର ବାର ଆସୋସିଏସନ ସଦସ୍ୟତା ପଦ ରଦ୍ଦ କରିଛି ।

ଝିଅ ଜଣକ ସମାଜ ସେବୀ ସଂଗଠନ ସହାୟତାରେ ପୋଲିସକୁ ଅଭିଯୋଗ କରିବା ପରେ ସିସିଟିଭି ଫୁଟେଜ ଯାଞ୍ଚ କରାଯାଇଥିଲା । ଏହାପରେ ସବୁ ସତ ଧରାପଡିଥିଲା । ଯୁବକଙ୍କୁ ଗିରଫ କରାଯାଇଥିବା ବେଳେ ବୋହୂ ଏବଂ ନାତିଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି ।

ତେବେ ବୃଦ୍ଧା ମା’ଙ୍କୁ ମାନବତା ସେବା ସଂସ୍ଥା ର ଗୁରପ୍ରୀତ ସିଂ ଦ୍ୱାରା ପୋଲିସ ସହଯୋଗରେ ଛଡାଯାଇଛି । ତେବେ ସମାଜସେବୀ ଗୁରୁପ୍ରୀତ ସିଂ କହିଛନ୍ତି, ଜାଣିଶୁଣି ବାହାନା କରି ବୃଦ୍ଧାଙ୍କୁ ମାଡ ମରାଯାଉଥିଲା । ଜାଣିଶୁଣି ତଳେ ପକାଇ ମାରିଦେବାକୁ ଚେଷ୍ଟା କରାଯାଉଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.