ଆପଣ ବିବାହ ସମ୍ପର୍କରେ ରହିବାକୁ ନେଇ ଚିନ୍ତିତ ଅଛନ୍ତି କି ? ଜାଣନ୍ତୁ ଆପଣଙ୍କ ପାର୍ଟନର କିପରି ହେବା ଉଚିତ

ବିବାହ କଥା ଆସିଲେ ଲୋକମାନେ ଲେଟ୍‌ରେ କରିବା ପାଇଁ ଚାହିଁଥାନ୍ତି । କାରଣ କିଛି ଲୋକଙ୍କୁ ଲାଗିଥାଏ ଯେ ଶୀଘ୍ର ସମ୍ପର୍କ ଗଢିବା ଦ୍ୱାରା ସମ୍ପର୍କରେ କିଛି ନା କିଛି ସମସ୍ୟା ହୋଇପାରେ । ତାହେଲେ ଆସନ୍ତୁ ଆମେ ଆଜି ଆପଣଙ୍କୁ ଏହି ବିଷୟରେ କିଛି କଥା ଜଣାଇବୁ ।

ବର୍ତ୍ତମାନ ସମୟରେ ଲୋକମାନେ ଲଭ୍‌ ତ କରୁଛନ୍ତି । ହେଲେ ବିବାହ କଥା ଆସିଲେ ଲୋକମାନେ ଲେଟ୍‌ରେ କରିବା ପାଇଁ ଚାହିଁଥାନ୍ତି । କାରଣ କିଛି ଲୋକଙ୍କୁ ଲାଗିଥାଏ ଯେ ଶୀଘ୍ର ସମ୍ପର୍କ ଗଢିବା ଦ୍ୱାରା ସମ୍ପର୍କରେ କିଛି ନା କିଛି ସମସ୍ୟା ହୋଇପାରେ । ଲୋକ ଚାହିଁଥାନ୍ତି, ଯେ ଆଗକୁ ଯାଇ ତାଙ୍କ ସମ୍ପର୍କ ସୁଦୃଢ ହେଉ । ଏହାସହ ସବୁ ଲୋକଙ୍କ ଇଚ୍ଛା ଥାଏ, ଯେ ସେ ଯେତେବେଳେ କାହାକୁ ଲଭ୍‌ କରୁଛନ୍ତି, ତାକୁ ହିଁ ବିବାହ କରିବେ ଯାହା ଦ୍ୱାରା ସେମାନଙ୍କ ସମ୍ପର୍କ ଆହୁରି ସୁଦୃଢ ହୋଇଥାଏ ।

ଗୋଟିଏ ସମ୍ପର୍କରେ ଦୁହିଁଙ୍କର ପରସ୍ପର ପ୍ରତି ଭଲ ପାଇବା, ବୁଝାବଣା ଓ ସମ୍ମାନ ରହିବା ଉଚିତ ।  ଆପଣ କେବେ ଭାବିଛନ୍ତି କି ଏପରି ସମ୍ପର୍କକୁ କିପରି ଭାବେ ଜାଣିବେ ? ଯଦି ଆମେ କାହାକୁ ଭଲ ପାଉଛନ୍ତି କି, ଆମର କାହା ସହ ସମ୍ପର୍କ ଯୋଡିବା ପାଇଁ ଯାଉଛି, ତାହେଲେ ଆମେ କିପରି ଜାଣିବା ସେହି ଲୋକ ସହ ଆମ ସମ୍ପର୍କ କେତେ ଭଲ ରହିବ ଓ ଆଗକୁ ଯାଇ ଯେପରି କିଛି ସମସ୍ୟା ନହେବ । ଯେପରି ସେହି ସମ୍ପର୍କରେ କେବଳ ଭଲ ପାଇବାର ହିଁ ଜାଗା ରହିବ । ତେବେ ଏପରି କିଛି କଥା ଅଛି, ଯେଉଁଥିରେ ଜଣିବେ ଯେ ଆପଣ ଯାହ ସହ ସମ୍ପର୍କ ଗଢିବା ପାଇଁ ଯାଉଛନ୍ତି, ସେ କିପରି ହୋଇଥିବେ ଓ ତାଙ୍କ ସହ ଆପଣଙ୍କ ସମ୍ପର୍କ କିଭଳି ହେବ । ତାହେଲେ ଆସନ୍ତୁ ଆମେ ଆଜି ଆପଣଙ୍କୁ ଏହି ବିଷୟରେ କିଛି କଥା ଜଣାଇବୁ ।

୧. ଯଦି ଦୁଇଜଣ ସମ୍ପର୍କର ଆରମ୍ଭରେ ହିଁ ପରସ୍ପରଙ୍କ ପ୍ରତି ସଚ୍ଚୋଟ୍ଟ ଅଛନ୍ତି, ତାହେଲେ ବୁଝିଯାଆନ୍ତୁ କି ଆପଣଙ୍କ ରିଲେସନସିପ୍‌ ସବୁଠାରୁ ସୁଦୃଢ ରହିବ । ଏହା ସହ ଏହି ସବୁ ଜିନିଷ ମଧ୍ୟ ଜଣ ରହିବା ଉଚିତ୍‌, ଯେ ଆପଣ ପରସ୍ପର ଠାରୁ କିପରି ଆଶା ରହିଛି । ଯେତେବେଳେ ଦୁଇ ଜଣ ଲୋକ ଏକା ସହିତ ଆସିବା ପାଇଁ ଚାହିଁଥାନ୍ତି, ସେମାନେ ସେହ ସମ୍ପର୍କକୁ ନେଇ ନିଜର ସ୍ୱଇଚ୍ଛା ପ୍ରକାଶ କରିଥାନ୍ତି ।  ଏହିପରି ସମ୍ପର୍କ କେବେ ହେଲେ ଭାଙ୍ଗି ନଥାଏ ଓ ସୁଦୃଢ ରହିଥାଏ ।

୨. ଗୋଟିଏ ସମ୍ପର୍କରେ ଯେତେବେଳେ ଦୁଇଜଣ ଲୋକ ପରସ୍ପର ଠାରୁ କିଛି ଲୁଚାନ୍ତି ନାହିଁ ଏବଂ ସବୁ କିଛି ଦୁଇଜଣ ପରସ୍ପର ମଧ୍ୟରେ ସେୟାର କରିଥାନ୍ତି । ତାହେଲେ ବୁଝିଯାଆନ୍ତୁ, ଯେ ଆପଣଙ୍କ ସମ୍ପର୍କ ବହୁତ ସୁଦୃଢ ହୋଇରହିବ । ଏହା ସହ ଯଦି ଦୁଇଜଣଙ୍କର ପରସ୍ପର ପ୍ରତି ଭଲ ପାଇବା ଓ ବିଶ୍ୱାସ ରହିଥିବ, ତାହେଲେ ସେହି ଦୁଇଜଣଙ୍କ ମଧ୍ୟରେ କେହି ବି ଆସିଲେ ସେମାନଙ୍କ ସମ୍ପର୍କ କେବେ ମଧ୍ୟ ଭାଙ୍ଗି ନଥାଏ । ସେହିପରି ସୁଦୃଢ ରହିଥାଏ । ଯଦି  ଆପଣଙ୍କ ସମ୍ପର୍କରେ ମଧ୍ୟ ଏପରି ହେଉଛି, ତାହେଲେ ଆପଣ ନିଜର ସମ୍ପର୍କ ଆଗକୁ ବଢେଇବା ପାଇଁ ଚିନ୍ତା କରିବା ଉଚିତ ।

୩. ଯଦି ଦୁଇଜଣ ପାର୍ଟନର ପବ୍ଲିକ୍‌ ହେଉ କିମ୍ବା ପ୍ରାଇଭେସିରେ ପରସ୍ପରକୁ ସମ୍ମାନ ଦେଉଛନ୍ତି । ତାହେଲେ ଏଭିଳି ସମ୍ପର୍କ ବହୁତ ହିଁ ଷ୍ଟ୍ରଙ୍ଗ୍‌ ହୋଇଥାଏ ଓ ଅନେକ ସମୟ ଧରି ଏହି ସମ୍ପର୍କ ରହିଥାଏ । ଏହାସହ ଯେବେ ନିଜ ପାର୍ଟନର ସବୁ ପରିସ୍ଥିତିରେ ସାଥିରେ ରହିଥାଏ ଓ କେବେ ହେଲେ ଏକା ଛାଡନ୍ତିନାହିଁ, ତାହେଲେ ଜାଣିନିଅନ୍ତୁ, ଯେ ଆପଣଙ୍କ ରିଲେସନସିପ୍‌ ବହୁତ ଷ୍ଟ୍ରଙ୍ଗ୍‌ ଓ ଏହା ଅନେକ ଦିନ ଧରି ରହିବ ।

୪. ଯେତେବେଳେ ଦୁଇ ଜଣ ପାର୍ଟନର ପରସ୍ପର ବିଷୟରେ ସବୁ କିଛି ଜାଣିଥିବେ ଓ ସେମାନେ ନିଜ ନିଜକୁ ସମ୍ମାନ ଦେଉଥିବେ, ତାହେଲେ ଦୁଇଜଣଙ୍କ ସମ୍ପର୍କ ବହୁତ ଭଲ ହୋଇଥାଏ । ଏହାସହ ପରସ୍ପର ଉପରେ ଭରଷା ମଧ୍ୟ ରହିଥିବ, ତହେଲେ ଆପଣଙ୍କ ସମ୍ପର୍କ ବହୁତ ଆଗକୁ ଯିବ । ଏହା ବ୍ୟତୀତ ଦୁଇଜଣଙ୍କ ପରସ୍ପର ସହ ବହୁତ ହିଁ ଭଲ କଥାବାର୍ତ୍ତା ଥିବ, ତାହେଲେ ଜାଣିନିଅନ୍ତୁ କି ଆପଣଙ୍କ ସମ୍ପର୍କ ବହୁତ ସୁଦୃଢ ହେବ ।

ଆପଣଙ୍କ ସମ୍ପର୍କରେ ମଧ୍ୟ ଏହିପରି ସବୁ ଜିନିଷ ରହିଛି, ତାହେଲେ ଜାଣିନିଅନ୍ତୁ କି ଆପଣଙ୍କ ସମ୍ପର୍କ ଆଗକୁ ଯାଇ ବହୁତ ଭଲ ରହିବ । ଏହାସହ ଆପଣ ବହୁତ ଖୁସିରେ ରହିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.