Below header

କେରଳ : ଏର୍ଣ୍ଣାକୁଲମର ଏକ କନ୍‌ଭେନସନ ସେଣ୍ଟରରେ ବିସ୍ଫୋରଣ, ଜଣେ ମୃତ, ୨୦ ଆହତ

କେରଳର ଏର୍ଣ୍ଣାକୁଲମର କଳାମାସେରୀ ସ୍ଥିତି ଏକ କନଭେନସନ ସେଣ୍ଟରରେ ବିସ୍ଫୋରଣ । ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ବିସ୍ଫୋରଣ ସମୟରେ ହଲରେ ୨ ହଜାରରୁ ଅଧିକ ଲୋକ ରହିଥିଲେ । ଆଗକୁ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି ।

କେରଳର ଏର୍ଣ୍ଣାକୁଲମର କଳାମାସେରୀ ସ୍ଥିତି ଏକ କନଭେନସନ ସେଣ୍ଟରରେ ବିସ୍ଫୋରଣ । ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । କନଭେନସନ ସେଣ୍ଟରେ ଆୟୋଜିତ ତ୍ରୀଦିବସୀୟ କାର୍ଯ୍ୟକ୍ରମର ଶେଷ ଦିନ ଆଜି ରହିଥିଲା । ତେବେ ବିସ୍ଫୋରଣ କେମିତି, କାହିଁକି ଏବଂ କେଉଁ କାରଣ ଯୋଗୁଁ ହୋଇଛି, ତା’ ଏପର୍ଯ୍ୟନ୍ତ ଜଣାପଡିନାହିଁ । ବିସ୍ଫୋରଣକୁ ନେଇ ପୋଲିସ ଏପର୍ଯ୍ୟନ୍ତ କୌଣସି ବୟାନ ଜାରି କରିନାହିଁ । ବିସ୍ଫୋରଣ ସମୟରେ ହଲରେ ୨ ହଜାରରୁ ଅଧିକ ଲୋକ ରହିଥିଲେ ।

ଖବର ମୁତାବକ, କେରଳର ଏର୍ଣ୍ଣାକୁଲମର କଳାମାସେରୀ ସ୍ଥିତି ଏକ କନଭେନସନ ହଲରେ ପ୍ରାର୍ଥନା ସଭା ଚାଲିଥିଲା । ବିସ୍ଫୋରଣ ସମୟରେ ହଲରେ ୨ ହଜାରରୁ ଅଧିକ ଲୋକ ରହିଥିଲେ । ବିସ୍ଫୋରଣରେ ଜଣଙ୍କର ମୃତ୍ୟୁହୋଇଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି । ଆହତ ସମସ୍ତଙ୍କୁ ସରକାରୀ ମେଡିକାଲ କଲେଜରେ ହସପିଟାଲରେ ଭର୍ତ୍ତି କରାଯାଛି । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ତେବେ ଆଗକୁ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି ।

ବିସ୍ଫୋରଣ ଯୋଗୁଁ କେତେକ ଆହତ ହୋଇଥିବା ବେଳେ ଭୟରେ ସମ୍ମଳନୀ କେନ୍ଦ୍ରରୁ ଧାଇଁ ପଳାଉଥିବା ବେଳେ ଆଉ କେତେ ଜଣ ପଡ଼ିଯିବାରୁ ବା ଅନ୍ୟ କ‌ୌଣସି କାରଣରୁ ଆହତ ହୋଇଛନ୍ତି।

 

ସେପଟେ ବିସ୍ଫୋରଣ ପରେ କେରଳ ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଗର୍ଗ ବିସ୍ଫୋରଣରେ ଆହତ ହୋଇଥିବା ଲୋକଙ୍କୁ ସ୍ୱାସ୍ଥ୍ୟ ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ ଡାକ୍ତରମାନଙ୍କୁ ଡ୍ୟୁଟିରେ ଆସିବାକୁ କହିଛନ୍ତି । ତେବେ ଏହି ସିରିୟଲ ବିସ୍ଫୋରଣର ତଦନ୍ତ ଦାୟିତ୍ୱ ଏନ୍‌ଆଇଏକୁ ଦିଆଯାଇଛି ।

ଅନ୍ୟପଟେ ଏହି ବିସ୍ଫୋରଣ ଖବର ପାଇବା ପରେ ଗୃହମନ୍ତ୍ରୀ ଅମିତ ଶାହ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ସହ କଥା ହୋଇଛନ୍ତି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.