ଚିତାକୁ ଗିଳିବାକୁ ଚେଷ୍ଟା କରୁଛି ଅଜଗର, ଭିଡିଓ ଦେଖିଲେ ଆପଣଙ୍କ ଟାଙ୍କୁରି ଉଠିବ ଲୋମ

କେନିଆର ମସାଇ ମାରା ଟ୍ରାଏଙ୍ଗ ରିଜର୍ଭରେ ଏକ ଅଜଗର ଏବଂ ଚିତାବାଘର ଲଢ଼େଇ ଦେଖିବାକୁ ମିଳିଛି। ଏହି ଘଟଣାରୁ ସମ୍ପୂର୍ଣ୍ଣ ଦୃଶ୍ୟ ଜଣେ ପର୍ଯ୍ୟଟକ ନିଜ କ୍ୟାମେରାରେ କଏଦ କରିଥିଲେ। ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ଏକ ଚିତାବାଘ ଓ ଅଜଗରର ଲଢ଼େଇ ଦେଖିବାକୁ ମିଳିଛି। ଶେଷରେ ଚିତାବାଘର ବିଜୟ ହେଉଥିବା ଦେଖିବାକୁ ମିଳିଛି।

Video Courtesy: Kruger Sightings

ଭିଡିଓରେ ଦେଖିବାକୁ ମିଳିଛି ଯେ, ଏକ ଅଜଗର ପାଖରେ ଚିତା ଆସି ଚୁପ୍‌ଚାପ ଠିଆ ହେଉଛି। ଚିତା କିଛି କରିବା ପୂର୍ବରୁ ପ୍ରଥମେ ଅଜଗର ଚିତାବାଘର ପାଦକୁ ଧରୁଛି। କିନ୍ତୁ ଚିତାବାଘ ତାକୁ ପିଙ୍ଗିଦେଉଛି ଓ ଅଜଗର କବଳରୁ ନିଜକୁ ରକ୍ଷା କରିବାରେ ସଫଳ ହେଉଛି। ଭିଡିଓରେ ଅଜଗର ବାଘକୁ ଗିଳିବାକୁ ଚେଷ୍ଟା କରିବାରୁ ବାଘ ଉପରକୁ ଡେଉଁଥିବା ଦେଖିବାକୁ ମିଳିଛି।

ଏହାସହ ପଢନ୍ତୁ: ବିବାହରେ ଗହଣା ବଦଳରେ ଏହି ପାକିସ୍ତାନୀ ଯୁବତୀ ପିନ୍ଧିଲେ ଟମାଟୋ, କାରଣ ପଚାରିବାରୁ ଦେଲେ ଏଭଳି ଉତ୍ତର

ଘଟଣାସ୍ଥଳରେ ଉପସ୍ଥିତ ଥିବା ପର୍ଯ୍ୟଟକ ମାଇକ ବେଲ୍ଟନ୍‌ କହିଛନ୍ତି, ଆମେ ସମସ୍ତେ ସେଠାରେ ଠିଆ ହୋଇ ସମ୍ପୂର୍ଣ୍ଣ ଘଟଣା ଦେଖିଥିଲୁ ଓ ଡରି ଯାଇଥିଲୁ ମଧ୍ୟ। ଉଭୟ ହିଂସ୍ରଜନ୍ତୁଙ୍କ ଲଢ଼େଇ ଯେତିକି ଆଶ୍ଚର୍ଯ୍ୟକର ଥିଲା ସେତିକି ଭୟଙ୍କର ମଧ୍ୟ ଥିଲା। ତେବେ ଶେଷରେ ଚିତାଟି ଅଜଗରର ମୁଣ୍ଡକୁ ଛିଣ୍ଡାଇବା ମାରିବାରେ ସକ୍ଷମ ହୋଇଥିଲା ଓ ଚିତାର ବିଜୟ ହୋଇଥିଲା ବୋଲି ପର୍ଯ୍ୟଟକ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.