ଆସନ୍ତାକାଲି ଠାରୁ ଦିଲ୍ଲୀରେ କୋହଳ ହେବନି ଲକ୍‌ଡାଉନ୍‌ କଟକଣା: ଅରବିନ୍ଦ କେଜରିଓ୍ଵାଲ

ନୂଆଦିଲ୍ଲୀ: ଆସନ୍ତାକାଲି ଦିଲ୍ଲୀରେ କୋହଳ ହେବନି ଲକ୍‌ଡାଉନ୍‌ କଟକଣା । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ କହିଛନ୍ତି, ଦିଲ୍ଲୀରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ହେଲେ ଦିଲ୍ଲୀରେ ସ୍ଥିତି ନିୟନ୍ତ୍ରଣ ବାହାରେ ନାହିଁ । ତେଣୁ ଏପରି ସମୟରେ କଟକଣା କୋହଳ କରାଯାଇପାରିବ ନାହିଁ । ଆସନ୍ତା ୨୭ ତାରିଖରେ ପୁଣି ଥରେ ସମୀକ୍ଷା ପରେ ଏନେଇ ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ କହିଛନ୍ତି ।

ସୂଚନା ଦେବା ଯୋଗ୍ୟକି, ଦିଲ୍ଲୀରେ ମଧ୍ୟ ଆଜିଠୁ ଆରମ୍ଭ ହେଉଛି ରାପିଡ ଟେଷ୍ଟ । ଏଥିପାଇଁ ୪୨ ହଜାର ଆଣ୍ଟି ବଡି କିଟ୍‌ ଅଣାଯାଇଛି । ସପ୍ତାହେ ମଧ୍ୟରେ ୪୨ ହଜାର ରାପିଡ୍‌ ଟେଷ୍ଟ କରାଯିବ । କଣ୍ଟେନମେଣ୍ଟ ଅଞ୍ଚଳରେ ଏହାକୁ ବ୍ୟବହାର କରାଯିବ ବୋଲି କହିଛନ୍ତି ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ । ରାପିଡ୍‌ ଟେଷ୍ଟିଂ ଦ୍ୱାରା ଅଳ୍ପ ସମୟ ମଧ୍ୟରେ କରୋନା ସଂକ୍ରମିତ ଲୋକଙ୍କୁ ଚିହ୍ନଟ କରାଯାଇପାରିବ । ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮୯୩ରେ ପହଞ୍ଚିଛି । ଭାଇରସ୍‌ ଯୋଗୁ ୪୨ ଜଣଙ୍କ ମୃତ୍ୟୁ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.