Below header

ଲୋକପାଳ ସଦସ୍ୟ ଜଷ୍ଟିସ ଏ.କେ. ତ୍ରିପାଠୀଙ୍କ କରୋନା ଭାଇରସରେ ମୃତ୍ୟୁ, ଝିଅ ମଧ୍ୟ AIIMSରେ ଭର୍ତ୍ତି

ଲୋକପାଳ ସଦସ୍ୟ ଜଷ୍ଟିସ ଏକେ ତ୍ରିପାଠୀଙ୍କର କରୋନା ଭାଇରସ ସଂକ୍ରମଣ ଯୋଗୁଁ ପରଲୋକ ହୋଇଛି। ସେ ରାଜଧାନୀ ଦିଲ୍ଲୀ ଏମ୍ସର ଭର୍ତ୍ତି ହୋଇଥିଲେ। ଦେଶରେ କରୋନା ଭାଇରସ କାରଣରୁ ଏହା ପ୍ରଥମ ହାଇପ୍ରୋଫାଇଲ ମୃତ୍ୟୁ ଅଟେ। ଛତିଶଗଡ଼ ପୂର୍ବ ମୁଖ୍ୟ ନ୍ୟାୟାଧିସ ତଥା ଲୋକପାଳ ସଦସ୍ୟ ଜଷ୍ଟିସ ଏକେ ତ୍ରିପାଠୀ ଜୟପ୍ରକାଶ ନାରାୟଣ ଏପେକସ୍ ଟ୍ରମା ସେଣ୍ଟରରେ ଶନିବାର ରାତି ପ୍ରାୟ ସାଢ଼େ ୮ଟାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ୬୨ ବର୍ଷ ବୟସରେ ତାଙ୍କର ନିଧନ ହୋଇଥିଲା।

ଜଷ୍ଟିସ ତ୍ରିପାଠୀ ଏପ୍ରିଲ ୨ ତାରିଖରୁ ଏମ୍ସରେ ଭର୍ତ୍ତି ଥିଲେ। ସେ ଲୋକପଲର ଚାରି ଜଣ ନ୍ୟାୟିକ ସଦସ୍ୟଙ୍କ ମଧ୍ୟରୁ ଅନ୍ୟତମ ଥିଲେ। କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା ତାଙ୍କ ଝିଅ ମଧ୍ୟ ଏମ୍ସରେ ଭର୍ତ୍ତି ହୋଇଛନ୍ତି।

ଜଷ୍ଟିସ ତ୍ରିପାଠୀ ବିହାରର ଜଣେ ଅତିରିକ୍ତ ମହାଧିବକ୍ତା ଭାବରେ ମଧ୍ୟ କମ କରିଛନ୍ତି। ପରେ ତାଙ୍କୁ ପାଟଣା ହାଇକୋର୍ଟରେ ନ୍ୟାୟାଧିସ ଏବଂ ପରେ ମୁଖ୍ୟ ନ୍ୟାୟାଧିସ ହଲେ। ସେ ଗତ ବର୍ଷ ମାର୍ଚ୍ଚରେ ଲୋକପାଳ ନ୍ୟାୟିକ ସଦସ୍ୟ ଭାବରେ ନିଯୁକ୍ତ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.