କାଲିଫର୍ନିଆ ହାଇୱେରେ ଏଠି ସେଠି ବିଛେଇ ହୋଇ ପଡ଼ିଥିଲା ଶହ ଶହ ଫେସ ମାସ୍କ, ୧ ଘଣ୍ଟା ଟ୍ରାଫିକ ଜାମ, ଦେଖନ୍ତୁ Viral Photo

କରୋନା ମହାମାରୀ ଭିତରେ କାଲିଫର୍ନିଆର ହାଇୱେରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି, ଯାହାକି ଆପଣଙ୍କୁ ଚିନ୍ତାରେ ପକାଇଦେବ। କଥାଟି ହେଲା, କିଛିଦିନ ତଳେ ଏଠାରେ ଶତାଧିକ ଫେସ ମାସ୍କ ରାସ୍ତାରେ ବିଛେଇ ହୋଇ ପଡ଼ିଥିଲା। ଏତେ ସଂଖ୍ୟକ ଫେସ ମାସ୍କ ଏମିତି ପଡିଥିବାର ଦେଖି କିଛି ସମୟ ଟ୍ରାଫିକ ଜାମ ହୋଇଯାଇଥିଲା। ତେବେ ଏଗୁଡିକ କୌଣସି ଏକ ଟ୍ରକରୁ ଖସିପଡିଥିବା ନେଇ ଅନୁମାନ କରାଯାଉଛି।

ସେପଟେ ଏକ ଗଣମାଧ୍ୟମର ରିପୋର୍ଟ ମୁତାବକ, ଜଣେ ବ୍ୟକ୍ତିଙ୍କୁ ଏକ ହ୍ଵାଇଟ ଟ୍ରକରୁ ଫେସ ମାସ୍କର ବକ୍ସ ବାହାରକୁ ଫିଙ୍ଗୁଥିବାର ଦେଖାଯାଇଥିଲା। କିନ୍ତୁ ଅଫିସିଆଲ ଭାବେ ଏହି କଥାର କୌଣସି ସ୍ପଷ୍ଟ ପ୍ରମାଣ ମିଳିପାରିନାହିଁ। ସୋସିଆଲ ମିଡିଆରେ ‘କାର୍ଲିଫର୍ନିଆର ହାଇୱେ ପେଟ୍ରୋଲ’ ନିଜ ଫେସବୁକ ପେଜରୁ ଏହି ଫଟୋ ସେୟାର କରିଛି। ହାଇୱେରୁ ଫେସ ମାସ୍କ ସଫା କରିବା ପାଇଁ 1 ଘଣ୍ଟାରୁ ଅଧିକ ସମୟ ଲାଗିଥିଲା, ଯେଉଁଥିପାଇଁ ରାସ୍ତାରେ ଯାଉଥିବା ଗାଡ଼ିଗୁଡିକୁ ଅଟକାଇବାକୁ ପଡ଼ିଥିଲା। ହାଇୱେ ସଫା ହେବା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.