Below header

ମାରାତ୍ମକ ହେବ ଓମିକ୍ରନ ! ଜାନୁଆରୀ ସୁଦ୍ଧା ଭୟାବହ ସ୍ଥିତିରେ ପହଞ୍ଚିବ

ନୂଆଦିଲ୍ଲୀ : ମାଡ଼ି ଚାଲିଛି ଓମିକ୍ରନ । ବିଶ୍ୱବ୍ୟାପୀ ସୃଷ୍ଟି ହୋଇଛି ଆତଙ୍କ । ବ୍ରିଟେନରେ ଡେଲଟା ଷ୍ଟ୍ରେନ ତୁଳନାରେ ଅତି କ୍ଷୀପ୍ର ଗତିରେ ସଂକ୍ରମଣ କରୁଛି ଓମିକ୍ରନ । କିଛି ଦିନ ମଧ୍ୟରେ ଦେଶରେ ଆହୁରି ଓମିକ୍ରନ କେସ ବଢ଼ିବ । ଲଣ୍ଡନ ସ୍କୁଲ ଅଫ ହାଇଜିନ ଆଣ୍ଡ ଟ୍ରପିକାଲ ମେଡିସିନ ପକ୍ଷରୁ ଏକ ଅନୁଧ୍ୟାନରୁ ଏହା ଜଣାପଡ଼ିଛି ଯେ ଆସନ୍ତା ଜାନୁଆରୀ ସୁଦ୍ଧା ଓମିକ୍ରନ କେସ ଭୟାବହ ସ୍ଥିତିରେ ପହଞ୍ଚିବ ।

ଯଦି ମୁକାବିଲା ପାଇଁ ଉପଯୁକ୍ତ ପଦକ୍ଷେପ ନିଆନଯାଏ । ତେବେ ଆଗାମୀ ୫ ମାସ ମଧ୍ୟରେ ଲଣ୍ଡନରେ ମୃତ୍ୟୁସଂଖ୍ୟା ୨୫ହଜାରରୁ ୭୫ ହଜାର ଭିତରେ ରହିବ । ଏପ୍ରିଲ ଶେଷ ସୁଦ୍ଧା ୫ ଲକ୍ଷ ଲୋକ ହସପିଟାଲରେ ଭର୍ତ୍ତି ହେବେ । ଏହି ସମୟରେ ଦୈନିକ ହସପିଟାଲରେ ଭର୍ତ୍ତି ସଂକ୍ରମିତଙ୍କ ସଂଖ୍ୟା ୨୦୨୧ ଜାନୁଆରୀରେ କୋଭିଡରେ ଭର୍ତ୍ତି ହୋଇଥିବା ଲୋକଙ୍କ ତୁଳନାରେ ଦୁଇଗୁଣା ହେବ ବୋଲି ବୈଜ୍ଞାନିକମାନେ ଆକଳନ କରିଛନ୍ତି ।

ବର୍ତ୍ତମାନ ସୁଦ୍ଧା ବିଶ୍ୱର ୫୯ଟି ଦେଶକୁ ଓମିକ୍ରନ ମାଡ଼ିଲାଣି । କୋଭିଡର ଅନ୍ୟ ଭାରିଆଣ୍ଟ ତୁଳନାରେ ଓମିକ୍ରନ ସଂକ୍ରମଣ ଆରମ୍ଭରୁ ଲୋକଙ୍କ ପ୍ରତିରୋଧକ ଶକ୍ତିକୁ ଅଧିକ ମାତ୍ ଦେଉଛି । ଏହା ଦ୍ୱାରା ବିଟା ଓ ଡେଲଟା ଭାରିଆଣ୍ଟ ତୁଳନାରେ ଅନ୍ୟୂନ ତିନିଗୁଣା ଅଧିକ ପୁନଃସଂକ୍ରମଣ ହେଉଥିବା ମଧ୍ୟ ଅନ୍ୟ ଏକ ଅଧ୍ୟୟନରୁ ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.