କଙ୍ଗନାଙ୍କୁ ରିଟର୍ଣ୍ଣ ଗିଫ୍ଟ ଭାବେ ଏସବୁ ଜିନିଷ ପଠାଇଲେ ଭିକ୍କି ଓ କ୍ୟାଟ୍ରିନା, ଫଟୋ ସେୟାର କଲେ ବଲିଉଡ କୁଇନ୍

ବଲିଉଡ୍ ଅଭିନେତା ଭିକ୍କି କୌଶଲ ଓ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଡିସେମ୍ବର ୯ ରେ ଉଭୟେ ରାଜସ୍ଥାନର ସିକ୍ସ ସେନ୍ସ ଫର୍ଟରେ ହାତକୁ ଦି ହାତ ହୋଇ ସାତ ଜନ୍ମର ସାଥି ହୋଇଛନ୍ତି। ସୋସିଆଲ ମିଡିଆରେ ଏହି ସେଲିବ୍ରିଟିଙ୍କ ବାହାଘର ବେଳର ଫଟୋ ଖୁବ୍ ଭାଇରାଲ ହେଉଛି। ତେବେ ବାହାଘର ପରେ ଏବେ ଏହି ଯୋଡ଼ି ସେଲିବ୍ରିଟି ମାନଙ୍କୁ ରିଟର୍ଣ୍ଣ ଗିଫ୍ଟ ପଠାଉଛନ୍ତି, ଯାହା ଏବେ ଖୁବ୍ ଚର୍ଚ୍ଚାରେ ରହିଛି। ଏହି ନବ ବିବାହିତ ଯୋଡ଼ି ଯେଉଁମାନଙ୍କୁ ରିଟର୍ଣ୍ଣ ଗିଫ୍ଟ ପଠାଉଛନ୍ତି, ସେହି ତାଲିକାରେ କଙ୍ଗନା ରାଣାୱତଙ୍କ ନାଁ ବି ରହିଛି।

 

View this post on Instagram

 

A post shared by Katrina Kaif (@katrinakaif)

ବଲିଉଡର କୁଇନ କଙ୍ଗନା ରାଣାୱତ ନିଜ ଇନଷ୍ଟାଗ୍ରାମ ଷ୍ଟୋରିରେ ଭିକ୍କି ଓ କ୍ୟାଟ୍ରିନା ପଠାଇଥିବା ଗିଫ୍ଟର ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ଗିଫ୍ଟ ସହ ଭିନ୍ନ ଭିନ୍ନ ରଙ୍ଗର ଫୁଲ ମଧ୍ୟ ରହିଛି। ଏହି ଫଟୋ ସେୟାର କରି କଙ୍ଗନା କ୍ୟାପସନରେ ଲେଖିଛନ୍ତି – ବହୁତ ଟେଷ୍ଟି ଦେଶୀ ଘିଅର ଲଡ଼ୁ କ୍ୟାଟ୍ରିନା କୈଫ୍ ଓ ବିକ୍କି କୌଶଲଙ୍କ ତରଫରୁ, ଧନ୍ୟବାଦ ଓ ଶୁଭକାମନା।

kangana

ସୂଚନାଯୋଗ୍ୟ ଯେ କିଛି ଦିନ ପୂର୍ବରୁ କଙ୍ଗନା ରାଣାୱତ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଥିଲେ। ଏଥିରେ ସେ କ୍ୟାଟ୍ରିନା କୈଫ୍ ଓ ବିକ୍କି କୌଶଲଙ୍କ ବିଷୟରେ ଉଲ୍ଲେଖ କରିଥିଲେ। କଙ୍ଗନା ଲେଖିଥିଲେ – ଆମେ ଅନେକ କାହାଣୀ ଶୁଣିଛୁ। ସେଥିରେ ଖୁବ ଗରିବ ଝିଅ ଧନୀ ପୁଅକୁ ବିବାହ କରିଥାନ୍ତି। ମହିଳାମାନେ ଯଦି ସ୍ୱାମୀଙ୍କ ଠାରୁ ଅଧିକ ସଫଳ ହୋଇଥାନ୍ତି ତେବେ ଏହା ବଡ଼ ସମସ୍ୟା ହୋଇଯାଏ।

 

View this post on Instagram

 

A post shared by Katrina Kaif (@katrinakaif)

କଙ୍ଗନା ନିଜ ପୋଷ୍ଟରେ ଲେଖିଥିଲେ – ନିଜ ଠାରୁ ଛୋଟ ଲୋକଙ୍କୁ ବିବାହ କରିବା ଭୁଲି ଯାଆନ୍ତୁ। ମହିଳାଙ୍କ ପାଇଁ ଏକ ବୟସ ପରେ ବିବାହ କରିବା ଅସମ୍ଭବ ହୋଇଯାଏ। କିନ୍ତୁ ଏବେ ଏସବୁ ଦେଖି ଖୁସି ଲାଗୁଛି ଯେ ସଫଳ ଓ ଧନୀ ମହିଳା, ଭାରତୀୟ ଫିଲ୍ମ ଜଗତର ଲିଡିଂ ଲେଡି ଏହି ପ୍ରଥାକୁ ଭାଙ୍ଗିଛନ୍ତି। ଏଭଳି ମହିଳା ଓ ପୁରୁଷ ଅଧିକ ପ୍ରଶଂସାଯୋଗ୍ୟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.