Below header

ମହାରାଷ୍ଟ୍ର କଂଗ୍ରେସ କ୍ୟାବିନେଟ ମନ୍ତ୍ରୀଙ୍କ ଅଜବ ବୟାନ, କହିଲେ ‘ଆମେ ଏବେ ସତ୍ତାକୁ ଆସିଛୁ ପକେଟ ଗରମ ହୋଇନି ଆମର’

ମହାରାଷ୍ଟ୍ରରେ ଶିବସେନା-ଏନସିପି ଓ କଂଗ୍ରେସର ଗଠବନ୍ଧନ ସରକାର ହେବା ପରେ ମନ୍ତ୍ରୀ ମଣ୍ଡଳର ଭାଗବଣ୍ଟା ମଧ୍ୟ ହୋଇସାରିଛି। କିନ୍ତୁ ଏହାର ଭିତରେ ଏକ ବିସ୍ମିତ କଲା ଭଳି ଘଟଣା ସାମ୍ନାକୁ ଆସିଛି । କଂଗ୍ରେସ କୋଟାରେ କ୍ୟାବିନେଟ ମନ୍ତ୍ରୀ ହୋଇଥିବା ପାର୍ଟିର ବରିଷ୍ଠ ନେତ୍ରୀ ଯଶୋମତୀ ଠାକୁର ଏକ ଜନସଭାକୁ ସମ୍ବୋର୍ଦ୍ଧିତ କରି କହିଥିଲେ ‘ଏବେ ଏବେ ଆମ ସରକାର ଆସିଛି ଏବେ ଆମ ପକେଟ ଗରମ ହୋଇନାହିଁ’। ତାଙ୍କର ଏହି ବୟାନ ଏବେ ସୋସିଆଲ ମିଡିଆରେ ଭଇରାଲ ହେବାରେ ଲାଗିଛି । ଯାହାକୁ ନେଇ ବଡ ବିବାଦ ଛିଡା ହୋଇଛି।

Image result for maharashtra-minister-and-congress-mla-yashomati-thakur-video-viral-saying-but-we-are-yet-to-fill-your-pockets

କଂଗ୍ରେସ ନେତା ଓ ବରିଷ୍ଠ ମନ୍ତ୍ରୀ ସଭାରେ କହିଥିଲେ ‘ବିଗତ ପାଞ୍ଚବର୍ଷର କଥା ଆପଣମାନେ ସମସ୍ତେ ଜାଣିଛନ୍ତି। ପୂର୍ବ ସରକାର ଆମର ନଥିଲା ଆମେ ଏବେ ଏବେ ସରକାର ଗଢିଛୁ ଓ ଶପଥ ନେଇଛୁ। ଏବେ ଆମର ପକେଟ ଗରମ ହୋଇନାହିଁ।ଏଥିପାଇଁ ବହୁତ ସମୟ ବକି ଅଛି’। ଭିଡିଓ ଭାଇରାଲ ହେବା ପରେ ମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଅନେକ ଲୋକ ଏହାକୁ କଂଗ୍ରେସ ପରମ୍ପରା କହି କଟାକ୍ଷ କରିଛନ୍ତି ।

ମନ୍ତବ୍ୟକୁ ନେଇ ବିବାଦ ଛିଡା ହେବା ପରେ ଯଶୋମତୀ ଠାକୁର ନିଜ ମନ୍ତବ୍ୟ ଉପରେ ସଫେଇ ଦେବାକୁ ଯାଇ କହିଛନ୍ତି ମୁଁ କହିଥିଲେ ଆମ ପାଖରେ ପଇସା ନାହିଁ, ଆଗକୁ ଜିଲ୍ଲା ପଞ୍ଚାୟତର ର୍ନିବାଚନ ଅଛି । ଯିଏ କେନ୍ଦ୍ରରେ ଶାସନ କରୁଛି ଓ କିଛି ଦିନ ତଳେ ରାଜ୍ୟରେ କ୍ଷମତାକୁ କବଜା କରିବାକୁ ଚେଷ୍ଟା କରିଥିଲା ସେମାନଙ୍କ ପକେଟ ଗରମ ଅଛି। ମୋତେ ଜଣା ନାହିଁ ଆପଣମାନେ ଏହାକୁ କିଭଳି ଭାବରେ ପ୍ରସାରଣ କରୁଛନ୍ତି। କେହି ଏହି ଭିଡିଓକୁ ଡଭିଙ୍ଗ କରିଦେଇଛି ଓ ଭୂଲ ବାଟରେ ଏହି କଥାକୁ ରଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.