Below header

ପୁଣି ଅଶାନ୍ତ ହେଲା JNU, ପାଖାପାଖି ୫୦ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୁରୁତର ହେଲେ ଛାତ୍ରସଂଘର ଅଧ୍ୟକ୍ଷ

ଦେଶର ପ୍ରତିଷ୍ଠିତ ଜବାହରଲାଲ ନେହୁରୂ ୟୂନିଭର୍ସିଟି (JNU)ରେ ପୁଣି ତେଜିଲା ଅଶାନ୍ତି।ଆଜି ସଂଧ୍ୟା ୬.୩୦ରେ ପଖାପାଖି ୫୦ ଯୁବକ ମୁହଁରେ ମୁଖ ପିନ୍ଧି କ୍ୟାମ୍ପସ୍  ଭିତରକୁ ପ୍ରବେଶ କରି କିଛି ଛାତ୍ର ଓ ପ୍ରଫେସରଙ୍କୁ ଆକ୍ରମଣ କରିଛନ୍ତି ।ଏହି ଆକ୍ରମଣରେ ଛାତ୍ର ସଂଘର ଅଧ୍ୟକ୍ଷ ଆଇସି ଘୋଷ ଗୁରୁତର ଭାବେ ଆହାତ ହୋଇଛନ୍ତି ।  ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ ଆକ୍ରମଣକାରୀମାନେ ମଧ୍ୟ  କ୍ୟାମ୍ପସରେ ଥିବା  କାରଗୁଡିକୁ ଭଙ୍ଗାରୁଜା କରିଥିଲେ।

ଛାତ୍ରସଂଘର ଅଧ୍ୟକ୍ଷ  ଆଇସି ଘୋଷ କହିଛନ୍ତି ଚେହେରାରେ  ମାସ୍କ ପିନ୍ଧା ଯୁବକମାନେ ପ୍ରଥମେ କ୍ୟାମ୍ପସ ଭିତରେ ପଶି ଭଙ୍ଗାରୁଜା କରିଥିଲେ। ପରେ ଛାତ୍ରମାନଙ୍କୁ ଆକ୍ରମଣ କରିବା ସହିତ ତାଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି। ଏହି ଘଟଣା ଏକ ଭିଡିଓ  ଏବେ ଭାଇରାଲ ହେଉଛି। ତେବେ ଏହି ଘଟଣାକୁ ନେଇ ଚାତ୍ରମାନେ ସିଧା ଏବିଭିପିକୁ ଟାର୍ଗେଟ କରି କ୍ୟାମ୍ପସ ଆଗରେ ନାରାବାଜି  କରିଛନ୍ତି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.