Below header

ମହାରାଷ୍ଟ୍ର ଥାନେରେ ଲିଫ୍ଟରେ ଅଘଟଣ ଘଟଣା: ମୃତ୍ୟୁ ସଂଖ୍ୟା ୭ କୁ ବୃଦ୍ଧି

ଲିଫ୍ଟରେ ଅଘଟଣ । ମୃତ୍ୟୁ ସଂଖ୍ୟା ୭ କୁ ବୃଦ୍ଧି । ମହାରାଷ୍ଟ୍ର ଥାନେରେ ଗତକାଲି ଛିଣ୍ଡି ପଡିଥିଲା ଲିଫ୍ଟ । ଦୁର୍ଘଟଣାରେ ପ୍ରାୟ ୭ଜଣଙ୍କ ମୃତ୍ୟୁ ହୋଇଥିବା ଥାନେ ମୁନସିପାଲ କର୍ପୋରେସନ ପକ୍ଷରୁ ସୂଚନା ମିଳିଛି ।

ଥାନେ: ତେବେ ଆପଣ ଜାଣିଥିବେ ଏବେ ଅନେକ ସମୟରେ ଲୋକେ ଲିଫ୍ଟରେ ଯିବା ଆସିବା କରିବାକୁ ଭୟ କରିଥାନ୍ତି । ଅନେକ ଲୋକ ଅଛନ୍ତି ଯେଉଁମାନେ ଲିଫ୍ଟ ସୁବିଧା ଥିଲେ ସୁଦ୍ଧା ପାହାଚରେ ଚଢ଼ି ଯିବାକୁ ପସନ୍ଦ କରିଥାନ୍ତି । କାରଣ ସେମାନଙ୍କ ମନରେ ଭୟ ଥାଏ, କାଳେ ଲିପ୍ଟ ଅଧାରୁ ଅଟକି ଯିବକି? କାଳେ ଲିଫ୍ଟରେ ଥିବା ବେଳେ ଲାଇନ୍‌ କଟିଯିବକ କି? କାଳେ ଉପରୁ ତଳକୁ ହଠାତ୍ ଖସି ପଡ଼ିବ କି ? ଏଭଳି ବିଭିନ୍ନ ନକରାତ୍ମକ ଚିନ୍ତାଧାର ମନକୁ ଆସିଥାଏ । ଲିଫ୍ଟକୁ ଭୟ କରୁଥିବା ଲୋକ ଯେତେ ବଡ ବଡ କୋଠା ହେଲେ ବି ସବୁବେଳେ ପାହାଚରେ ଯିବା ଆସିବା କରିଥାନ୍ତି ।

ଏପଟେ ସବୁବେଳେ ବି ପାହାଚରେ ଯିବା ସମ୍ଭବ ହୋଇନଥାଏ । ତେଣୁ ଲିଫ୍ଟ ଉପରେ ହିଁ ନିର୍ଭର କରିଥାନ୍ତି । ତେବେ ଏହି ଲିପ୍ଟ କଥା କହିବାର କାରଣ ପଛରେ ରହିଛି ଏକ ଛାତିଥରା ଘଟଣା । ଲିଫ୍ଟରେ ଘଟିଛି ବଡ ଅଘଟଣ । ଏହି ଅଘଟଣରେ ମୃତ୍ୟୁ ସଂଖ୍ୟା ୭ କୁ ବୃଦ୍ଧି । ମହାରାଷ୍ଟ୍ର ଥାନେରେ ଗତକାଲି ଛିଣ୍ଡି ପଡିଥିଲା ଲିଫ୍ଟ । ଦୁର୍ଘଟଣାରେ ପ୍ରାୟ ୭ଜଣଙ୍କ ମୃତ୍ୟୁ ହୋଇଥିବା ଥାନେ ମୁନସିପାଲ କର୍ପୋରେସନ ପକ୍ଷରୁ ସୂଚନା ମିଳିଛି । ମୃତକଙ୍କ ପରିଚୟ ମିଳିସାରିଥିବାବେଳେ ଜଣେ ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନି ।

ଲିପ୍ଟରେ ଥିଲେ ୭ଜଣ ଶ୍ରମିକ। ସମସ୍ତଙ୍କ ମୃତ୍ୟୁ ହୋଇଛି । ଗତକାଲି ସନ୍ଧ୍ୟାରେ ୪୦ ମହଲା ବିଶିଷ୍ଟ ଏକ ବିଲ୍ଡିଂରେ ଲିପ୍ଟ ଛିଣ୍ଡି ପଡିଥିଲା । ଛାତରେ ୱାଟର ପ୍ରୁଫିଂ କାମ ଚାଲିଥିଲା । ଶ୍ରମିକ ମାନେ କାମ ସାରି ଲିପ୍ଟରେ ତଳକୁ ଆସୁଥିବାବେଳେ ଘଟିଥିଲା ଦୁର୍ଘଟଣା । ଘଟଣାରେ ଶୋକ ବ୍ୟକ୍ତ କରିଛନ୍ତି ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.