Below header

୫ ଅଗଷ୍ଟ ପୂର୍ବରୁ ଜମ୍ମୁ କାଶ୍ମୀରରେ ହୋଇପାରେ ବଡ଼ ଆକ୍ରମଣ, ପାକିସ୍ତାନ କରିଛି ଷଡ଼ଯନ୍ତ୍ର

ଜମ୍ମୁ-କାଶ୍ମୀର : ଜମ୍ମୁ କଶ୍ମୀରରେ କିଛି ନେତା ଆତଙ୍କବାଦୀଙ୍କ ଲକ୍ଷ୍ୟରେ ଅଛନ୍ତି । କାଶ୍ମୀର ଘାଟିରେ ଅଗଷ୍ଟ ୫ ପୂର୍ବରୁ ଆତଙ୍କବାଦୀମାନେ ଏକ ବଡ଼ ଆକ୍ରମଣ କରି ପାରନ୍ତି ବୋଲି ଜଣାପଡ଼ିଛି ।

ଅନୁଚ୍ଛେଦ ୩୭୦ ହଟିବାର ଏକ ବର୍ଷ ପୂର୍ତ୍ତୀ ଅବସରରେ ଏହି ଆକ୍ରମଣ କରିବାକୁ ପାକିସ୍ତାନ ଷଡ଼ଯନ୍ତ୍ର କରିଛି । ବିଶେଷ କରି କାଶ୍ମୀର ନେତା, ପଞ୍ଚାୟତ ମୁଖିଆ ଓ ସୁରକ୍ଷାବଳଙ୍କ ଉପରେ ଆକ୍ରମଣ କରିବା ପାଇଁ ଟାର୍ଗେଟ ଦିଆ ଯାଇଛି ।

ସୂରକ୍ଷା ଏଜେନ୍ସି ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ପାକିସ୍ତାନ ଆତଙ୍କବାଦୀମାନେ ୫ ଅଗଷ୍ଟ ପୂର୍ବରୂ କାଶ୍ମୀରରେ କିଛି ନେତା ଓ ପଞ୍ଚାୟତ ମୁଖ୍ୟଙ୍କ ସହ କାଶ୍ମୀର ପଣ୍ଡିତ ଓ ସୂରକ୍ଷା ବଳଙ୍କ ଉପରେ ଆକ୍ରମଣ କରିବେ ।

kashmir-000

ଖାଲି ସେତିକି ନୁହେଁ ସୂରକ୍ଷା କର୍ମୀଙ୍କୁ ଅପହରଣ କରି ସେମାନଙ୍କୁ ଚାକିରି ଛାଡ଼ିବାକୁ ବାଧ୍ୟ କରାଯିବ ବୋଲି ଏହି ଏଜେନ୍ସି ସୂତ୍ରରୁ ଜଣାପଡ଼ିଛି । ୩୭୦ ହଟିବା ପରେ ଜମ୍ମୁ କଶ୍ମୀରରେ ସେପରି କିଛି ପରିବର୍ତ୍ତନ ହୋଇ ନାହିଁ ବୋଲି ସାରା ଦୁନିଆକୁ ଜଣାଇବାକୁ ଏପରି ଯୋଜନା କରାଯାଉଛି ।

ଏହା ପୂର୍ବରୁ କେତେକ ଅନ୍ତରାଷ୍ଟ୍ରୀୟ ମଞ୍ଚରେ ମଧ୍ୟ ପାକିସ୍ତାନ ୩୭୦ ଧାରାକୁ ବିରୋଧ କରିଛି । ବିଶେଷ କରି କାଶ୍ମୀର ପଣ୍ଡିତଙ୍କୁ ଟାର୍ଗେଟ କରାଯାଉଛି ବୋଲି ଏହି ସୂତ୍ରରୁ ଜଣାପଡ଼ିଛି । ତେବେ ଯେ କୈାଣସି ସ୍ଥିତିକୁ ସାମ୍ନା କରିବାକୁ ସୂରକ୍ଷାବଳ ସକ୍ଷମ ବୋଲି ଡିଜିପି ଦିଲ୍‌ ବାଗ୍‌ ସିଂହ ପ୍ରକାଶ କରିଛନ୍ତି ।

ଆତଙ୍କୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ଏ ବର୍ଷ ୧୨୦ ଜଣ ଆତଙ୍କୀଙ୍କୁ ମାରି ଦିଆଯାହଇଛି । ଆଉ ଯେତେ ଆସିବେ ତାଙ୍କୁ ମଧ୍ୟ ମାରି ଦିଆଯିବ ବୋଲି ଶ୍ରୀ ସିଂହ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.