ବସ୍ତିରୁ ବ୍ରାଣ୍ଡ ଆମ୍ବାସାଡର…! ମହଙ୍ଗା ବ୍ୟୁଟି ବ୍ରାଣ୍ଡ ‘Forest Essentials’ର ଚେହେରା ପାଲଟିଲେ ଧରାଭିର ମଲିଶା ଖାର୍‌ଓ୍ଵା

ମଲିଶା ମୁମ୍ବାଇର ଧରାଭି ବସ୍ତିରେ ରୁହନ୍ତି। ଗରିବ ଘରୁ ଆସିଥିବା ଏହି କୁନି ଝିଅଟିକୁ ନିକଟରେ ଜଣାଶୁଣା ମହଙ୍ଗା ବ୍ୟୁଟି ବ୍ରାଣ୍ଡ ‘ଫରେଷ୍ଟ୍‍ ଏସେନ୍ସିଆଲ୍ସ’ ନିଜର ବ୍ରାଣ୍ଡ ଆମ୍ବାସାଡର କରିଛି।

ଭାଗ୍ୟ ବଦଳିବାକୁ ବେଶି ବିଳମ୍ବ ହୁଏନାହିଁ…ଏ କଥା ମୁମ୍ବାଇର ବସ୍ତି ଅଞ୍ଚଳରେ ରହୁଥିବା ୧୪ ବର୍ଷୀୟା ଜଣେ ବାଳିକା କ୍ଷେତ୍ରରେ ସତ ପ୍ରମାଣିତ ହୋଇଛି। ଯାହାକୁ କେବେ ସମ୍ଭ୍ରାନ୍ତ ଶ୍ରେଣୀର ଲୋକେ ଜାଣି ସୁଦ୍ଧା ନ ଥିଲେ, ତା’ ବିଷୟରେ ଏବେ ଲକ୍ଷ ଲକ୍ଷ ଲୋକ ଚର୍ଚ୍ଚା କରୁଛନ୍ତି। ସୋସିଆଲ ମିଡିଆରେ ତା’ର ଫଟୋ ସବୁ ଭାଇରାଲ ହେଉଛି। ତ ଆସନ୍ତୁ ଜାଣିବା କିଏ ଏହି ବାଳିକା ‘ମଲିଶା ଖାର୍‌ଓ୍ଵା’ ଏବଂ କ’ଣ ତା’ର କାହାଣୀ…

ମଲିଶା ମୁମ୍ବାଇର ଧରାଭି ବସ୍ତିରେ ରୁହନ୍ତି। ଗରିବ ଘରୁ ଆସିଥିବା ଏହି କୁନି ଝିଅଟିକୁ ନିକଟରେ ଜଣାଶୁଣା ମହଙ୍ଗା ବ୍ୟୁଟି ବ୍ରାଣ୍ଡ ‘ଫରେଷ୍ଟ୍‍ ଏସେନ୍ସିଆଲ୍ସ’ ନିଜର ବ୍ରାଣ୍ଡ ଆମ୍ବାସାଡର କରିଛି। ମଲିଶା ଫରେଷ୍ଟ୍‍ ଏସେନ୍ସିଆଲ୍ସର ‘ଦ ଯୁବତୀ’ କଲେକ୍ସନର ଚେହେରା ପାଲଟି ଯାଇଛନ୍ତି, ଯାହା ପରଠାରୁ ସେ ସୋସିଆଲ ମିଡିଆରେ ଏକ୍‌ଦମ ଛାଇ ଯାଇଛନ୍ତି। ଲୋକେ ମଧ୍ୟ ତାଙ୍କ ବିଷୟରେ ଜାଣିବା ପାଇଁ ବେଶ୍‌ ଉତ୍ସାହୀ ଅଛନ୍ତି।

ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ମଲିଶା ଫରେଷ୍ଟ୍‍ ଏସେନ୍ସିଆଲ୍ସର ଷ୍ଟୋର୍‌ରେ ପହଞ୍ଚୁଛନ୍ତି। ସେଠାରେ ନିଜର ବ୍ୟାନର ଦେଖି ଖୁସିରେ ନାଚି ଉଠୁଛନ୍ତି। ବୋଧହୁଏ ସେ କେବେ ବିଶ୍ୱାସ କରି ନ ଥିଲେ ଯେ କୌଣସି ସେଲିବ୍ରିଟିଙ୍କ ଭଳି ତାଙ୍କର ବ୍ୟାନର ବି ଲାଗିବ ଏବଂ ତାଙ୍କ ଫଟୋ କୌଣସି ପ୍ରଡକ୍ଟ ଉପରେ ଛପିବ। ଭିଡିଓଟିକୁ ଏ ପର୍ଯ୍ୟନ୍ତ ୫୦ ଲକ୍ଷରୁ ଅଧିକ ଭ୍ୟୁ ମିଳି ସାରିଲାଣି।

ରିପୋର୍ଟ ମୁତାବକ, ମଲିଶାଙ୍କ ମଡେଲିଂ କ୍ୟାରିୟର ୨୦୨୦ରୁ ଆରମ୍ଭ ହୋଇଥିଲା। ସେହି ସମୟରେ ତାଙ୍କୁ ହଲିଉଡ୍‌ ଆକ୍ଟର ରବର୍ଟ ହଫ୍‌ମ୍ୟାନ ସ୍ପଟ୍‌ କରିଥିଲେ। ବାସ୍ତବରେ, ରବର୍ଟ ମୁମ୍ବାଇରେ ଏକ ମ୍ୟୁଜିକ୍‌ ଭିଡିଓ ସୁଟ୍‌ କରିବାକୁ ଆସିଥିଲେ। ସେତେବେଳେ ତାଙ୍କର ନଜର କୁନି ଝିଅଟି ଉପରେ ପଡ଼ିଥିଲା। ସେ ମଲିଶାଙ୍କୁ ସାହାଯ୍ୟ ପାଇଁ ଏକ କ୍ରାଉଡ୍‌ ଫଣ୍ଡିଂ ଆକାଉଣ୍ଟ ମଧ୍ୟ ତିଆରି କରିଥିଲେ, ଯାହା ଜରିଆରେ ଏ ପର୍ଯ୍ୟନ୍ତ ପାଖାପାଖି ୧୦.୭ ଲକ୍ଷ ଟଙ୍କା ସଂଗୃହୀତ ହୋଇ ପାରିଛି।

ମଲିଶା ଅନେକ ମଡେଲିଂ ଇଭେଣ୍ଟସ୍‌ରେ ଭାଗ ନେଇଛନ୍ତି। ସେ ଏକ ଶର୍ଟ ଫିଲ୍ମ ‘Live Your Fairy Tale’ର ମଧ୍ୟ ନଜର ଆସିଛନ୍ତି। ଇନ୍‌ଷ୍ଟାଗ୍ରାମରେ ତାଙ୍କର ୨ ଲକ୍ଷରୁ ଅଧିକ ଫଲୋୟର୍ସ ଅଛନ୍ତି। ବର୍ତ୍ତମାନ ମଲିଶା ମଡେଲିଂ ସହିତ ନିଜ ପାଠପଢ଼ା ଉପରେ ବି ଫୋକସ୍‌ କରୁଛନ୍ତି।

 

View this post on Instagram

 

A post shared by @forestessentials

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.