ଚାରି ବର୍ଷର ଝିଅ ସହ ହେଲା ଦୁଷ୍କର୍ମ, ହେଲେ ଏହି ଘଟଣାରେ ଯେଉଁ ରାୟ ଆସିଲା ତାହା ଭାରତୀୟ ସମାଜ ପାଇଁ ନିଶ୍ଚୟ ଐତିହାସିକ . . .

ସ୍କୁଲରେ ପିଲାଙ୍କ ସହ ଦୁଷ୍କର୍ମ ହେବା ଏବଂ ହତ୍ୟା ଭଳି ଘଟଣା ଗତ କିଛି ବର୍ଷ ହେବ ବଢି ଚାଲିଛି । ଆଉ ଏପରି ସମ୍ବେଦନଶୀଳ ମାମଲାମାନଙ୍କରେ ସ୍କୁଲ୍ ପ୍ରଶାସନ ଉପରେ ଉଠୁଛି ଆଙ୍ଗୁଠି । ତେବେ ଦୁଇ ଦୁଇ ବର୍ଷ ତଳେ ଗୁଡଗାଓଁରେ ହୋଇଥିବା ଏଭଳି ଏକ ମାମଲାର ଆସିଛି ରାୟ । ଯାହା ପିଲାଙ୍କ ସୁରକ୍ଷା ପାଇଁ ଏକ ଭଲ ପଦକ୍ଷେପ ସାବ୍ୟସ୍ତ ହୋଇପାରେ ।

ଘଟଣାଟି ହେଉଛି ୨୦୧୬ର । ମାତ୍ର ୪ ବର୍ଷର ଝିଅକୁ ଡିଜିଟାଲି ଦୁଷ୍କର୍ମ କରିଥିଲା ଉକ୍ତ ସ୍କୁଲର ବସ୍ ଡ୍ରାଇଭର୍ । ଯାହାର ରାୟ ଆସିଛି ଦୁଇ ବର୍ଷ ପରେ । ଏହି ଜଘନ୍ୟ ଅପରାଧ ପାଇଁ ଅଭିଯୁକ୍ତ ଡ୍ରାଇଭର ଶମ୍ଭୁକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହା ସହ ୫୦ ହଜାର ଟଙ୍କ ଜରିମାନା ମଧ୍ୟ କରିଛନ୍ତି । ତେବେ ଶାସନକୁ ଦୋହଲାଇ ଦେଇଛି ଏହି ମାମଲା । କାରଣ ଅଭିଯୁକ୍ତ ଡ୍ରାଇଭର୍ ଶମ୍ଭୁ ନାବାଳିକା ଜଣକୁ ସିଧାସଳଖ ଦୁଷ୍କର୍ମ ନକରି Digitally Rape କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.