ଜିନ୍ସ ପାଇଁ ବଞ୍ଚିଗଲା ବ୍ୟକ୍ତିଙ୍କ ଜୀବନ, ସମୁଦ୍ରର ଲହଡି ମଝିରେ ବିତାଇଲେ ତିନି ଘଣ୍ଟା

ନୂଆଦିଲ୍ଳୀ : ପ୍ରଶାନ୍ତ ମହାସାଗରେ ନ୍ୟୁଜିଲ୍ୟାଣ୍ଡର ତଟରୁ ୨୦ମିଲ ଦୂରରେ ମଝି ସମୁଦ୍ରରେ ଫସି ରହିଥିବା ଜଣେ ବ୍ୟକ୍ତିଙ୍କ ଜୀବନ ତାଙ୍କ ଜିନ୍ସ ପାଇଁ ବଞ୍ଚିଯାଇଛି। କଥାଟି ଶୁଣିବାକୁ ଅଶ୍ଚର‌୍ୟ୍ୟକର ଲାଗୁଥିଲେ ମଧ୍ୟ ସତ। ଆସନ୍ତୁ ନଜର ପକାଇବା କଣ ରହିଥିଲା ସଂପୂର୍ଣ୍ଣ ଘଟଣା।

ନିଶ୍ଚିତ ପଢ଼ନ୍ତୁ: ଲଣ୍ଡନ୍‌ରେ ପ୍ରବାସୀ ଭାରତୀୟଙ୍କୁ ପାକ୍‌ ସମର୍ଥିତ ଖଲିସ୍ତାନୀଙ୍କ ଆକ୍ରମଣ

ଖବର ମୁତାବକ, ସମୁଦ୍ରରେ ଏକ ଜାହାଜ ଦୁର୍ଘଟଣାଗସ୍ତ ହେବା କାରଣରୁ ୩୦ ବର୍ଷିୟ ଅର୍ନ ମୁର୍କ ନାମକ ଜଣେ ବ୍ୟକ୍ତି ସମୁଦ୍ର ମଝିକୁ ପଳାଇଯାଇଥିଲେ। କିନ୍ତୁ ସେଠାରେ ସେ ପ୍ରାୟ ୩ ଘଣ୍ଟା ପର‌୍ୟ୍ୟନ୍ତ ନିଜ ଜିନ୍ସ କାରଣରୁ ଭାସୁଥିଲେ। ଏହି ଘଟଣା ସେତେବେଳେ ଘଟିଥିଲା ଯେତେବେଳେ ଅର୍ନ ତାଙ୍କ ଭାଇଙ୍କ ସହ ଅକଲ୍ୟାଣ୍ଡରୁ ବ୍ରାଜିଲ ପର‌୍ୟ୍ୟନ୍ତ ଡଙ୍ଗାରେ ଯିବାକୁ ବାହାରିଥିଲେ।

ନିଶ୍ଚିତ ପଢ଼ନ୍ତୁ:ସୋନିଆର ସମ୍ପତ୍ତି ଲୋଭରେ ବଳି ପଡ଼ିଲେ ବାପା ମାଆ, ନିଶା ଦେଇ ହତ୍ୟା କଲା

ଦୁର୍ଘଟଣା ସମୟରେ ତାଙ୍କ ଭାଇ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଲହଡି ସହ ଭାସି ପଳାଇଥିଲେ ଅର୍ନ। କିନ୍ତୁ ସେ ବୁଢ଼ି ନଥିଲେ। ସେ ତାଙ୍କ ଜିନ୍ସ ସାହାଯ୍ୟରେ ତିନି ଘଣ୍ଟା ପଯ୍ୟର୍ନ୍ତ ପାଣିରେ ଭାସୁଥିଲେ। ପରେ ତାଙ୍କୁ ରେସକ୍ୟୁ ଟିମ୍‌ ଉଦ୍ଧାର କରିଥିଲେ।
କିଛି ଦିନ ପୂର୍ବେ ଅର୍ନ ଏକ ଭିଡିଓ ଦେଖିଥିଲେ ଏବଂ ସେଥିରୁ ସେ ବିନା କୌଣସି ଲାଇଫ ଜ୍ୟାକେଟରେ କିପରି ପହଁରି ପାରିବେ ତାହା ଶିଖିଥିଲେ। ଯାହା ବାସ୍ତବରେ ତାଙ୍କ ଜୀବନ ବଞ୍ଚାଇବାରେ ସହାୟକ ହେଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.