Below header

କାଲି ଭାରତ-ଅଷ୍ଟ୍ରେଲିଆ ନିର୍ଣ୍ଣାୟକ ମୁକାବିଲା, ଜାଣନ୍ତୁ କେବେ, କେଉଁଠି, କେତେବେଳେ

ଭାରତ-ଅଷ୍ଟ୍ରେଲିଆ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ଏବେ ୨-୨ ସ୍ଥିତିରେ ରହିଛି । ଆସନ୍ତାକାଲି ହେବ ଫାଇନାଲ୍‌ ମୁକାବିଲା । ଯିଏ ଜିତିବ ସିଏ ହେବ ସିରିଜ୍‌ ବିଜେତା । ଉଭୟ ଦଳ ନିର୍ଣ୍ଣାୟକ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇ ସାରିଲେଣି। ତେବେ ଅଷ୍ଟ୍ରେଲିଆ ତୁଳନାରେ ଭାରତ ପାଇଁ ଏହି ମ୍ୟାଚ୍ ଅଧିକ ଗୁରୁତ୍ବପୂର୍ଣ୍ଣ ଓ ସମ୍ମାନର ପ୍ରଶ୍ନ ହୋଇଛି । କାରଣ କଙ୍ଗାରୁ ଦଳ ଠାରୁ ବିରାଟ ବାହିନୀ ପୂର୍ବରୁ ଟି-୨୦ ସିରିଜ୍ ହାରି ସାରିଛି। ତେଣୁ ଦିନିକିଆ ସିରିଜ୍‌ ହାତଛଡ଼ା କରିବାକୁ ଚାହୁଁନାହିଁ ଘରୋଇ ଦଳ । ପୁଣି ବିଶ୍ବକପ୍ ପୂର୍ବରୁ ଭାରତ ପାଇଁ ଏହା ଶେଷ ଦିନିକିଆ ମ୍ୟାଚ୍ । ଏମିତି ପରିସ୍ଥିତିରେ ଅନ୍ତିମ ମ୍ୟାଚ୍‌ ସହ ସିରିଜ୍‌ ଜିତିବାକୁ ପୂରା ଦମ୍‌ରେ ଲାଗି ପଡ଼ିବ ଭାରତୀୟ ଦଳ । ସେପଟେ ବର୍ତ୍ତମାନ ଅତି ଭଲ ଫର୍ମରେ ଥିବା ଅଷ୍ଟ୍ରେଲିଆ ବି ଛାଡ଼ିବା ସ୍ଥିତିରେ ନାହିଁ । ଗତ ଦୁଇଟି ମ୍ୟାଚ୍‌ ଭଳି ଶେଷ ମ୍ୟାଚ୍‌ ମଧ୍ୟ ଜିତିବା ଲାଗି ନୂଆ ରଣନୀତି ପ୍ରସ୍ତୁତ କରିଛନ୍ତି ଅଧିନାୟକ ଆରୋନ୍‌ ଫିଞ୍ଚ୍‌ । ଏବେ ଦେଖିବାର କଥା କାହା ହାତକୁ ଯାଉଛି ସିରିଜ୍‌ ଟ୍ରଫି ।

କେତେବେଳେ ଖେଳାଯିବ

ପାଞ୍ଚଟି ମ୍ୟାଚ୍ ସିରିଜର ଏହା ଶେଷ ତଥା ନିର୍ଣ୍ଣାୟକ ମୁକାବିଲା । ଆସନ୍ତାକାଲି ଅର୍ଥାତ୍‌ ବୁଧବାର ଦିନ ଖେଳାଯିବ।

କେଉଁଠି ଖେଳାଯିବ

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଏହି ପଞ୍ଚମ ଦିନିକିଆ ଦିଲ୍ଲୀର ଐତିହାସିକ ଫିରୋଜ ଶାହ କୋଟଲା ଷ୍ଟାଡିୟମରେ ଖେଳା ଯିବ।

କେତେବେଳେ ଆରମ୍ଭ ହେବ

ଏହି ମୁକାବିଲା ଭାରତୀୟ ସମୟ ଅନୁସାରେ ଅପରାହ୍ନ ୧.୩୦ ମିନିଟରେ ଆରମ୍ଭ ହେବ ଏବଂ ଟସ୍ ଦିନ ଗୋଟାଏ ବେଳେ ପଡିବ।

ସମ୍ଭାବ୍ୟ ଭାରତୀୟ ଦଳ : ବିରାଟ କୋହଲି ( ଅଧିନାୟକ ), ରୋହିତ ଶର୍ମା, ଶିଖର ଧୱନ, କେ.ଏଲ ରାହୁଲ, ଅମ୍ବାତି ରାୟୁଡୁ, କେଦାର ଯାଦବ, ବିଜୟ ଶଙ୍କର, ଋଷଭ ପନ୍ଥ, ଯଶପ୍ରୀତ ବୁମରା, ଭୁବନେଶ୍ବର କୁମାର, ଯୁଜୁବେନ୍ଦ୍ର ଚହଲ, କୁଲଦୀପ ଯଦବ ଏବଂ ମହମ୍ମଦ ସାମି।
ସମ୍ଭାବ୍ୟ ଅଷ୍ଟ୍ରେଲିଆ ଦଳ : ଅରୋନ ଫିଞ୍ଚ (ଅଧିନାୟକ), ଉସମାନ୍‌ ଖ୍ବାଜା, ପିଟର ହ୍ୟାଣ୍ଡସ୍କମ୍ବ, ସନ୍‌ ମାର୍ସ, ଗ୍ଲେନ ମ୍ୟାକ୍ସୱେଲ, ମାର୍କ୍ସ ଷ୍ଟୋଇନିସ, ଏଷ୍ଟନ ଟର୍ଣ୍ଣର, ଆଲେକ୍ସ କ୍ୟାରୀ, ଜେ. ରିଚାର୍ଡସନ, ଆଣ୍ଡ୍ରୁ ଟୟ, ଆଡାମ୍‌ ଜମ୍ପା, ନାଥନ ଲିୟନ, ଜେସନ ବେହରନଡର୍ଫ, ପ୍ୟାଟ କମିନ୍ସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.