Below header

ଦିଲ୍ଲୀ ମେଟ୍ରୋରେ ୨.୭ ଲକ୍ଷ ନଗଦ ରାଶି ଥିବା ବ୍ୟାଗ୍‌ ଭୁଲିଗଲେ ବ୍ୟକ୍ତି, ସଠିକ୍‌ ଯାଞ୍ଚ କରି ମାଲିକଙ୍କୁ ଫେରାଇଲା CISF

ଦିଲ୍ଲୀ ମେଟ୍ରୋର ସୁରକ୍ଷାରେ ନିୟୋଜିତ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ ଆର୍‌କେ ଆଶ୍ରମ ମେଟ୍ରୋ ଷ୍ଟେସନରେ ଏକ ସନ୍ଦିଗ୍ଧ ବ୍ୟାଗ ପାଇଥିଲେ, ଯେଉଁଥିରେ ଥିଲା ନଗଦ ୨ ଲକ୍ଷ ୭୦ ହଜାର ଟଙ୍କା। ଏହି ଟଙ୍କା ଭର୍ତ୍ତି ବ୍ୟାଗ୍‌କୁ ଏହାର ଅସଲି ମାଲିକଙ୍କୁ ଫେରାଇ ଦିଆଯାଇଛି।

ଦିଲ୍ଲୀ ମେଟ୍ରୋର ସୁରକ୍ଷାରେ ନିୟୋଜିତ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ ଆର୍‌କେ ଆଶ୍ରମ ମେଟ୍ରୋ ଷ୍ଟେସନରେ ଏକ ସନ୍ଦିଗ୍ଧ ବ୍ୟାଗ ପାଇଥିଲେ, ଯେଉଁଥିରେ ଥିଲା ନଗଦ ୨ ଲକ୍ଷ ୭୦ ହଜାର ଟଙ୍କା। ଏହି ଟଙ୍କା ଭର୍ତ୍ତି ବ୍ୟାଗ୍‌କୁ ଏହାର ଅସଲି ମାଲିକଙ୍କୁ ଫେରାଇ ଦିଆଯାଇଛି।

ସିଆଇଏସ୍‌ଏଫ୍‌ ଏକ ବୟାନରେ କହିଛି ଯେ ଏହି ଘଟଣା ଗତକାଲି ଦ୍ୱିପ୍ରହର ପ୍ରାୟ ସାଢ଼େ ୨ଟା ସମୟର। ମେଟ୍ରୋ ଷ୍ଟେସନରେ ଡ୍ୟୁଟି ବେଳେ ସିଫ୍ଟ ଇନ୍‌ଚାର୍ଜ ଚେକିଂ ପଏଣ୍ଟ୍‌ର ଏକ୍ସବିଆଇଏସ୍‌ ମେସିନର ଆଉଟପୁଟ୍ ରୋଲର୍‌ରେ ଏକ ସନ୍ଦିଗ୍ଧ ବ୍ୟାଗ ପଡ଼ିଥିବାର ଦେଖିବାକୁ ପାଇଥିଲେ।

ସେ ତୁରନ୍ତ ଷ୍ଟେସନର ସାଉଣ୍ଡ ସିଷ୍ଟମ ମାଧ୍ୟମରେ ଏ ନେଇ ଘୋଷଣା କରିଥିଲେ, କିନ୍ତୁ କେହି ବି ବ୍ୟାଗ ଦାବି କରିବାକୁ ଆଗକୁ ଆସି ନ ଥିଲେ। ଏହାପରେ ସୁରକ୍ଷା ଦୃଷ୍ଟିରୁ ବ୍ୟାଗ ଯାଞ୍ଚ କରାଯାଇଥିଲା। ବ୍ୟାଗ ଭିତରେ କୌଣସି ବିସ୍ଫୋରକ କି ବିପଜ୍ଜନକ ବସ୍ତୁ ନ ଥିଲା। ବ୍ୟାଗ ଖୋଲାଯିବା ପରେ ଏହା ଭିତରୁ ନଗଦ ୨,୭୦,୦୦୦ ଟଙ୍କା ମିଳିଥିଲା।

ସିଆଇଏସ୍‌ଏଫ୍‌ ଉକ୍ତ ଟଙ୍କା ଭର୍ତ୍ତି ବ୍ୟାଗକୁ ନିଜ ହେପାଜତରେ ରଖିଥିଲା ଏବଂ ଏହା ବିଷୟରେ ଷ୍ଟେସନ ନିୟନ୍ତ୍ରକ ଓ ଆଖାପାଖ ଷ୍ଟେସନରେ ଘୋଷଣା କରାଯାଇଥିଲା। ପରେ ବିଷ୍ଣୁ ଖଣ୍ଡେଲୱାଲ ନାମକ ବ୍ୟକ୍ତି ଆଶ୍ରମ ମେଟ୍ରୋ ଷ୍ଟେସନରେ ପହଞ୍ଚି ଏହା ତାଙ୍କର ବ୍ୟାଗ ବୋଲି ଦାବି କରିଥିଲେ। ସେ ଫୈଜାବାଦର ବାସିନ୍ଦା। ସଠିକ୍‌ ଯାଞ୍ଚ ପରେ ସିଆଇଏସ୍‌ଏଫ୍‌ ତାଙ୍କୁ ୨ ଲକ୍ଷ ୭୦ ହଜାର ଟଙ୍କା ନଗଦ ରାଶି ଫେରାଇ ଦେଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.