UPI ପେମେଣ୍ଟ କରୁଥିବା ୟୁଜରଙ୍କ ପାଇଁ ଚେତାବନୀ, ବନ୍ଦ ହୋଇପାରେ ଆପଣଙ୍କ ଆକାଉଣ୍ଟ

ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ (NPCI) UPI ୟୁଜର୍ସଙ୍କ ପାଇଁ ଏକ ନୂଆ ଗାଇଡଲାଇନ ଜାରି କରିଛି । ସରକାର କହିଛନ୍ତି ଯେ ଗୋଟିଏ ସାମାନ୍ୟ ଅବହେଳା କାରଣରୁ ଆପଣଙ୍କର UPI ଆକାଉଣ୍ଟ ଏବଂ UPI ID ବନ୍ଦ ହୋଇପାରେ ।

ଯଦି ଆପଣ UPI (ୟୁନିଫାଇଡ ପେମେଣ୍ଟ ଇଣ୍ଟରଫେସ୍‌) ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ପାଇଁ ଆସିଛି ଏକ ବଡ଼ ଖବର । ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ (NPCI) UPI ୟୁଜର୍ସଙ୍କ ପାଇଁ ଏକ ନୂଆ ଗାଇଡଲାଇନ ଜାରି କରିଛି । ସରକାର କହିଛନ୍ତି ଯେ ଗୋଟିଏ ସାମାନ୍ୟ ଅବହେଳା କାରଣରୁ ଆପଣଙ୍କର UPI ଆକାଉଣ୍ଟ ଏବଂ UPI ID ବନ୍ଦ ହୋଇପାରେ ।

NPCIର ଗାଇଡଲାଇନ କଣ ଅଛି ?
NPCI ନିଜର ନୂଆ ଗାଇଡଲାଇନରେ କହିଛି ଯେ ଯଦି ଜଣେ UPI ୟୁଜର ନିଜ UPI ଆକାଉଣ୍ଟରୁ ଗୋଟିଏ ବର୍ଷ ପାଇଁ କୌଣସି ଟ୍ରାନଜାକ୍ସନ କରନ୍ତି ନାହିଁ, ତେବେ ତାଙ୍କର UPI ID ବନ୍ଦ ହୋଇଯିବ । ଯଦି ଜଣେ ୟୁଜର ଏହି ସମୟ ମଧ୍ୟରେ ତାଙ୍କ ବାଲାନ୍ସ ଚେକ୍‌ କରୁଛନ୍ତି, ତେବେ ତାଙ୍କର ID ବନ୍ଦ ହେବ ନାହିଁ ।

NPCI କହିବା ଅନୁସାରେ ଡିଜିଟାଲ୍ ପେମେଣ୍ଟ କ୍ଷେତ୍ରରେ ଗ୍ରାହକଙ୍କ କାରବାରକୁ ସୁରକ୍ଷିତ କରିବା ପାଇଁ ବ୍ୟାଙ୍କିଙ୍ଗ୍ ସିଷ୍ଟମ ମଧ୍ୟରେ ଗ୍ରାହକଙ୍କ ଆକାଉଣ୍ଟ ଯାଞ୍ଚ କରିବା ଜରୁରୀ ଥାଏ । ୟୁଜରମାନେ ଆକାଉଣ୍ଟ ସହିତ ଲିଙ୍କ୍ ହୋଇଥିବା ମୋବାଇଲ୍ ନମ୍ବର ଚେଞ୍ଜ କରନ୍ତି କିନ୍ତୁ ସେହି ନମ୍ବର ସହିତ ଲିଙ୍କ୍ ହୋଇଥିବା UPI ଆକାଉଣ୍ଟକୁ ବନ୍ଦ କରନ୍ତି ନାହିଁ ।
ଏହି ଗାଇଡଲାଇନର ଉଦ୍ଦେଶ୍ୟ ହେଉଛି UPI ୟୁଜରଙ୍କୁ ଏକ ସୁରକ୍ଷିତ ଏକ୍ସପେରିଏନ୍ସ ଦେବା । ଏହି ବର୍ଷ ମଧ୍ୟ ଅନେକ UPI ଆକାଉଣ୍ଟ ଇନଆକ୍ଟିଭ ହେବ । ଏହା ୩୧ ଡିସେମ୍ବର ୨୦୨୩ରୁ ଆରମ୍ଭ ହେବ । NPCI ଇ-ମେଲ ମାଧ୍ୟମରେ UPI ୟୁଜରଙ୍କୁ ଏ ସମ୍ପର୍କରେ ଏକ ଆଲର୍ଟ ପଠାଇବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.