Below header

ଜାଣନ୍ତୁ ଛାଡପତ୍ର ପରେ ସ୍ତ୍ରୀକୁ ଭରଣପୋଷଣ ଦେବା ଆବଶ୍ୟକ କି ?

ଜଣେ ବ୍ୟକ୍ତି ଛାଡପତ୍ର ଦେଉଛି ଏବଂ ଦ୍ୱିତୀୟ ବିବାହ ମଧ୍ୟ କରୁନାହିଁ, ତାହେଲେ ସେହି କେସ୍‌ରେ କ’ଣ କରାଯିବ । ଏହା ସହ ଯଦି ତା ପାଖରେ ରୋଜଗାର କରିବାର କିଛି ବି ଉପାୟ ନଥିବ । ତେବେ ଏହି ଭଳି ମାମାଲରେ ସେହି ଲୋକଙ୍କୁ କୋର୍ଟରେ ଭତ୍ତା ପାଇଁ ଆବେଦନ କରିବା ପାଇଁ ପଡିବ ।

ଭାରତରେ ଛାଡପତ୍ର ନ ନେଇ ଯଦି ଦ୍ୱିତୀୟ ବିବାହ କରୁଛନ୍ତି, ତାହେଲେ ଏହା ଆଇନଗତ ଅପରାଧ ବୋଲି ବିବେଚନା କରାଯାଇଛି । ଏଥିପାଇଁ ୭ ବର୍ଷ ପାଇଁ ଜେଲ୍‌ ମଧ୍ୟ ହୋଇପାରେ । କିନ୍ତୁ ଜଣେ ବ୍ୟକ୍ତି ଛାଡପତ୍ର ଦେଉଛି ଏବଂ ଦ୍ୱିତୀୟ ବିବାହ ମଧ୍ୟ କରୁନାହିଁ, ତାହେଲେ ସେହି କେସ୍‌ରେ କ’ଣ କରାଯିବ । ଏହା ସହ ଯଦି ତା ପାଖରେ ରୋଜଗାର କରିବାର କିଛି ବି ଉପାୟ ନଥିବ । ତେବେ ଏହି ଭଳି ମାମାଲରେ ସେହି ଲୋକଙ୍କୁ କୋର୍ଟରେ ଭତ୍ତା ପାଇଁ ଆବେଦନ କରିବା ପାଇଁ ପଡିବ । ସାଧାରଣତଃ ଛାଡପତ୍ର ସମୟରେ ସ୍ୱାମୀ ଦ୍ୱାରା ସ୍ତ୍ରୀକୁ ରହିବା ଓ ଚଳିବା ପାଇଁ ଆଲିମନି ଦେଇଥାଏ । ଏହା ସେକ୍ସନ୍‌ ୨୫ ଅନୁସାରେ ସ୍ୱାମୀ ଦ୍ୱାରା ସ୍ତ୍ରୀକୁ ଦିଆଯାଇଥିବା ଆଲିମନିକୁ ପରମାନେଟ୍‌ ଭତ୍ତା କୁହାଯାଏ । ଏଭଳି କିଛି କେସ୍‌ ଅଛି ଯେଉଁ ଥିରେ ସ୍ୱାସୀର ରୋଜଗାର କମ୍‌ ହୋଇଥାଏ, ତେବେ ଏପରି ପରିସ୍ଥିତିରେ କ’ଣ କରାଯିବ । ସେଥିପାଇଁ ଆମେ ଆଜି ଆପଣଙ୍କୁ ଜଣାଇବୁ ଯେ ଏଥିପାଇଁ ଆଇନ୍‌ କ’ଣ ଓ କେଉଁ ପରିସ୍ଥିତିରେ ଭତ୍ତା ମଗି ପାରିବେ ନାହିଁ ।

ସ୍ତ୍ରୀ କେବେ ଭତ୍ତା ମାଗି ପରିବେ ?
ଜଣେ ସ୍ତ୍ରୀ ସେତେବେଳେ ଭତ୍ତା ମଗି ପରିବ ଯେତେବେଳେ ତା ସ୍ୱାମୀ ତାକୁ ଛାଡପତ୍ର ଦେଉଛି କିମ୍ବା ସେ ଛାଡପତ୍ର ନେଉଛି । ଏହି ପରିସ୍ଥିତିରେ ସ୍ତ୍ରୀର ରକ୍ଷଣବେକ୍ଷଣ କରିବା ପାଇଁ ଏହି ଭତ୍ତା ତାଙ୍କୁ ମିଳିପାରିବ ।

କେଉଁ ପରିସ୍ଥିତିରେ ସ୍ତ୍ରୀ ନିଜ ସ୍ୱାମୀଙ୍କ ଠାରୁ ରକ୍ଷଣବେକ୍ଷଣ ପାଇଁ ଭତ୍ତା ମାଗିପରିବ ନାହିଁ :
ଯଦି ସ୍ତ୍ରୀ ନିଜ ରୋଜଗାରରେ ନିଜ ରକ୍ଷଣବେକ୍ଷଣ କରିପାରିବ, ତାହେଲେ ସେ କୋର୍ଟରେ ଭତ୍ତା ପାଇଁ ଆବେଦନ କରିପାରିବ ନାହିଁ । ଏହା ବ୍ୟତୀତ ଯଦି ଦୁଇ ଜଣ ପରସ୍ପର ନିଜ ସହମତିରେ ଅଲଗା ହେଉଛିନ୍ତି ତାହେଲେ ସେହି ମାମଲାରେ ମଧ୍ୟ ଭତ୍ତା ମାଗି ପାରିବ ନାହିଁ । ଏହା ସହ ଯଦି ଦୁଇ ଜଣ ଛାଡପତ୍ର ନେବା ପରେ ଆଉ କାହାସହ ବିବାହ କରୁଛନ୍ତି ତାହେଲେ, ଏପରି ପରିସ୍ଥିତିରେ ପରମାନେଟ୍‌ ଭତ୍ତା ମାଗି ପାରିବେ ନାହିଁ ।

ସ୍ୱାମୀ କେବେ ଭତ୍ତା ମାଗି ପାରିବେ :
ଯଦି ସ୍ୱାମୀ ବେରୋଜଗାର ଓ ସ୍ତ୍ରୀ ରୋଜଗାର କରିବାର ସକ୍ଷମ ତାହେଲେ ସ୍ୱାମୀ ଭତ୍ତା ମାଗି ପରିବ । ସେହିଭଳି ଯଦି ସ୍ୱାମୀ ଶାରୀରିକ କିମ୍ବା ମାନସିକ ସ୍ତରରେ ରୋଜଗାର କରିବାରେ ଅସମର୍ଥ ଏବଂ ତାଙ୍କ ସ୍ତ୍ରୀ ଚାକିରୀ କରିଛି, ତେବେ ସେ ଆର୍ଥିକ ସହାୟତା ମାଗିପାରିବେ । ଏହା ସହିତ ଯଦି କୋର୍ଟରେ ଛାଡପତ୍ର କେସ୍‌ ଲଢିବା ପାଇଁ ସ୍ୱାମୀ ପାଖରେ ଖର୍ଚ୍ଚ ନାହିଁ, ତାହେଲେ ସ୍ତ୍ରୀକୁ ଏଭଳି ପରିସ୍ଥିତିରେ ଆର୍ଥିକ ସହାୟତା ମାଗି ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.