ରାତିରେ ଶୋଇବା ସମୟରେ ଯୁବକଙ୍କ ସହ ହେଉଥିଲା କିଛି ଏପରି,କ୍ୟାମେରା ଖୋଲିଦେଲା ରାଜ

ନିଦ ଜୀବନର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ଅଟେ। ଯଦି ଆପଣଙ୍କର ନିଦ ସମ୍ପୂର୍ଣ ହେଉନାହିଁ ତାହେଲେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ ଏବଂ ଏହା ରୋଗକୁ ନିମନ୍ତ୍ରଣ ମଧ୍ୟ କରିଥାଏ। ସାଧାରଣତଃ ଲୋକମାନଙ୍କୁ ଶୋଇବା ବେଳେ କିଛି କିଛି ଅସୁବିଧାକୁ ସାମ୍ନା କରିବାକୁ ପଡିଥାଏ। ଏପରି କିଛି ଘଟିଛି ଜଣେ ବ୍ୟକ୍ତିଙ୍କ ସହ ଯାହାକି ତାଙ୍କୁ ପ୍ରତିଦିନ ରାତିରେ ଶୋଇବାବେଳେ ଅସୁବିଧାରେ ପକାଇଥାଏ।

ଘଟଣା ଅନୁଯାୟୀ, ଲୁଇସ ନବାରୋ ନାମକ ଜଣେ ବ୍ୟକ୍ତିଙ୍କୁ ରାତିରେ ଶୋଇବା ପରେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହୁଏ। ଏହା ପ୍ରତିଦିନ ରାତିରେ ତାଙ୍କ ସହିତ ଘଟେ। ସେ ପ୍ରତିଦିନ ରାତିରେ ଶୋଇବା ପରେ କଷ୍ଟ ଅନୁଭବ କରୁଥିଲେ ସେଥିପାଇଁ ସେ ଗୋଟେଦିନ ରାତିରେ ନିଜର କ୍ୟାମେରାକୁ ଅନ ରଖି ଶୋଇଲେ। କେବଳ ଏହା ଜାଣିବା ପାଇଁ ଯେ ପ୍ରକୃତରେ ରାତିରେ ସେ ଶାନ୍ତିରେ ଶୋଇପାରୁନାହାଁନ୍ତି କାହିଁକି ? ସକାଳୁ ଉଠିଲା ପରେ ସେ ଯାହା ଦେଖିଲେ ନିଜ ଆଖିକୁ ବିଶ୍ୱାସ କରିପାରିଲେ ନାହିଁ।ବ୍ୟକ୍ତି ଜଣକ ଦେଖିଲେ ଯେ ରାତିରେ ତାଙ୍କ ବିଲେଇ ଆସି ତାଙ୍କ ବେକ ଉପରେ ଶୋଇଯାଉଛି ଯାହାଦ୍ୱାରା ତାଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହେଉଛି। ସେ ସେହି ଫଟୋଟିକୁ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରି ଘଟଣାଟିକୁ ସମସ୍ତଙ୍କ ସାମ୍ନାକୁ ଆଣିଥିଲେ।

୨୧ ଜୁଲାଇ କୁ ସେ ପୋଷ୍ଟ କରିଥିବା ଏହି ଫଟୋଟି ଉପରେ ଏପର୍ଯ୍ୟନ୍ତ ୧୫ଲକ୍ଷ ଲାଇକ ମିଳିଛି ଏବଂ ୪ଲକ୍ଷ ୧୦ ହଜାର ଲୋକ ପୋଷ୍ଟଟିକୁ ରିଟ୍ୱିଟ ମଧ୍ୟ କରିଛନ୍ତି। ଲୁଇସ ଙ୍କ ଫଟୋ ଉପରେ ଲୋକ ଭଳିକିଭଳି କମେଣ୍ଟ ମଧ୍ୟ ଦେଇଛନ୍ତି। ଜ୍ୟାକସ ନାମକ ଜଣେ ବ୍ୟକ୍ତି ଲେଖିଛନ୍ତି “ତୁମର ବିଲେଇ ତୁମକୁ ମାରିବାକୁ ଚାଁହୁଛି ” ଏବଂ ଅନ୍ୟଜଣେ ୟୁଜର ଲେଖିଛନ୍ତି “ତୁମ ବିଲେଇ ତୁମ ନିଶ୍ୱାସକୁ ବନ୍ଦ କରିବା ପାଇଁ ଏପରି କରୁଛି। ”

 

Leave A Reply

Your email address will not be published.