Below header

ଫ୍ରିଜରେ ଥିଲା ପ୍ରେମିକାର ମୃତଦେହ, ଏପଟେ ଏକାଧିକ ଯୁବତୀଙ୍କୁ ଘରକୁ ଡାକି ଦେହର ଭୋକ ମେଣ୍ଟାଉଥିଲା ପିଶାଚ ପ୍ରେମିକ

ନୂଆଦିଲ୍ଲୀ : ଦିଲ୍ଲୀରେ ଲିଭ୍ ଇନ୍ ପାର୍ଟନରକୁ ବୀଭତ୍ସ ଓ ଲୋମଟାଙ୍କୁରା ହତ୍ୟା ଉପରୁ ପରଦା ହଟୁଛି । ରିମାଣ୍ଡରେ ସତ କହୁଛି ପିଶାଚ ପ୍ରେମିକ । ମର୍ଡର ପ୍ଲଟର ଗୋଟି ଗୋଟି ସତ କହୁଛି ହତ୍ୟାକାରୀ ଅଫତାବ ଅମିନ ପୁନାଓ୍ଵାଲା । ଆଜି ପୋଲିସ ତାକୁ ଘଟଣାସ୍ଥଳକୁ ନେଇ କ୍ରାଇମ ସିନ୍ ରିକ୍ରିଏସନ୍ କରିଛି । ଯେଉଁଠି ହତ୍ୟା କରିଥିଲା ଓ ଯେଉଁ ସବୁ ସ୍ଥାନରେ ମାଂସ ଟୁକୁଡ଼ା ଫିଙ୍ଗିଥିଲା ସେସବୁ ସ୍ଥାନକୁ ଅଭିଯୁକ୍ତକୁ ନେଇ ଖୋଳତାଡ କରିଛି ପୋଲିସ । ରିମାଣ୍ଡରେ ଜେରା ବେଳେ ଅନେକ ତଥ୍ୟ ଦେଇଛି ହତ୍ୟାକାରୀ । କ୍ରାଇମ ସୋ’ ଦେଖି କରିଥିଲା ମର୍ଡର ପ୍ଲାନ୍ । ଆମେରିକାର କ୍ରାଇମ୍ ଡ୍ରାମା ଡେକ୍ସଟର ଦେଖି, ନେଇଥିଲା ମର୍ଡର ଟିପ୍ସ । କେମିତି ହତ୍ୟା କରିବ, କେଉଁଠି ଫିଙ୍ଗିବ ମୃତଦେହ? ଏସବୁ କିଛି ସିଖିଥିଲା। ଆମେରିକା କ୍ରାଇମ୍ ଡ୍ରାମା ଟେଲିଭିଜନ ସିରିଜ ଡେକ୍ସଟର ୨୦୦୬ରୁ ୨୦୧୩ ପର୍ଯ୍ୟନ୍ତ ପ୍ରସାରିତ ହୋଇଥିଲା । ଏଥିରୁ ମର୍ଡର ଆଇଡିଆ ନେଇଥିଲା ଅଭିଯୁକ୍ତ ପୁନାଓ୍ଵାଲା ।

ନିଜ ଲିଭ୍ ଇନ୍ ପାର୍ଟନର ଶ୍ରଦ୍ଧାଙ୍କୁ ପିସ୍ ପିସ୍ କରି କାଟିଥିଲା ଅଭିଯୁକ୍ତ । ଶ୍ରଦ୍ଧା ବାହା ହେବାକୁ ଜିଦ୍ ଧରିବାରୁ ବରଦାସ୍ତ କରିପାରି ନଥିଲା । ହତ୍ୟା ପରେ ମୃତଦେହକୁ ୩୬ ଖଣ୍ଡ କରି କାଟିଥିଲା । ଏଥିପାଇଁ ଏକ ଛୋଟ କରତ ବ୍ୟବହାର କରି ମୃତଦେହକୁ କାଟିଥିଲା ପୁନାଓ୍ଵାଲା । ୧୮ ଦିନ ଫ୍ରିଜରେ ରଖି ଏଣେତେଣେ ମୃତଦେହକୁ ଫିଙ୍ଗିଥିଲା । ଏହି ଘଟଣାରେ ପୋଲିସ ଶ୍ରଦ୍ଧା ଓ ଅଫତାବ ଅମିନଙ୍କ ଜଣେ କମନ୍ ଫ୍ରେଣ୍ଡଙ୍କୁ ପଚରାଉଚରା ପାଇଁ ଡାକିଛି । ସିଏ ଶ୍ରଦ୍ଧାଙ୍କ ବାପାଙ୍କୁ ଫୋନ୍ କରି ତାଙ୍କ ନିଖୋଜ ନେଇ ସୂଚନା ଦେଇଥିଲେ ।

ଅଫତାବକୁ ଜେରା ବେଳେ ସାମନାକୁ ଆସୁଛି ସାଂଘାତିକ ସତ । ଅଫତାବର ଘରକୁ ଆସୁଥିଲେ ଏକାଧିକ ଯୁବତୀ । ଫ୍ରିଜରେ ଶ୍ରଦ୍ଧାଙ୍କ ମୃତଦେହ ଥିବା ବେଳେ ଘରକୁ ଅଲଗା ଅଲଗା ଯୁବତୀକୁ ଡାକି ସମ୍ପର୍କ ରଖୁଥିଲା ହତ୍ୟାକାରୀ ପ୍ରେମିକ । ଡେଟିଂ ଆପ୍‌ରେ ଚାଟିଂ ପରେ ଘରକୁ ଡାକୁଥିଲା । ଡେଟିଂ ଆପରେ ଅନେକ ଯୁବତୀଙ୍କୁ ଡେଟ୍ କରୁଥିଲା ଅଫତାବ ଅମିନ । ଅଫତାବର ବିକୃତ ମାନସିକତା ବାବଦରେ କେହି ଜାଣିପାରି ନଥିଲେ । ଘରକୁ ପ୍ରତ୍ୟେକ ଦିନ ଆସୁଥିଲେ ବନ୍ଧୁ, ଡେଲିଭରି ଏଜେଣ୍ଟ । କେହି ପୁନାଓ୍ଵାଲାର ବୀଭତ୍ସ କାର୍ଯ୍ୟ ବାବଦରେ ଜାଣି ପାରିନଥିଲେ । ଘରେ କୌଣସି ଧାରୁଆ ଅସ୍ତ୍ର କିମ୍ବା ଷ୍ଟ୍ରଙ୍ଗ ପରଫ୍ୟୁମର ବାସ୍ନା ପାଇନଥିଲେ । ବେଶ ଚତୁରତାର ସହ ଅପରାଧ ଲୁଚାଇଥିଲା ଅଫତାବ । ଡେଟିଂ ଆପରେ ଅନେକ ଝିଅଙ୍କୁ ଡେଟ୍ କରୁଥିଲା । ଯାହାକୁ ପସନ୍ଦ କରୁ ନଥିଲେ ଶ୍ରଦ୍ଧା । ଉଭୟଙ୍କ ମଧ୍ୟରେ ଅଧିକାଂଶ ସମୟ ଝଗଡା ହେଉଥିଲା । ଶ୍ରଦ୍ଧାଙ୍କୁ ରାସ୍ତାରୁ ହଟାଇବାକୁ ଏପରି ପ୍ଲାନ କରିଥିଲା ପୁନାଓ୍ଵାଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.